West Bengal elections : ବାଙ୍କୁରାରୁ ମନରେଗା ଶ୍ରମିକ ହେଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ ସମ୍ପତ୍ତି ହିସାବରେ କଣ ସବୁ ଅଛି...

ବାଙ୍କୁରା ଜିଲ୍ଲା ସଲ୍ତୋରା ନିର୍ବାଚନ ମଣ୍ଡଳୀରୁ ବିଜେପି ଜଣେ ମନରେଗା ଶ୍ରମିକଙ୍କୁ ପ୍ରାର୍ଥୀଭାବେ ଚୟନ କରିଛି । ଯାହାକି ଲୋକଙ୍କୁ ଚକ୍କିତ କରିଦେଇଛି । ଏପରିକି ପ୍ରାର୍ଥୀ ଚନ୍ଦନା ବୌରୀ ମଧ୍ୟ ପ୍ରଥମେ ଏହି କଥାକୁ ବିଶ୍ୱାସ କରିପାରିନଥିଲେ ।

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରତିଦିନ କିଛି ନା କିଛି ରୋଚକ ତଥ୍ୟ ସାମ୍ନାକୁ ଆସିବାଲେ ଲାଗିଛି । ବିଶେଷ କରି ଏହି ନିର୍ବାଚନରେ ରାଜ୍ୟରେ ଶାସନାଧିନ ତୃଣମୂଳ କଂଗ୍ରେସ ଓ କେନ୍ଦ୍ରରେ ସତ୍ତାଧାରୀ ବିଜେପି ମଧ୍ୟରେ ବଳ କଷାକଷି ଚାଲିଥିବା ଦେଖିବାକୁ ମିଳୁଛି । ଟିଏମସିରୁ ଅନେକ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇ ଟିକେଟ୍ ପାଉଥିବା ବେଳେ ଟିଏମସି ମଧ୍ୟ ଲୋକଙ୍କ ଭୋଟକୁ ନଜରରେ ରଖି ଆସନ ବୁଝାମଣା କରୁଛି ।

Chandana

ଏହି ସମୟରେ ବିଜେପିରୁ ଆସିଛି ଏକ ବଡ଼ ଖବର । ବାଙ୍କୁରା ଜିଲ୍ଲା ସଲ୍ତୋରା ନିର୍ବାଚନ ମଣ୍ଡଳୀରୁ ବିଜେପି ଜଣେ ମନରେଗା ଶ୍ରମିକଙ୍କୁ ପ୍ରାର୍ଥୀଭାବେ ଚୟନ କରିଛି । ଯାହାକି ଲୋକଙ୍କୁ ଚକ୍କିତ କରିଦେଇଛି । ଏପରିକି ପ୍ରାର୍ଥୀ ଚନ୍ଦନା ବୌରୀ ମଧ୍ୟ ପ୍ରଥମେ ଏହି କଥାକୁ ବିଶ୍ୱାସ କରିପାରିନଥିଲେ । କିଛି ବର୍ଷ ହେବ ବିଜେପି ସହ ଜଡ଼ିତ ଥିବା ଚନ୍ଦନାଙ୍କୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଟିକେଟ୍ ପାଇବେ ସେ ନିଜେ ମଧ୍ୟ କେବେ କଳ୍ପନା କରିନଥିଲେ ବୋଲି କହିଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଦିନ ମଜୁରିଆ । ଯେବେ କାମ ମିଳିଯାଏ କଷ୍ଟେମଷ୍ଟେ ପରିବାର ଚଳିଯାଏ, କିନ୍ତୁ ବର୍ଷା ଦିନେ କାମ ନମିଳିଲେ ତିନି ଜଣ ପିଲା ଓ ବୃଦ୍ଧ ପିତାମାତାଙ୍କୁ ନେଇ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼େ ବୋଲି ସେ କହିଛନ୍ତି । କିନ୍ତୁ ବିଜେପି ଭଳି ଦଳରୁ ଟିକେଟ୍ ପାଇବା ପରେ ଚନ୍ଦନାଙ୍କ ଜୀବନରେ ଉନ୍ନତି ଆସିବ ବୋଲି ସେ ଆଶା କରୁଛନ୍ତି ।

Chandana

'ନିଜ ଘରେ ଶୈଚାଳୟ କରିବା ଏକ ସ୍ୱପ୍ନ'

ତିରିଶ ବର୍ଷୀୟା ଚନ୍ଦନା ଏବଂ ତାଙ୍କ ସ୍ୱାମୀ ସରବାନ ଦୁହିଁଙ୍କର MGNREGA ଜବ୍ କାର୍ଡ ଅଛି, କିନ୍ତୁ ଶିଶୁ ଯତ୍ନ ପାଇଁ ସଲ୍ଟୋରା ଆସନରୁ ବିଜେପି ପ୍ରାର୍ଥୀ ଅଧିକାଂଶ ସମୟ ଘର କାମ ଏବଂ ପିଲାଙ୍କର ଦେଖାଶୁଣା କରିବାରେ ସମୟ ଅତିବାହିତ କରୁଥିଲେ । ସେମାନଙ୍କ ଘରେ ନିଜର ଏକ ଶୌଚାଳୟ ହେଉ ଏହା ତାଙ୍କ ପାଇଁ ଏର ସ୍ୱପ୍ନ ଥିଲା । ସେ କୁହନ୍ତି, 'ଆମକୁ ଶୌଚ ହେବା ପାଇ ପାଇଁ ନିକଟରେ ଥିବା କ୍ଷେତକୁ ଯିବାକୁ ପଡେ । ଗତ ବର୍ଷ ଆମେ ଦୁଇଟି କଂକ୍ରିଟ କୋଠରୀ ତିଆରି କରିବା ପାଇଁ (ପ୍ରଧାନ ମନ୍ତ୍ରୀ) ଆୱାସ ଯୋଜନା - ଗ୍ରାମୀଣ ଅଧୀନରେ 60,000 ଟଙ୍କା ର ପ୍ରଥମ କିସ୍ତି ପାଇଥିଲୁ । ଏହା ମଧ୍ୟ ଅଧା ହୋଇ ପଡ଼ିଛି । ନିଜକୁ ଟିକେଟ୍ ଦିଆଯିବା ନେଇ ସେ କୁହନ୍ତି, 'ମାର୍ଚ୍ଚ 8 ରେ ଏଠାକାର ଲୋକମାନେ ମୋତେ କହିଥିଲେ । ସେ ଏହି ଖବର ଟେଲିଭିଜନ ଚ୍ୟାନେଲରେ ଦେଖିଥିଲେ .... ମୁଁ ଜଣେ ଗରିବ ଲୋକ । ମୋତେ ଟିକେଟ୍ ଦେଇ ବିଜେପି ଦର୍ଶାଇଛି ଯେ ଜଣେ ନେତା ହେବା ପାଇଁ ତାଙ୍କର ଆର୍ଥିକ ସ୍ଥିତିର କିଛି ଗୁରୁତ୍ୱ ନାହିଁ ।'

Chandana

'ମୋଦୀଜୀ ଟଙ୍କା ପଠାନ୍ତି, କିନ୍ତୁ ଟିଏମସି ଲୋକମାନେ ଖାଇଯାନ୍ତି'

ସେ ବାଙ୍କୁରା ଜିଲ୍ଲାର ଜଣେ ବରିଷ୍ଠ ବିଜେପି ସଦସ୍ୟ, କିନ୍ତୁ ନିଜ ପାଇଁ ଭୋଟ୍ ମାଗିବାକୁ ହେବ ସେ କେବେ ଭାବି ନାହାଁନ୍ତି । ଆଜିକାଲି, ସେ ସକାଳ 8 ଟାରେ ଗେରୁଆ ରଙ୍ଗର 'ପଦ୍ମ' ଛାପ ଥିବା ଶାଢୀ ପିନ୍ଧି ମେଟାଡୋରରୁ ପ୍ରଚାର କରିବାକୁ ବାହାରି ଯାଉଛନ୍ତି । ଏହି ପ୍ରଚାର ସମୟରେ ସେ ସେ ଶାସକ ଦଳ ବିଷୟରେ କୁହନ୍ତି, "ତୃଣମୂଳ କଂଗ୍ରେସ ଦୁର୍ନୀତିଗ୍ରସ୍ତ .... ଏହା କୌଣସି ବିକାଶମୂଳକ କାର୍ଯ୍ୟ କରିନାହିଁ । ମୋଦୀଜୀ କଲ୍ୟାଣମୂଳକ ଯୋଜନା ପାଇଁ ପଠାଇଥିବା ଟଙ୍କାକୁ ମଧ୍ୟ ଖାଇ ଦେଇଛନ୍ତି । ଶୌଚାଳୟ ଠାରୁ ଆରମ୍ଭ କରି ଗୃହ ଯୋଜନା ପାଇଁ ଲୋକଙ୍କୁ ତୃଣମୂଳ କଂଗ୍ରେସକୁ ଟଙ୍କା ଦେବାକୁ ପଡିଥାଏ ।'

ସୂଚନାଯୋଗ୍ୟ, ଏହି ଆସନ ଅନୁସୂଚିତ ଜାତି ପାଇଁ ଏକ ସଂରକ୍ଷଣ ଏବଂ ଏଠାରୁ ଗତ ଦୁଇଥର ଟିଏମସିର ସ୍ୱପନ ବୌରୀ ପ୍ରାୟ 10 ହଜାର ଭୋଟରେ ଜିତିଆସୁଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ଟିଏମସି ସନ୍ତୋଷ କୁମାର ମଣ୍ଡଳଙ୍କୁ ଟିକେଟ୍ ଦେଇଛି ।

ବିଜେପି ପ୍ରାର୍ଥୀଙ୍କ ସମ୍ପତ୍ତି - ତିନୋଟି ଗାଈ, ତିନୋଟି ଛେଳି

ନାମାଙ୍କନ ପତ୍ରରେ ଚନ୍ଦନା ବୌରୀ ଦେଇଥିବା ସମ୍ପତ୍ତିର ସବିଶେଷ ତଥ୍ୟ ଅନୁସାରେ, ତାଙ୍କର ତିନୋଟି ଛେଳି ଏବଂ ତିନୋଟି ଗାଈ ଅଛି । ତିନୋଟି ଗାଈ ମଧ୍ୟରୁ ଗୋଟିଏ ତାଙ୍କୁ ମା ଘରୁ ମିଳିଥିଲା । ବର୍ତ୍ତମାନ, ସେମାନଙ୍କର ଏକ ମାଟି ଘର ଅଛି, ଯେଉଁଥିରେ ଜଳ ଯୋଗାଣ ବ୍ୟବସ୍ଥା ନାହିଁ କିମ୍ବା ଶୌଚାଳୟ ନାହିଁ । ତାଙ୍କ ପାଖରେ ନଗଦ ଏବଂ ବ୍ୟାଙ୍କ ଜମା ସମେତ ମୋଟ 31ହଜାର 985 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+