"ରବୀନ୍ଦ୍ର ନାଥ ଟୋଗୋର କଳା ଥିଲେ...." କେନ୍ଦ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକରାଙ୍କ ବିବାଦୀୟ ବୟାନ, ପ୍ରତିକ୍ରିୟା ରଖିଲା ଟିଏମସି
ନୋବେଲ ପୁରସ୍କାର ବିଜେତା ତଥା ମହାନ କବି-ଲେଖକ ରବୀନ୍ଦ୍ରନାଥ ଟାଗୋରଙ୍କ ବିଷୟରେ ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଡ଼ ସୁଭାଷ ସରକାରଙ୍କ ବୟାନକୁ ନେଇ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମସି ।
କୋଲକାତା : ବଙ୍ଗଳାରେ ଟିଏମସି ବନାମ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ଅନବରତ ଲାଗି ରହିଛି । ଆଜି ପୁଣି ବିଜେପି ନେତାଙ୍କ ବିବାଦୀୟ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ଟିଏମସି । ନୋବେଲ ପୁରସ୍କାର ବିଜେତା ତଥା ମହାନ କବି-ଲେଖକ ରବୀନ୍ଦ୍ରନାଥ ଟାଗୋରଙ୍କ ବିଷୟରେ ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଡ଼ ସୁଭାଷ ସରକାରଙ୍କ ବୟାନକୁ ନେଇ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମସି । ବୁଧବାର ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସୁଭାଷ କହିଛନ୍ତି ଯେ 'ରବୀନ୍ଦ୍ରନାଥ ଟାଗୋର ଗୋରା ନଥିଲେ, ତାଙ୍କର ରଙ୍ଗ କଳା, ତେଣୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ କୋଳରେ ନେଉ ନଥିଲେ ।'

ଏହାକୁ ନେଇ ଟିଏମସି ପ୍ରତିକ୍ରିୟା ରଖିଛି । ଟିଏମସି କହିଛି ଏହା ଗୁରୁଦେବ ଏବଂ ବଙ୍ଗଳା ପାଇଁ ଅପମାନ । ଏହା ସରକାରଙ୍କ ବିବୃତ୍ତିକୁ 'ଜାତିବାଦୀ' ବୋଲି କହିଛି ଏବଂ ଏଥିପାଇଁ କ୍ଷମା ମାଗିବାକୁ ବିଜେପିକୁ କହିଛି । କେବଳ ଏତିକି ନୁହେଁ, ସୁଭାଷ ସରକାରଙ୍କୁ ବିଶ୍ୱ ଭାରତୀକୁ ଆଉ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । କେବଳ ଟିଏମସି ନୁହେଁ ସିପିଆଇମ୍ ମଧ୍ୟ ଡ ସୁଭାଷଙ୍କ ବିବୃତ୍ତିକୁ ନିନ୍ଦା କରିଛି । ସିପିଆଇଏମ୍ କହିଛି ଏଭଳି ମନ୍ତବ୍ୟ ବିଜେପିର ଜାତିଆଣ ତଥା ବଙ୍ଗଳା ବିରୋଧୀ ଚିନ୍ତାଧାରାକୁ ଦର୍ଶାଉଛି ।
ସୂଚନା ଯୋଗ୍ୟ ଯେ ରବିନ୍ଦ୍ରନାଥ ଟାଗୋର ନିଜର ଏକ କବିତା ସ୍ମୃତିରେ ଉଲ୍ଲେଖ କରିଛନ୍ତି ଯେ, 'ମୁଁ ବାସ୍ତବରେ ମୋ ମା'ଙ୍କର ଜଣେ କଳା ପୂତ୍ର ଥିଲି।' କିନ୍ତୁ କଳା ଯୋଗୁଁ ତାଙ୍କୁ ତାଙ୍କ ମା' କିମ୍ବା ପରିବାର ସଦସ୍ୟ କୋଳରେ ଧରିନଥିବା ନେଇ କୌଣସି କଥା ଉଲ୍ଲେଖ ନାହିଁ।












Click it and Unblock the Notifications