ମୋଦୀ ଯିବେ ବୋଲି ରଙ୍ଗ ହେଉଛି ମୋର୍ବି ହସ୍ପିଟାଲ, ଟାର୍ଗେଟ୍ କଲା ଆପ୍ ଓ କଂଗ୍ରେସ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ରାତି ଅଧିଆ ତରବରିଆ ଭାବରେ ହସ୍ପିଟାଲକୁ ରଙ୍ଗ କରିବା ସହ ମରାମତି କରାଯାଉଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟି(ଆପ୍) ଓ କଂଗ୍ରେସ ଉଭୟ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।
ଗାନ୍ଧୀନଗର : ଗୁଜୁରାଟର ମୋର୍ବି ରେ ହୋଇଥିବା ଦୁଃଖଦ ବ୍ରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା 141 କୁ ବୃଦ୍ଧି ପାଇଛି । ଏଥିସହିତ ଅନ୍ୟ ଆହତ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋର୍ବୀ ଡାକ୍ତରଖାନାରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ରାତି ଅଧିଆ ତରବରିଆ ଭାବରେ ହସ୍ପିଟାଲକୁ ରଙ୍ଗ କରିବା ସହ ମରାମତି କରାଯାଉଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟି(ଆପ୍) ଓ କଂଗ୍ରେସ ଉଭୟ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

ଆପ୍ ଟ୍ୱିଟ୍ ରେ ଏକ ଭିଡିଓ ପୋଷ୍ଟ୍ କରିଛି । ଭିଡିଓରେ ମୋର୍ବି ସିଭିଲ୍ ହସ୍ପିଟାଲ୍ର ଘର ରଙ୍ଗ କାମ ହେଉଥିବା ଦେଖିବାକୁ ମିଳିଛି । ଭଡିଓଟିକୁ ପୋଷ୍ଟ୍ କରାଯିବା ସହ ସେଥିରେ କ୍ୟାପ୍ସନ୍ ଦିଆଯାଇଛି, 'ରାତାରାତି ମୋର୍ବି ସିଭିଲ୍ ହସ୍ପିଟାଲ୍ର ରଙ୍ଗ କାମ କରାଯାଉଛି, ଫଲରେ ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟ୍ରେ ଏହି ପୁରୁଣା କାନ୍ଥର ଗୁମର ଫିଟିନଯିବ । 141 ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଶହ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି । ଅସଲ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ହେଲେ ଭାଜପାକୁ ଆଗ ଫଟୋସୁଟ୍ ଚିନ୍ତା ।'
Morbi Civil Hospital में रातों रात रंग-पुताई की जा रही है ताकि कल PM Modi के Photoshoot में घटिया बिल्डिंग की पोल ना खुल जाए
141 लोग मर चुके हैं, सैकड़ों लोग लापता हैं, असली दोषियों पर कोई कार्रवाई नहीं हुई लेकिन भाजपाइयों को फोटोशूट करके लीपापोती की पड़ी है..#BJPCheatsGujarat pic.twitter.com/KVDLdblD6C
— AAP (@AamAadmiParty) October 31, 2022
ସେହିପରି କଂଗ୍ରେସ ମଧ୍ୟ ହସ୍ପିଟାଲକୁ ରଙ୍ଗ କରାଯାଉଥିବାର ଫଟୋ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି । କଂଗ୍ରେସ ବି କିଛିଟା ଫଟୋ ସେୟାର କରି ଏପରି କାର୍ଯ୍ୟକୁ ନିନ୍ଦା କରିଛି । ଲୋକ ମରୁଥିବା ବେଳେ ବିଜେପି ଉତ୍ସବ ମନାଇବା ଦିଗରେ ଧ୍ୟାନ କିପରି ଦେଉଛି, ଟିକେ ଲାଜ ଲାଗିବା କଥା ବୋଲି କହିଛି କଂଗ୍ରେସ ।
त्रासदी का इवेंट
कल PM मोदी मोरबी के सिविल अस्पताल जाएंगे। उससे पहले वहां रंगाई-पुताई का काम चल रहा है। चमचमाती टाइल्स लगाई जा रही हैं।
PM मोदी की तस्वीर में कोई कमी न रहे, इसका सारा प्रबंध हो रहा है।
इन्हें शर्म नहीं आती! इतने लोग मर गए और ये इवेंटबाजी में लगे हैं। pic.twitter.com/MHYAUsfaoC
— Congress (@INCIndia) October 31, 2022












Click it and Unblock the Notifications