ନେତାଙ୍କ ଉପରେ ନାରାଜ କୃଷକ, ଗୋଟିଏ ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଭରିବେ 1000 କୃଷକ
ଏତେ ଦିନ ପରେ ମଧ୍ୟ କୌଣସି ସମାଧାନ ମିଳିଲା ନାହିଁ, ତେଣୁ କୃଷକମାନେ କଙ୍ଗାୟାମ ନିର୍ବାଚନମଣ୍ଡଳୀରୁ 1000 ନାମାଙ୍କନ ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଦିନ ଜଣେ କମିଟି ସଦସ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଚେନ୍ନାଇ : ଦିଲ୍ଲୀର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମୋଦୀ ସରକାରଙ୍କ ନୂତନ କୃଷି ଆଇନକୁ କୃଷକ ସଂଗଠନ ବିରୋଧ କରିଆସୁଛନ୍ତି । ଏସବୁ ମଧ୍ୟରେ ତାମିଲନାଡୁର ଏକ ହଜାର କୃଷକ ଆସନ୍ତା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ କଙ୍ଗାୟାମ ଆସନରୁ ନାମାଙ୍କନ ଦାଖଲ କରିବେ । କଙ୍ଗାୟାମ ଆସନ ତିରୁପୁର ଜିଲ୍ଲା ଅଧିନରେ ରହିଛି ।

କୃଷକମାନଙ୍କ କହିବା କଥା ଯେ, ସେମାନେ ନାମାଙ୍କନ ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ ପରମ୍ବିକୁଲମ୍-ଆଲିୟର୍ ପ୍ରକଳ୍ପରୁ ଜଳ ମୁକ୍ତ ପାଇଁ ସେମାନଙ୍କର ଦାବି ସରକାରଙ୍କ ବଧିର କାନରେ ପହଞ୍ଚିପାରିବ ।
ଖବର ସରବରାହ ସଂସ୍ଥଆ ପିଟିଆଇ ରିପୋର୍ଟ ଅନୁସାରେ, ଏହି ପ୍ରକ୍ଳପରୁ ପାଣି ଛାଡ଼ିବା ନେଇ ଗତ ବର୍ଷ ଭେଲାକୋଏଲ୍ ଶାଖା କେନାଲ ଜଳ ସୁରକ୍ଷା କମିଟି ସହ ଜଡିତ କୃଷକମାନେ ପାଞ୍ଚ ଦିନିଆ ଅନଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ପରେ ଏହି ହରତାଳ ବନ୍ଦ କରାଯାଇଥିଲା । ତେବେ ବୈଠକ ସତ୍ତ୍ୱେ ସେମାନଙ୍କର ଦାବି ପୂରଣ ହୋଇନଥିଲା ।
ଏତେ ଦିନ ପରେ ମଧ୍ୟ କୌଣସି ସମାଧାନ ମିଳିଲା ନାହିଁ, ତେଣୁ କୃଷକମାନେ କଙ୍ଗାୟାମ ନିର୍ବାଚନମଣ୍ଡଳୀରୁ 1000 ନାମାଙ୍କନ ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଦିନ ଜଣେ କମିଟି ସଦସ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବୁଧବାର ଦିନ 10 ରୁ ଅଧିକ ନାମାଙ୍କନ ଗ୍ରହଣ କରାଯାଇଛି ଏବଂ 1000 ସଂଖ୍ୟା ପାର୍ କରିବାକୁ ଅଧିକ କୃଷକ ଗୁରୁବାର ଏବଂ ଶୁକ୍ରବାର ଦିନ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଇଛି ।
25 ବର୍ଷ ପୂର୍ବେ ଏରୋଡ ଜିଲ୍ଲାର ମୋଦକୁରିଚିର କୃଷକମାନଙ୍କ ପରି କୃଷକମାନେ ଏଥର ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି । 1996 ମସିହାରେ, 1016 କୃଷକ ମୋଦକୁରିଚି ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଦାଖଲ କରିଥିଲେ । ଏହା ସହିତ ଏହି ଆସନରେ ଦାଖଲ ହୋଇଥିବା ମୋଟ ନାମାଙ୍କନ 1,033 କୁ ବୃଦ୍ଧି ପାଇଲା, ଯାହା ପରେ ନିର୍ବାଚନକୁ ଏକ ମାସ ପାଇଁ ସ୍ଥଗିତ ରଖିବାକୁ ପଡିଥିଲା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications