ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ହୋଇପାରେ ଅଦଳବଦଳ
ବର୍ଷ ଆରମ୍ଭରୁ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ । ଜାନୁଆରୀ 14 ପରେ ଗଠନ ହୋଇପାରେ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ । ମନ୍ତ୍ରୀ ମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ । ଜାନୁଆରୀ 14 ପରେ ଗଠନ ହୋଇପାରେ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ । ମନ୍ତ୍ରୀ ମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
2024 ଲୋକସଭା ନିର୍ବାଚନକୁ ନେଇ ଏହି ଅଦଳବଦଳ ହେବ ବୋଲି କୁହାଯାଉଛି । ଏହା ସହିତ ବଜେଟ୍ ଅଧିବେଶନ ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି ।

ଆସନ୍ତା ବର୍ଷ 2023 ରେ 9 ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । କିଛି ରାଜ୍ୟରେ ଦଳର ରାଜନୈତିକ ଆବଶ୍ୟକତା ଏବଂ ସାଂଗଠନିକ ପୁର୍ନଗଠନ ପାଇଁ ଆଗକୁ ଏହି ପରିବର୍ତ୍ତନ କରାଯିବାକୁ ଚିନ୍ତା କରାଯାଉଛି ।
ଏହା ପୂର୍ବରୁ ଗତବର୍ଷ ଜୁନ୍ 8 ତାରିଖରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଥିଲା । ସେତେବେଳେ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ 12 ଜଣ ନୂଆ ଚେହେରା । କିନ୍ତୁ ଆସନ୍ତା ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଲୋକସଭାରୁ ପ୍ରତିନିଧିତ୍ୱ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଲୋକସଭା ସଦସ୍ୟଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ।
ଏହି ନୂଆ ମନ୍ତ୍ରୀମଣ୍ଡଳରେ ଗୁଜରାଟର କିଛି ସାଂସଦଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ସମ୍ଭାବନା ଅଛି । ମିଳିଥିବା ସୂଚନାନୂଯାୟୀ ଦଳର ବରିଷ୍ଠ ନେତାମାନେ ରାଜ୍ୟ ନେତା ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଏନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି ।












Click it and Unblock the Notifications