For Quick Alerts
Turn On Notification  
For Daily Alerts
Oneindia App Download

ସଂସଦୀୟ ଦଳ ବୈଠକରେ ମୋଦୀ କହିଲେ 'କୋଭିଡ୍ ପ୍ରସଙ୍ଗରେ ରାଜନୀତି କରୁଛି କଂଗ୍ରେସ', ଜବାବ ରଖିଲେ ଖାଡଗେ

କରୋନା ପ୍ରସଙ୍ଗରେ କଂଗ୍ରେସ ଯେଉଁଭଳି ଭାବରେ ରାଜନୀତି କରୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ଜାଣିଶୁଣି ଦେଶରେ ଏକ ନକାରାତ୍ମକ ପରିବେଶ ସୃଷ୍ଟି କରିବାରେ ନିୟୋଜିତ ଥିବାବେଳେ ସତ୍ୟ ହେଉଛି ଦେଶରେ ଟିକା ଅଭାବ ନାହିଁ ।

|

ନୂଆଦିଲ୍ଲୀ : ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ମଙ୍ଗଳବାର ଦିନ ସଂସଦରେ ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ପ୍ରସଙ୍ଗରେ କଂଗ୍ରେସ ଯେଉଁଭଳି ଭାବରେ ରାଜନୀତି କରୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ଜାଣିଶୁଣି ଦେଶରେ ଏକ ନକାରାତ୍ମକ ପରିବେଶ ସୃଷ୍ଟି କରିବାରେ ନିୟୋଜିତ ଥିବାବେଳେ ସତ୍ୟ ହେଉଛି ଦେଶରେ ଟିକା ଅଭାବ ନାହିଁ, ଯେଉଁଥିପାଇଁ ସେ ସବୁ ସ୍ଥାନରୁ ସଂକୁଚିତ ହେଉଛନ୍ତି । ଏତେ ରାଜ୍ୟରେ କଂଗ୍ରେସ ହାରିବା ପରେ ମଧ୍ୟ ତାର ନିଜ ଚିନ୍ତା ନାହିଁ । ସେ ସବୁବେଳେ ବିଜେପି ଚିନ୍ତା କରୁଛନ୍ତି ।

Narendra-Modi

ଅପରପକ୍ଷରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ ପ୍ରସଙ୍ଗରେ ଉପସ୍ଥାପନା କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବେ କରନ୍ତୁ । ବିରୋଧୀଙ୍କ ଏଥିରେ କୌଣସି ଆପତ୍ତି ନଥିଲା ଏବଂ ନାହିଁ ମଧ୍ୟ । କିନ୍ତୁ ଉପସ୍ଥାପନା ପୂର୍ବରୁ ଏହା ଉପରେ ଆଲୋଚନା କରାଯିବା ଉଚିତ୍ । ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସେଣ୍ଟ୍ରାଲ ହଲରେ ପୃଥକ ଭାବରେ ଉପସ୍ଥାପନା କରିପାରିବେ । ସାଂସଦମାନଙ୍କୁ ନିଜ ନିର୍ବାଚନମଣ୍ଡଳୀରେ କରୋନା ପରିସ୍ଥିତି ବିଷୟରେ କହିବାକୁ ଅନୁମତି ଦିଆଯିବା ଉଚିତ୍ । ସମସ୍ତଙ୍କୁ କହିବାର ସୁଯୋଗ ମିଳିବା ଉଚିତ୍ । .

ଆପଣଙ୍କୁ କହିରଖୁଛୁ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଦେଶର କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେବେ ।

ସୂଚନାଯୋଗ୍ୟ ଯେ ମହାମାରୀ ସମୟରେ ବିଜେପି ଅବହେଳା କରୁଛି ବୋଲି କଂଗ୍ରେସ ଲଗାତାର ଭାବେ ଅଭିଯୋଗ କରି ଆସୁଛି । କଂଗ୍ରେସ କହିଛି ଯେ ରାଜ୍ୟରେ ଟିକା ନାହିଁ, ସରକାର ଭୁଲ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ ଯାହା କହୁଛନ୍ତି ତାହା ଠିକ୍ ନୁହେଁ ।

ସୂଚନାଯୋଗ୍ୟ, ସୋମବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ସୋମବାର ଦିନ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଲ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ବିରୋଧୀ 'ପେଗାସସ୍' ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ସରକାର ଏବଂ ପେଗାସସ୍ ପ୍ରସଙ୍ଗ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତେବେ ଯଦି ବିରୋଧୀ ଏହି ପ୍ରସଙ୍ଗ ଉଠାଇବାକୁ ଚାହାଁନ୍ତି, ତେବେ ଏହାକୁ ଉଠାନ୍ତୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Modi In Parliamentary Meeting : Congress Is Doing Politics On Corona Issue
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X