"ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ଥାଳି ବଜାଇବାକୁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ"
କୌଣସି ମୁହୂର୍ତରେ ବ୍ଲାକ ଫଙ୍ଗସ ମହାମାରୀର ମୁକାବିଲା ପାଇଁ ପୁଣି ଥରେ ଥାଳି-ତାଳି ବଜାଇବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ରାହୁଲ କହିଛନ୍ତି ।
ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ ମହାମାରୀକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ମୋଦୀ ସରକାରଙ୍କ କୁଶାସନ କାରଣରୁ କେବଳ ଭାରତରେ ହିଁ କରୋନା ସହିତ ବ୍ଲାକ ଫଙ୍ଗସ ପରି ନୂଆ ମହାମାରୀ ବ୍ୟାପିଛି । ମହାମାରୀର ପ୍ରକୋପକୁ ରୋକିବା ପାଇଁ ଗତ ବର୍ଷ ଲକଡାଉନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଳି ଓ ତାଳି ବଜାଇବାକୁ ଜନତାଙ୍କୁ ଅପିଲ୍ କରିଥିଲେ । ହେଲେ କୌଣସି ମୁହୂର୍ତରେ ବ୍ଲାକ ଫଙ୍ଗସ ମହାମାରୀର ମୁକାବିଲା ପାଇଁ ପୁଣି ଥରେ ଥାଳି-ତାଳି ବଜାଇବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ରାହୁଲ କହିଛନ୍ତି ।

ସୂଚନା ଅନୁସାରେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କ୍ରମାଗତ କରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରି ଆସିଛନ୍ତି । ଗତକାଲି ସେ ଟୀକାକରଣର ଗତି ବଢାଇବାକୁ ଅପିଲ୍ କରିଥିଲେ । ଏଥିସହ ଦେଶରେ ଟିକାର ଘୋର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ତେବେ ବିଳମ୍ବ ନକରି ବ୍ୟାପକ ଟୀକାକରଣ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
मोदी सिस्टम के कुशासन के चलते सिर्फ़ भारत में कोरोना के साथ-साथ ब्लैक फ़ंगस महामारी है। वैक्सीन की कमी तो है ही, इस नयी महामारी की दवा की भी भारी कमी है।
इससे जूझने के लिए PM ताली-थाली बजाने की घोषणा करते ही होंगे।
— Rahul Gandhi (@RahulGandhi) May 22, 2021












Click it and Unblock the Notifications