ନ୍ୟାୟପାଳିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲେ ମେହବୁବା ମୁଫତି, ପାକିସ୍ତାନୀ ନ୍ୟାୟପାଳିକାକୁ କଲେ ପ୍ରଶଂସା
କେନ୍ଦ୍ର ସରକାରଙ୍କୁ ପ୍ରଶ୍ନଘେରରେ ରଖୁଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବର୍ତ୍ତମାନ ନ୍ୟାୟପାଳିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ।
ଶ୍ରୀନଗର : କେନ୍ଦ୍ର ସରକାରଙ୍କୁ ପ୍ରଶ୍ନଘେରରେ ରଖୁଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବର୍ତ୍ତମାନ ନ୍ୟାୟପାଳିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ଏପରିକି ସେ ପାକିସ୍ତାନର ନ୍ୟାୟପାଳିକାକୁ ପ୍ରଶଂସା କରିବାକୁ ମଧ୍ୟ ଭୁଲି ନାହଁନ୍ତି ।
ଏକ ଲିଞ୍ଚିଂ ଘଟଣାରେ ଦୋଷୀଙ୍କୁ ଦଣ୍ଡବିଧାନର ଉଦାହରଣ ଦର୍ଶାଇ ସେ ନ୍ୟାୟପାଳିକା ଉପରେ ପ୍ରଶ୍ନ କରିଛନ୍ତି । ସେ 2015 ମସିହାରେ ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଓଡାର ଦାଦ୍ରି ଅଞ୍ଚଳରେ ଅଖଲାକ ନାମକ ଜଣେ ବ୍ୟକ୍ତି ଉପରେ ହୋଇଥିବା ଲିଞ୍ଚିଂକୁ ଦର୍ଶାଇ ପାକିସ୍ତାନର ନ୍ୟାୟପାଳିକାକୁ ପ୍ରଶଂସା କରିଛନ୍ତି ।

ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି, 'ପାକିସ୍ତାନରେ ଜଣେ ବ୍ୟକ୍ତିଙ୍କ ଲିଞ୍ଚିଂ ହୋଇଥିଲା, ସେମାନେ 6 ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ 12 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । 2015 ପରେ, ଅନେକ ଅଖଲାକ୍ ଙ୍କୁ ଏଠାରେ ଲିଞ୍ଚିଂ କରାଯାଇଛି । ସେମାନଙ୍କୁ ମାଳ ପିନ୍ଧାଯାଉଛି, ଦଣ୍ଡ ଦିଆଯାଉ ନାହିଁ । ଏହା ତାଙ୍କ ନ୍ୟାୟପାଳିକା ଏବଂ ଏହି ନ୍ୟାୟପାଳିକା ମଧ୍ୟରେ ପାର୍ଥକ୍ୟ ।'
କେବଳ ଏତିକି ନୁହେଁ, ସେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋାଗାଣ ମାମଲାରେ ଦଣ୍ଡ ଘୋଷଣା କରିବା ପୂର୍ବରୁ ପାକିସ୍ତାନ ସମର୍ଥକ ଆତଙ୍କବାଦୀ ଏବଂ ଜେ.କେ.ଏଲ୍.ଏଫ୍ ମୁଖ୍ୟ ୟାସିନ୍ ମଲିକଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିବାକୁ ବାରଣ କରିଥିଲେ ।
ସେ କହିଛନ୍ତି ଜାମ୍ମୁ ଏବଂ କାଶ୍ମୀର ଏକ ରାଜନୈତିକ ମାମଲା । ଅନେକ ଲୋକଙ୍କୁ ଏଠାରେ ଫାଶୀ ଦିଆଯାଇଛି, ଅନେକଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ଏହା କାଶ୍ମୀର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ ନାହିଁ, ବରଂ ଏହାକୁ ଆହୁରି ଜଟିଳ କରିବ । ମୁଁ ଭାବୁଛି ଭାରତର ଶକ୍ତି ନୀତିର ଫଳାଫଳ ଭଲ ହେବ ନାହିଁ । ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି । ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଏହା ଅଧିକ ଜଟିଳ ହେବାରେ ଲାଗିଛି ବୋଲି ମେହବୁବା କହିଛନ୍ତି ।
A man was lynched in Pakistan, they sentenced 6 people to death by hanging& 12 others to life imprisonment. Several Akhlaqs have been lynched here(India)after 2015.They're garlanded,not punished. That's the difference b/w their judiciary & this judiciary: PDP chief Mehbooba Mufti pic.twitter.com/cT4BYxiWTg
— ANI (@ANI) May 25, 2022
ଆପଣଙ୍କୁ କହି ରଖୁଛୁ ସେପ୍ଟେମ୍ବର 2015 ରେ, ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାର ଦାଦ୍ରି ଅଞ୍ଚଳରେ ଅଖଲାକ୍ ନାମକ ଜଣେ ବ୍ୟକ୍ତିଙ୍କ ଲିଞ୍ଚିଂ କରାଯାଇଥିଲା କାରଣ ସେ ଘରେ ଗୋରୁ ମାଂସ ରାନ୍ଧିବା ସନ୍ଦେହ କରାଯାଉଥିଲା । ତିନିମାସ ମଧ୍ୟରେ ପୋଲିସ ଏଥିରେ 15 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ।












Click it and Unblock the Notifications