Get Updates
Get notified of breaking news, exclusive insights, and must-see stories!

ବିଜେପି ପକ୍ଷରୁ ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତା କେରଳ ବିଧାନସଭା ନିର୍ବାଚନ 2021 ପାଇଁ 'ମେଟ୍ରୋ ମ୍ୟାନ୍' ଭାବରେ ଜଣାଶୁଣା ଇ ଶ୍ରୀଧରନ୍ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ଶ୍ରୀଧରନ୍ ଫେବୃଆରୀରେ ବିଜେପିରେ ଯୋଗ ଦେବା ପରେ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ ।

ଥିରୁଅନନ୍ତପୁରମ୍ : ଆସନ୍ତା କେରଳ ବିଧାନସଭା ନିର୍ବାଚନ 2021 ପାଇଁ 'ମେଟ୍ରୋ ମ୍ୟାନ୍' ଭାବରେ ଜଣାଶୁଣା ଇ ଶ୍ରୀଧରନ୍ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ଶ୍ରୀଧରନ୍ ଫେବୃଆରୀରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଆଗାମୀ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ।

metro-Man

ପିଟିଆଇ ରିପୋର୍ଟ ଅନୁଯାୟୀ ଶ୍ରୀଧରନ୍ କହିଛନ୍ତି ଯେ ଯଦି ବିଜେପି କେରଳ ବିଧାନସଭା ନିର୍ବାଚନରେ ଜିତେ ତେବେ ରାଜ୍ୟକୁ ଋଣ ଜାଲରୁ ବାହାର କରି ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦିଆଯିବ । ବର୍ତ୍ତମାନର ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲଡିଏଫ୍ ସରକାରଙ୍କ ଆତ୍ମ-କୈନ୍ଦ୍ରିକ ମନୋଭାବ ଯୋଗୁଁ ବିକାଶର ଫଳରୁ ବଞ୍ଚିତ ହେଉଥିବା କେରଳର ଲୋକଙ୍କ ନ୍ୟାୟ ପାଇବା ପାଇଁ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଶ୍ରୀଧରନ୍ କହିଛନ୍ତି ।

କେରଳର ଉଚ୍ଚାଭିଳାଷୀ କୋଚି ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା 88 ବର୍ଷୀୟ ଶ୍ରୀଧରନ୍ ମଧ୍ୟ ଦଳ ନିଷ୍ପତ୍ତି ନେଲେ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଥିଲେ । ଏହା ସହ ସେ କେଉଁ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ସେ ନେଇ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

'ମେଟ୍ରୋ ମ୍ୟାନ୍‌' ଭାବରେ ଜଣାଶୁଣା ଶ୍ରୀଧରନ୍‌ ଗତ ସପ୍ତାହରେ ବିଜେପିରେ ଆନୁଷ୍ଠାନକ ଭାବେ ଯୋଗ ଦେବାପରେ ତାଙ୍କୁ କେନ୍ଦ୍ରକରି ଅନେକ କଳ୍ପନା ଜଳ୍ପନା ପାଇଥିଲା । ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ୍‌ କହିଛନ୍ତି ଯେ ଦଳ ଖୁବ୍‌ ଶୀଘ୍ର କେରଳ ବିଧାନସଭାର 140 ଆସନ ପାଇଁ ଅନ୍ୟ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+