For Quick Alerts
Turn On Notification  
For Daily Alerts
Oneindia App Download

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖାସ୍ ଏ.କେ ଶର୍ମାଙ୍କୁ ରାଜ୍ୟ ବିଜେପି ଉପାଧ୍ୟକ୍ଷ ନିଯୁକ୍ତ

ଅମଲାତନ୍ତ୍ରରୁ ରାଜନେତା ହୋଇଥିବା ଏମଏଲସି ଅରବିନ୍ଦ କୁମାର ଶର୍ମାଙ୍କୁ ରାଜ୍ୟ ଉପାଧ୍ୟକ୍ଷ କରାଯାଇଛି । ଅନ୍ୟପକ୍ଷରେ ଅର୍ଚ୍ଚନା ମିଶ୍ର ଏବଂ ଅମିତ ବାଲ୍ମିକୀଙ୍କୁ ରାଜ୍ୟ ମନ୍ତ୍ରୀ ପଦବୀ ମିଲିଛି ।

|

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଜେପିରେ ଶନିବାର ଦିନ କିଛି ନୂଆ ଚେହେରାକୁ ସଂଗଠନରେ ଅନ୍ତର୍ଭୁକ୍ତ କରାଯାଇଛି । ଅମଲାତନ୍ତ୍ରରୁ ରାଜନେତା ହୋଇଥିବା ଏମଏଲସି ଅରବିନ୍ଦ କୁମାର ଶର୍ମାଙ୍କୁ ରାଜ୍ୟ ଉପାଧ୍ୟକ୍ଷ କରାଯାଇଛି । ଅନ୍ୟପକ୍ଷରେ ଅର୍ଚ୍ଚନା ମିଶ୍ର ଏବଂ ଅମିତ ବାଲ୍ମିକୀଙ୍କୁ ରାଜ୍ୟ ମନ୍ତ୍ରୀ ପଦବୀ ମିଲିଛି । ଏ.କେ ଶର୍ମା ମଉ, ଅର୍ଚ୍ଚନା ମିଶ୍ର ଲକ୍ଷ୍ନୌ ଏବଂ ଅମିତ ବୁଲନ୍ଦଶାହର ବାସିନ୍ଦା । ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଏହି ନିଯୁକ୍ତି ଘୋଷଣା କରିଛନ୍ତି ।

bjp-Up

ଅରବିନ୍ଦ କୁମାର ଶର୍ମା ଏପରି ଜଣେ ଅଧିକାରୀ ଯିଏକି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଏପରିକି ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କର ଜଣେ ନିକଟତର ଅଧିକାରୀ ରହିଥିଲେ । ସେ ଅମଲାତନ୍ତ୍ରରୁ ଇସ୍ତଫା ଦେଇ ଚଳିତ ବର୍ଷ ଜାନୁଆରୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ବିଜେପି ତାଙ୍କୁ ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ କରିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟତର ଅଧିକାରୀଙ୍କ ଇସ୍ତଫା ଦେଇ ଉତ୍ତରପ୍ରଦେଶରେ ଏମଏଲସି ହେବା ପରେ ତାଙ୍କୁ ସରକାରରେ କିଛି ବଡ ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଥିଲା । କେତେବେଳେ ଉତ୍ତରପ୍ରଦେଶରେ ଏ.କେ ଶର୍ମାଙ୍କୁ ଡେପୁଟି ସିଏମ୍ କରାଯିବା ନେଇ ଆଲୋଚନା ଲାଗି ରହିଥିଲା ତ ବେଳେବେଳେ ତାଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବା ନେଇ ଚର୍ଚ୍ଚା ହେଉଥିଲା ।

bjp

ଅନେକ ଥର ଏପରି କୁହାଯାଉଥିଲା ଯେ, ଯୋଗୀ ଆଦିତ୍ୟନାଥ ତାଙ୍କୁ ୟୁପି ପଠାଯିବାରେ ଖୁସି ନୁହଁନ୍ତି । ଏ.କେ ଶର୍ମାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ କେନ୍ଦ୍ର ମଧ୍ୟରେ ବିବାଦ ରହିଛି । ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଏ.କେ ଶର୍ମାଙ୍କୁ ସରକାରରେ ନୁହେଁ ସଂଗଠନର କାର୍ଯ୍ୟରେ ନିୟୋଜିତ କରାଯାଇଛି ଏବଂ ତାଙ୍କୁ ରାଜ୍ୟ ଉପାଧ୍ୟକ୍ଷ ଭାବରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଛି ।

କରୋନାର ଦ୍ୱିତୀୟ ଲହର ସମୟରେ ମଧ୍ୟ ଏ.କେ ଶର୍ମାଙ୍କ ନାମ ସାମ୍ନାକୁ ଆସିଥିଲା । କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ କୋଭିଡ ନିୟନ୍ତ୍ରଣ ସହ ଜଡିତ ରଣନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାର ଦାୟିତ୍ୟ ମିଳିଥିଲା । ସେ ବାରାଣାସୀ ସମେତ ପୁର୍ବାଞ୍ଚଳର ଅନେକ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
MLC AK Sharma Appointed As State Vice President Of BJP In Uttar Pradesh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X