Get Updates
Get notified of breaking news, exclusive insights, and must-see stories!

ମୋର୍ବି ବ୍ରିଜ ଦୁର୍ଘଟଣା : ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କେଜ୍ରିୱାଲ

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଇସ୍ତଫା ଦାବି କରିଛନ୍ତି । କେବଳ ଏତିକି ନୁହେଁ କେଜ୍ରିୱାଲ କହିଛନ୍ତି ଯେ ରାଜ୍ୟରେ ଶୀଘ୍ର ବିଧାନସଭା ନିର୍ବାଚନ ହେବା ଉଚିତ୍ ।

ଗାନ୍ଧୀନଗର : ଗୁଜୁରାଟର ମୋର୍ବିରେ ହୋଇଥିବା ବ୍ରିଜ ଦୁର୍ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ପରେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ସମସ୍ତ ବିରୋଧୀ ଦଳ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ।

ଏହି ସମୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିଜେପି ଉପରେ ଆକ୍ରମଣ କରିଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ମୋର୍ବି ବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶୋକ ବ୍ୟକ୍ତ କରିଛନ୍ତି । ଏଥିସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଇସ୍ତଫା ଦାବି କରିଛନ୍ତି । କେବଳ ଏତିକି ନୁହେଁ କେଜ୍ରିୱାଲ କହିଛନ୍ତି ଯେ ରାଜ୍ୟରେ ଶୀଘ୍ର ବିଧାନସଭା ନିର୍ବାଚନ ହେବା ଉଚିତ୍ ।

arvind kejriwal

ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଏହି ବ୍ରିଜ ଦୁର୍ଘଟଣା ଦୁର୍ନୀତିର ଫଳାଫଳ ଏବଂ ଘଣ୍ଟା ତିଆରି ଏକ କମ୍ପାନୀକୁ ସେତୁ ନବୀକରଣ ଦାୟିତ୍ୱ କିପରି ଦିଆଗଲା ସେ ସମ୍ପର୍କରେ ରିପୋର୍ଟ ଦର୍ଶାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଘଣ୍ଟା ନିର୍ମାତାଙ୍କୁ କାହିଁକି ବ୍ରିଜ୍ ଟେଣ୍ଡର ଦିଆଗଲା ? ଏହାର ଅର୍ଥ ହେଉଛି ପାର୍ଟି (ବିଜେପି) ସହିତ ଏହାର ଲିଙ୍କ୍ ଥିଲା । ଏହି ମାମଲାରେ ହୋଇଥିବା ଏଫ୍ଆଇଆର୍ ରେ କମ୍ପାନୀ କିମ୍ବା ଏହାର ମାଲିକ ବିଷୟରେ ଉଲ୍ଲେଖ କରାଯାଇନାହିଁ ।"

ସେ କହିଛନ୍ତି ଯେ ଶାସକ ଦଳ କମ୍ପାନୀର ମାଲିକ ଠାରୁ ବିପୁଳ ଚାନ୍ଦା ନେଇଥିବା ଅଭିଯୋଗ ରହିଛି ଏବଂ ଏଭଳି ଅଭିଯୋଗର ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+