Get Updates
Get notified of breaking news, exclusive insights, and must-see stories!

କାର୍ଯ୍ୟକାଳ ସମୟରେ ଏମାନଙ୍କର ରାଜ କ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାର୍ଯ୍ୟକାଳ ମଧ୍ୟରେ ରାଷ୍ଟ୍ରପତି କୋବିନ୍ଦ 6 ଟି ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯେଉଁଥିରେ 2012 ରେ ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ, ବିହାରରେ ହୋଇଥିବା ସାମୁହିକ ନରସଂହାର ହତ୍ୟାକାରୀଙ୍କ ଆବେଦନ ରହିଥିଲା ।

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଏହି ମାସରେ ଶେଷ ହେବ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଷ୍ଟ୍ରପତି 6 ଟି ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯେଉଁଥିରେ 2012 ରେ ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ, ବିହାରରେ ହୋଇଥିବା ସାମୁହିକ ନରସଂହାର ହତ୍ୟାକାରୀଙ୍କ ଆବେଦନ ରହିଥିଲା ।

ram nath kovind

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟାକାରୀ ବଲୱନ୍ତ ସିଂହ ର କ୍ଷମା ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି, ଏହି ଆବେଦନ ଆଗାମୀ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ହେବ ବୋଲି କହାଯାଉଛି । ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ନିର୍ବାଚନ ଚଳିତ ମାସ 18 ତାରିଖରେ ଅନୁଷ୍ଠିତ ହେବ । ଦ୍ରୌପଦୀ ମୁର୍ମୁ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇିଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ହୋଇଛନ୍ତି ଯଶବନ୍ତ ସିହ୍ନା ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମୟରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଗତ ରାୟ ର ପ୍ରଥମ କ୍ଷମା ଆବେଦନ ତାଙ୍କ ନିକଟକୁ ଆସିଥିଲା । 2006 ମସିହାରେ ସେ ବିହାରର ବୈଶାଲୀ ଜିଲ୍ଲାର ରାମପୁର ଶ୍ୟାମଚନ୍ଦ୍ର ଗ୍ରାମରେ ଏକ ଘରେ ନିଆଁ ଲଗାଇ ବିଜେନ୍ଦ୍ର ମହତୋଙ୍କ ପାଞ୍ଚ ପିଲା ଏବଂ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ । ସେପ୍ଟେମ୍ବର 2013 ରେ, ସୁପ୍ରିମକୋର୍ଟ ଏହା ଉପରେ ମୃତ୍ୟୁଦଣ୍ଡ ରାୟକୁ ସମର୍ଥନ କରିଥିଲେ । ପରିବାର 6 ଜଣ ସଦସ୍ୟଙ୍କ ହତ୍ୟାକୁ ବିରଳ ଅପରାଧ ବୋଲି ବିବେଚନା କରିଥିଲେ ଏବଂ ମୃତ୍ୟୁଦଣ୍ଡ ପ୍ରତ୍ୟାହାର ମନା କରିଦେଇଥିଲେ ।

ସୂଚନାଯୋଗ୍ୟ, ସମ୍ବିଧାନର ଧାରା 72 ଅନୁଯାୟୀ, ଦେଶର ରାଷ୍ଟ୍ରପତିଙ୍କର କୌଣସି ମୃତ୍ୟୁଦଣ୍ଡର ଦଣ୍ଡ ଛାଡ କରିବାର ଅଧିକାର ରହିଛି । 2020 ରେ ରାଷ୍ଟ୍ରପତି କୋବିନ୍ଦ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ କୁମାର ସିଂହ ଏବଂ ପୱନ ଗୁପ୍ତାଙ୍କ ମୃତ୍ୟୁଦଣ୍ଡକୁ ସମର୍ଥନ କରି ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ । ଯାହା ପରେ ନିର୍ଭୟା ମାମଲାର ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା । ଏହି ପାଞ୍ଚଜଣଙ୍କ ବିରୋଧରେ 2013 ରେ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା ।

ନିର୍ଭୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏଥି ସହିତ ଜଣେ ନାବାଳକ ଅଭିଯୁକ୍ତକୁ ବାଳ ସୁଦ୍ଧାର ଗୃହରେ ରଖାଯାଇଥିଲା । ରାଷ୍ଟ୍ରପତିଙ୍କ ସଚିବାଳୟ ଅନୁଯାୟୀ, ରାଷ୍ଟ୍ରପତି ଖାରଜ କରିଥିବା ଶେଷ ରାଜ କ୍ଷମା ହେଉଛି ଜୁଲାଇ 2020 ରେ ସଞ୍ଜୟ ସିଂହ ର । ଜୁଲାଇ 2006 ରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପୂର୍ବରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିଷୟରେ ଆଲୋଚନା କଲେ ସେ 30 ଟି ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କେବଳ 4 ଜଣଙ୍କୁ କ୍ଷମା ଦେଇଥିଲେ । ଯାହାର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିଥିଲେ ସେମାନଙ୍କ ମଧ୍ୟରେ ଅଜମଲ କାସାବ, ମହମ୍ମଦ ଆଫଜାଲ ଗୁରୁ, ୟାକୁବ ମେନନଙ୍କ ନାମ ଅନ୍ତର୍ଭୁକ୍ତ । ସର୍ବାଧିକ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାରେ ପ୍ରଣବ ମୁଖାର୍ଜୀ ରେକର୍ଡ ରଖିଛନ୍ତି । ପ୍ରଣବ ମୁଖାର୍ଜୀଙ୍କ ପୂର୍ବରୁ ଆର ଭେଙ୍କଟାରମଣ ରାଷ୍ଟ୍ରପତି ଭାବରେ ସର୍ବାଧିକ 45 ଦୟା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ପୂର୍ବତନ ରାଷ୍ଟ୍ରପତି କେ.ଆର ନାରାୟଣନଙ୍କ ବିଷୟରେ କହିବାକୁ ଗଲେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି କ୍ଷମା ଆବେଦନ ଉପରେ ନିଷ୍ପତ୍ତି ନେଇ ନାହାଁନ୍ତି । ନାରାୟଣନ ପରେ ରାଷ୍ଟ୍ରପତି ଅବଦୁଲ କଲାମ ଦୁଇଟି ରାଜ କ୍ଷମା ଆବେଦନ ଉପରେ ନିଜର ରାୟ ଦେଇଛନ୍ତି । ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ 34 ରାଜ କ୍ଷମା ଆବେଦନ ଉପରେ ରାୟ ଦେଇଛନ୍ତି ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମାତ୍ର 5 ଟି ପ୍ରତ୍ୟାଖ୍ୟାନ କରିଛନ୍ତି । 2015 ଠାରୁ ତିନୋଟି ରାଜକ୍ଷମା ଆବେଦନ ସରକାରଙ୍କ ନିକଟରେ ବିଚାରାଧୀନ ଥିବାବେଳେ 2021 ପରଠାରୁ ଗୃହ ମନ୍ତ୍ରଣାଳୟ ନିକଟରେ ଦୁଇଟି ଆବେଦନ ବିଚାରାଧୀନ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+