'କୌଣସି ହତ୍ୟା କରି ନାହିଁ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ 8 ବର୍ଷ ବାରଣ ଅଧିକ ...' ହାଇକୋର୍ଟରେ ରାହୁଲ ଗାନ୍ଧୀଙ୍କ ଦଲିଲ

ମୋଦୀ ସରନେମ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ନେଇ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅପ୍ରେଲ 29 ରେ ଗୁଜୁରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ତାଙ୍କ ଓକିଲ ଅଭିଷେକ ମନୁସିଂଘଭି ପକ୍ଷ ରଖିଛନ୍ତି ।
ଅଭିଷେକ ମନୁସିଂଘଭି କହିଛନ୍ତି ଯେ 8 ବର୍ଷର ଦଣ୍ଡ ଅଧିକ । ଯଦି ଏହି ଆଦେଶ ବନ୍ଦ ନହୁଏ, ତେବେ ରାହୁଲ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର ନଷ୍ଟ ହୋଇଯିବ । ମନୁସିଂଘଭି ଏହା ପଛରେ ଯୁକ୍ତି ବାଢିଛନ୍ତି ଯେ, ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ଦ୍ୱାରା ପ୍ରେରିତ, ଏପରି କ୍ଷେତ୍ରରେ ତାଙ୍କ ଦୋଷ ଏତେ ଗମ୍ଭୀର ନୁହେଁ ।
ରାହୁଲ ଗାନ୍ଧୀଙ୍କ କହିବା କଥା ମୁଁ କୌଣସି ହତ୍ୟା କରିନାହିଁ । 8 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିନପାରିବା ଦଣ୍ଡାଦେଶ ଅଧିକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଶୁଣାଣି ବେଳେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ମାମଲାର ରେକର୍ଡ ଉପସ୍ଥାପନ କରିବାକୁ କହିଥିଲେ । ଯାହାର ଶୁଣାଣି ମେ 2 ତାରିଖରେ ହେବ ।
ଶୁଣାଣି ବେଳେ ବିଚାରପତି ମାମଲାର ଗାମ୍ଭୀରତା ଉପରେ ଧ୍ୟାନ ଦିଅନ୍ତୁ ବୋଲି ରାହୁଲଙ୍କ ଓକିଲ ଯୁକ୍ତି ବାଢିଥିଲେ । ମାମଲାରେ ଅଭିଯୋଗକାରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ 6 ଟି ପୃଷ୍ଠଭୂମି ଉପସ୍ଥାପନା କରାଯାଇଥିଲା । ଯାହାଦ୍ୱାରା ଦଣ୍ଡାଦେଶ ଉପରେ ରୋକ ଲଗାଯାଇପାରିବ । ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆକୁ ନେଇ ଭାଷଣ ଦେବା ବେଳେ ଅଭିଯୋଗକାରୀଙ୍କ ନାଁ ନେଇନାହାନ୍ତି । ନାଁ ନେଇଥିବା ବ୍ୟକ୍ତି ମାନେ ମଧ୍ୟ ମାମଲା ରୁଜୁ କରିନଥିଲେ । ତେଣୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ବିଶେଷ ଗୁରୁତ୍ୱ ଦେବା କଥା ନୁହେଁ ବୋଲି ଅଭିଷେକ ମନୁସିଂଘବି କହିଛନ୍ତି ।
ସୁରଟର ଏକ ନିମ୍ନ ଅଦାଲତ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ପରେ ସଂସଦ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହା ସହିତ ତାଙ୍କୁ ଆଠ ବର୍ଷ ଧରି ନିର୍ବାଚନ ଲଢିବା ଉପରେ ବାରଣ କରାଯାଇଛି ।












Click it and Unblock the Notifications