Get Updates
Get notified of breaking news, exclusive insights, and must-see stories!

ମ୍ୟାନେଜ୍ ହୋଇଗଲା କି କଂଗ୍ରେସ ? ବିଜେପି ଗର୍ଜନ ସମୟରେ କଂଗ୍ରେସ ଚୁପ୍

Monsoon session: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ 5 ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବାରମ୍ବାର ସରକାରଙ୍କୁ ଟାର୍ଗେଟ୍ କରିଆସୁଥିଲେ । ଏହି ପ୍ରସଙ୍ଗକୁ ନେଇ ମୌସୁମୀ ଅଧିବେଶନରେ ହଟ୍ଟଗୋଳ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଥିଲା ।

congress

ବିରୋଧୀଙ୍କ ପ୍ରଶ୍ନ, 5 ଟି ସଚିବଙ୍କ ଗସ୍ତରେ ଖର୍ଚ୍ଚ... ଉପରେ ବିବୃତ୍ତି ରଖିଛନ୍ତି ମୁକ୍ୟମନ୍ତ୍ରୀ । ଏହା ପୂର୍ବରୁ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଦେଖିବାକୁ ମିଳିଥିଲା ହଙ୍ଗମା । 5ଟି ସଚିବଙ୍କ ଗସ୍ତକୁ ନେଇ ବିଜେପି ହଙ୍ଗାମା କରିଥିଲା । ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହୋହଲା କରୁଥିଲେ । 5 ଟି ସଚିବଙ୍କ ଗସ୍ତ, ମନ୍ତ୍ରୀ ବଡ଼ ନା ସଚିବ ବଡ଼, 5 ଟି ସଚିବଙ୍କ ଗସ୍ତ ସମୟର ଖର୍ଚ୍ଚ ଆଦି ଉପରେ ଜବାବ ମାଗିଥିଲା ବିଜେପି । ମୁଲତବୀ ପ୍ରସ୍ତାବ ଖାରଜ ହେବା ପରେ ଗୃହରେ ହଟ୍ଟଗୋଳ କରିଥିଲା ବିଜେପି ।

କିନ୍ତୁ ଏହି ସମୟରେ ଗୃହରେ ଚୁପ୍ ବସିଥିଲା କଂଗ୍ରେସ । ଅଧିବେଶନ ଆଗରୁ କଂଗ୍ରେସ ବାରମ୍ବାର ଏହାକୁ ନେଇ ସରକାର ଉପରେ ବର୍ଷୁଥିବା ବେଳେ ଆଜି ଗୃହରେ ଚୁପ୍ ରହିଥିଲା । ବିଜେପି ବିଧାୟକ ମାନେ ହୋହାଲ୍ଲା କରୁଥିବା ବେଳେ ବିଜେଡି କାଉଣ୍ଟର କରିଥିଲା । ବିଜେଡ଼ି ଜାତୀୟ ରାଜପଥ ପ୍ରକଳ୍ପ ଓ କୋଷ୍ଟାଲ୍ ପ୍ରକଳ୍ପକୁ ନେଇ କେନ୍ଦ୍ରୀୟ ଅବହେଳା କଥା ଉଠାଇଥିଲା ।

ଏ ନେଇ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀ ପତି କହିଛନ୍ତି, ବିଜେପି-ବିଜେଡି ଏକ । କଂଗ୍ରେସ ଆଲୋଚନା କରିବା ପାଇଁ ଚାହୁଁଥିଲା । ଆମେ ଶିକ୍ଷକ, ସରପଞ୍ଚ, କଲେଜ ଆଦି ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲୁ ।

ସେହିପରି କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ପ୍ରଶ୍ନକାଳ ସମୟରେ ବିରୋଧୀ ଏଭଳି କରିବା ଠିକ୍ ନୁହଁ । ଅଯଥା ସମୟ ନଷ୍ଟ ହେଉଛି । ପ୍ରଶ୍ନକାଳରେ ଆଲୋଚନା ହେବା ଉଚିତ୍ ।

ମୋଟ ଉପରେ ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଏକ ପ୍ରକାରେ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ସମାଧାନ କରିବାରେ ଅସୁବିଧା କେଉଁଠି ରହିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ଏ ସବୁ କାମକୁ ବିରୋଧ କରିବା ଜନ ବିରୋଧୀ ବୋଲି ନିଜ ବିବୃତ୍ତିରେ କହିଛନ୍ତି ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+