ଲାଉଡସ୍ପିକର ବିବାଦ ଏକ ରାଜନୈତିକ ନୁହଁ ବରଂ ସାମାଜିକ ପ୍ରସଙ୍ଗ : ରାଜ ଠାକରେ
ଅନେକ ମନ୍ଦିରରେ ବେଆଇନ ଲାଉଡ ସ୍ପିକର ମଧ୍ୟ ରହିଛି । ସେ କହିଛନ୍ତି ଯେ ବେଆଇନ ଲାଉଡ ସ୍ପିକର ଏକ ଧାର୍ମିକ ପ୍ରସଙ୍ଗ ନୁହେଁ, ଏକ ସାମାଜିକ ପ୍ରସଙ୍ଗ ।
ମୁମ୍ବାଇ : ମସଜିଦରେ ଲାଉଡ ସ୍ପିକର ବ୍ୟବହାରକୁ ବିରୋଧ କରୁଥିବା ଏମଏନଏସ ମୁଖ୍ୟ ରାଜ ଠାକରେ କହିଛନ୍ତି ଯେ ଲାଉଡ ସ୍ପିକର ପ୍ରସଙ୍ଗ କେବଳ ମସଜିଦ ସହ ଜଡିତ ନୁହେଁ । ସେ କହିଛନ୍ତି ଯେ ଅନେକ ମନ୍ଦିରରେ ବେଆଇନ ଲାଉଡ ସ୍ପିକର ମଧ୍ୟ ରହିଛି । ସେ କହିଛନ୍ତି ଯେ ବେଆଇନ ଲାଉଡ ସ୍ପିକର ଏକ ଧାର୍ମିକ ପ୍ରସଙ୍ଗ ନୁହେଁ, ଏକ ସାମାଜିକ ପ୍ରସଙ୍ଗ ।

ରାଜ ଠାକରେ କହିଛନ୍ତି ଯେ ସେ ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବା ସପକ୍ଷରେ ଅଛନ୍ତି । ମହାରାଷ୍ଟ୍ର ପୋଲିସ 135 ଟି ମସଜିଦ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଯାହା ଲାଉଡ ସ୍ପିକର ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପୋଲିସ କେବଳ ତାଙ୍କ ଦଳର କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଏମଏନଏସ ସୁପ୍ରିମୋ ରାଜ ଠାକରେ ଅଭିଯୋଗ କରିଛନ୍ତି ।
ମସଜିଦରେ ଲାଗିଥିବା ବେଆଇନ ଲାଉଡ ସ୍ପିକର ନ ହଟାଯିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଠାକରେ କହିଛନ୍ତି । ଅଜାନ ସମୟରେ ହନୁମାନ ଚାଲିସା ବଜାଇବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ବେଆଇନ ଲାଉଡ ସ୍ପିକର ହଟାଯିବ ନାହିଁ, ସେମାନେ ଅଜାନ ସମୟରେ ଲାଉଡ ସ୍ପିକରରେ ହନୁମାନ ଚାଲିସା ବଜାଇବା ଜାରି ରଖିବେ । ରାଜ ଠାକରେ କହିଛନ୍ତି, ଯଦି ସରକାର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ସୁପ୍ରିମକୋର୍ଟ କଣ କରିବେ, ତାହା ଦେଖିବା ବାକି ରହିଛି ।
It's not only about mosques, there are several temples where illegal loudspeakers are running. I have already made it clear that it's (illegal loudspeakers) not a religious issue but a social issue: MNS chief Raj Thackeray pic.twitter.com/mALQFfy0WF
— ANI (@ANI) May 4, 2022
ଉଲ୍ଲେଖନୀୟ ବିଷୟ ହେଉଛି, ରାଜ ଠାକେର ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଏକ ପୁରୁଣା ଭିଡିଓ ଟ୍ୱିଟ୍ କରି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର ବିରୁଦ୍ଧରେ ନିଜର ଅଭିଯାନକୁ ଦୃଢ କରିବାକୁ ଚେଷ୍ଟା କରିଛନ୍ତି । ବୁଧବାର ସକାଳେ ଟ୍ୱିଟ୍ କରି ଲାଉଡ ସ୍ପିକର ଉପରେ ବାଲାସାହେବଙ୍କ ଏକ ଭିଡ଼ିଓ ସେୟାର କରିଥିଲେ ।












Click it and Unblock the Notifications