ମୌସୁମୀ ଅଧିବେଶନ 2021 : ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା, ଦୁଇ ଦିନ ପୂର୍ବରୁ ବନ୍ଦ ହେଲା ସଂସଦ
ଦୁଇ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା । ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକାଳକୁ ଦୁଇ ଦିନ ପୂର୍ବରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।
ନୂଆଦିଲ୍ଲୀ : ଦୁଇ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା । ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକାଳକୁ ଦୁଇ ଦିନ ପୂର୍ବରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

ଜୁଲାଇ 19ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆରମ୍ଭରୁ ପେଗାସସ୍, ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ନାରାବାଜି ଯୋଗୁଁ ଗୋଟି ଦିନ ମଧ୍ୟ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଧାର୍ଯ୍ୟ ସମୟର 2 ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।
ଚଳିତ ମୌସୁମୀ ଅଧିବେଶନ ବେଳେ ଲୋକସଭାର ପ୍ରଶ୍ନକାଳ ପ୍ରାୟ ଅଧିକାଂଶ ଦିନ ଠିକ୍ ଭାବେ ଅନୁଷ୍ଠିତ ହୋଇପାରୁ ନଥିଲା । ଗୃହ ଆରମ୍ଭରୁ ହିଁ ବିରୋଧୀ ସାଂସଦମାନେ ପେଗାସସ୍ ପ୍ରସଙ୍ଗ ଉଠାଇ ବିତର୍କ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିଲେ । ଆଜି ବାଚସ୍ପତି ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପୂର୍ବରୁ ନିକଟରେ ପରଲୋକ ଘଟିଥିବା ଗୃହର 4 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ।
ଏହାପରେ ପୁଣି ହଟ୍ଟଗୋଳ ଆରମ୍ଭ ହୋଇଥିଲା। ପୂରା ମୌସୁମୀ ଅଧିବେଶନରେ ଏପରି ସ୍ଥିତି ଲାଗି ରହିଥିବାରୁ ବାଚସ୍ପତି ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆଶା ଅନୁସାରେ ଚଳିତ ମୌସୁମୀ ଅଧିବେଶନ ଆଦୌ ଚାଲିପାରିନାହିଁ । ଏଥିପାଇଁ ମୁଁ ମର୍ମାହତ । ମୁଁ ସବୁବେଳେ ଅଧିକରୁ ଅଧିକ କାର୍ଯ୍ୟ ଗୃହରେ କରାଯାଉ ବୋଲି ଚେଷ୍ଟା କରିଥିଲି । ଏଥିସହ ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ସପକ୍ଷରେ ଥିଲି । ତଥାପି ଗୃହ କାର୍ଯ୍ୟ ଆଶା ଅନୁସାରେ ହୋଇପାରି ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଓବିସି ସଂରକ୍ଷଣ ବିଲ ପାସ ହେବା ପରେ ରାଜ୍ୟସଭାକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବ ବୋଲି ଜଣାପଡିଛି । ଗତକାଲି ଉଭୟ ସଦନରେ ଓବିସି ସଂରକ୍ଷଣ ବିଲକୁ ନେଇ ବିରୋଧୀମାନେ ପ୍ରବଳ ହୋ ହାଲ୍ଲା କରିଥିଲେ । ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ନାରାବାଜି କରିବା ସହ ବାଚସ୍ପତିଙ୍କ ଉପରକୁ କାଗଜ ଟୁକୁଡା ଫିଙ୍ଗିଥିଲେ, ଯାହାକି ଭାରତୀୟ ସମ୍ବିଧାନକୁ ଅପମାନ ବୋଲି ଶାସକ ଦଳ ଅଭିଯୋଗ କରିଥିଲା ।
ଅନ୍ୟପଟେ କାଲି ଘଟିଥିବା ଘଟଣାକୁ ନେଇ ଉପ ବାଚସ୍ପତ୍ତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ବିରୋଧୀ ଓ ସରକାର କ'ଣ କରିବେ କ'ଣ ନକରିବେ ସେନେଇ ଗୃହ ସେମାନଙ୍କୁ ବାଧ୍ୟ କରିପାରିବ ନାହିଁ । କିନ୍ତୁ ଏଭଳି ହୋ ହାଲ୍ଲା ଭିତରେ ଗୃହ ଚଳାଇବା ସମ୍ଭବ ନୁହେଁ ।












Click it and Unblock the Notifications