ଆଜି ରାହୁଲଙ୍କ ଭାଗ୍ୟ ପରୀକ୍ଷା, ମୋଦୀ ସରନେମ୍ ମାମଲାରେ ଚାଲିଛି ଶୁଣାଣି

ମୋଦୀ ସରନେମ୍ ମାମଲାରେ ଆଜି ସ୍ଥିର ହେବ ରାହୁଲଙ୍କ ଭାଗ୍ୟ ପରୀକ୍ଷା । ନିମ୍ନ ଅଦାଲତ ଦେଇଥିବା ଦଣ୍ଡ ରହିବ ନା ଏଥିରୋ କିଛି କୋହଳ ହେବ ସେ ନେଇ ଆଜି ରାୟ ଦେବେ ଗୁଜୁରାଟ ହାଇକୋର୍ଟ । ଏ ନେଇ କୋର୍ଟରେ ଆଜି ଶୁଣାଣି ଚାଲିଛି ।
ମୋଦୀ ସରନେମ୍ ଉପରେ ରାହୁଲଙ୍କ ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ । ସୁରଟରେ ନିମ୍ନ ଅଦାଲତ ଏହି ମାମଲାରେ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ, ଯେଉଁଥିପାଇଁ ତାଙ୍କ ସାଂସଦ ପଦ ମଧ୍ୟ ହରାଇବାକୁ ପଡ଼ିଛି ।
ନିକଟରେ ସେ ସୁରଟ ଅଧିବେଶନ କୋର୍ଟରେ ଏହି ଦଣ୍ଡାଦେଶକୁ ରାହୁଲ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ସେଠାରୁ ଆଶ୍ୱସ୍ତି ପାଇନ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଆଜି ଏହି ମାମଲାର ଶୁଣାଣି ହେଉଛି ।












Click it and Unblock the Notifications