ମୋଦୀ କ୍ୟାବିନେଟ୍ ବିସ୍ତାର : ନୂଆ ମନ୍ତ୍ରୀମଣ୍ଡଳରେ କିଏ ହେବ ନୂଆ ଚେହେରା, ଜାଣନ୍ତୁ କାହାକୁ ଯାଇଛି ନିମନ୍ତ୍ରଣ
କଳ୍ପନାଜଳ୍ପନା କରାଯାଉଥିବା ନାମଗୁଡିକ ମଧ୍ୟରେ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯିଏ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମହାରାଷ୍ଟ୍ରର ନାରାୟଣ ରାଣେ, ବିହାରର ପଶୁପତି ପାରସ ରହିଛନ୍ତି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ରହିଛି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ କରାଯିବ ବୋଲି କୁହାଯାଉଛି । ଏହି ସମୟରେ ମଙ୍ଗଳବାର କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୋଆ, ହରିୟାଣା ଏବଂ ତ୍ରିପୁରା ସମେତ ଅନେକ ରାଜ୍ୟର ରାଜ୍ୟପାଳଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇବାକୁଥିବା ନାମଗୁଡ଼ିକ ବିଷୟରେ ଆଲୋଚନା ମଧ୍ୟ ତୀବ୍ର ହୋଇଛି । ଆସନ୍ତୁ ଜାଣିବା ମନ୍ତ୍ରୀ ମଣ୍ଡଳରେ କାହାକୁ ମିଳିପାରେ ସ୍ଥାନ, ଏନେଇ କାହାକୁ ଯାଇଛି ନିମନ୍ତ୍ରଣ ।

ଯଦିଓ କେନ୍ଦ୍ର କ୍ୟାବିନେଟରେ ସାମିଲ କରିବା ନେଇ ନୂଆ ଚେହେରାଙ୍କ ନାମ ବିଷୟରେ କୌଣସି ଠୋସ୍ ସୂଚନା ନାହିଁ, କିନ୍ତୁ ମଙ୍ଗଳବାର ଦିନ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ବିକାଶ କିଛି ସୂଚନା ଦେଇଛି । କଳ୍ପନାଜଳ୍ପନା କରାଯାଉଥିବା ନାମଗୁଡିକ ମଧ୍ୟରେ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯିଏ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମହାରାଷ୍ଟ୍ରର ନାରାୟଣ ରାଣେ, ବିହାରର ପଶୁପତି କୁମାର ପାରସ, ଉତ୍ତରପ୍ରଦେଶରୁ ଅନୁପ୍ରିଆ ପଟେଲ, ବିହାରର ସୁଶୀଲ କୁମାର ମୋଦୀ ଏବଂ ଜେଡିୟୁରୁ ଆରସିପି ସିଂଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କୁହାଯାଉଛି ।
ସିନ୍ଧିଆ, ସୋନୋୱାଲ ଏବଂ ନାରାୟଣ ରାଣେଙ୍କ ଦିଲ୍ଲୀ ଗସ୍ତ
ସେମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲ ଏବଂ ନାରାୟଣ ରାଣେଙ୍କୁ ଆଜି ଦିଲ୍ଲୀ ଡକାଯାଇଛି । ଦିଲ୍ଲୀ ଯିବା ପୂର୍ବରୁ ଜ୍ୟୋତିରାଦିତ୍ୟ ଉଜୈନର ମହାକାଳ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । କ୍ୟାବିନେଟରେ ଯୋଗଦେବା ବିଷୟର ନେଇ ପ୍ରଶ୍ନରେ ସିନ୍ଧିଆ କହିଛନ୍ତି, କ୍ୟାବିନେଟରେ କିଏ ଅନ୍ତର୍ଭୁକ୍ତ ହେବ ତାହା ସ୍ଥିର କରିବା କେନ୍ଦ୍ରୀୟ ନେତୃତ୍ୱର କାମ ଏବଂ ସେ ଏନେଇ ସେ କୌଣସି ଟିପ୍ପଣୀ ଦେବେ ନାହିଁ ।
ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସରକାରରେ ରେଳମନ୍ତ୍ରୀ ଥିବା ଦିନେଶ ତ୍ରିବେଦୀଙ୍କୁ ମୋଦି କ୍ୟାବିନେଟରେ ସାମିଲ୍ କରିପାରନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଟିଏମସିକୁ ବାଏ ବାଏ କହି ବିଜେପିରେ ମିଶିଥିଲେ ଦିନେଶ । ସେହିଭଳି ଅଟଳ ବିହାର ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ପୂର୍ବତନ ଆଇଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିପାରେ ।












Click it and Unblock the Notifications