ମେଘାଳୟରେ କଂଗ୍ରେସକୁ ଝଟକା : ପୂର୍ବତନ ସିଏମ ମୁକୁଲ ସାଙ୍ଗମାଙ୍କ ସହ ଟିଏମସିରେ ଯୋଗ ଦେଇପାରନ୍ତି 13 କଂଗ୍ରେସ ବିଧାୟକ
ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ କଂଗ୍ରେସକୁ ଏକ ବଡ଼ ଧରଣର ଝଟକା ଲାଗିବାକୁ ଯାଉଛି । ରାଜ୍ୟର ପୂର୍ବତନ ସିଏମ୍ ତଥା ବରିଷ୍ଠ କଂଗ୍ରେସ ନେତା ମୁକୁଲ ସାଙ୍ଗମା ତୃଣମୂଳ କଂଗ୍ରେସରେ ଯୋଗଦେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି ।
ସିଲଙ୍ଗ : ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ କଂଗ୍ରେସକୁ ଏକ ବଡ଼ ଧରଣର ଝଟକା ଲାଗିବାକୁ ଯାଉଛି । ରାଜ୍ୟର ପୂର୍ବତନ ସିଏମ୍ ତଥା ବରିଷ୍ଠ କଂଗ୍ରେସ ନେତା ମୁକୁଲ ସାଙ୍ଗମା ତୃଣମୂଳ କଂଗ୍ରେସରେ ଯୋଗଦେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ତାଙ୍କ ସହ 12-13 ଜଣ କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ବିଷୟରେ ମଧ୍ୟ ଆଲୋଚନା ହେଉଛି । ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର ଟିମ୍ଏମସି ପକ୍ଷରୁ ମୁକୁଲ ସାଙ୍ଗମାଙ୍କ ସହ ଆଲୋଚନା କରୁଛନ୍ତି । ଖୁବ୍ ଶୀଘ୍ର ମୁକୁଲ ସାଙ୍ଗମା ଏହି ବିଷୟରେ ଏକ ଅଧିକାରିକ ବିବୃତ୍ତି ଦେଇପାରନ୍ତି ।

କୁହାଯାଇଛି ଯେ ମେଘାଳୟ ବିଧାନସଭାରେ ବିରୋଧୀ ଦଳର ନେତା ମୁକୁଲ ସାଙ୍ଗମାଙ୍କର କଂଗ୍ରେସ ହାଇକମାଣ୍ଡଙ୍କ ମତଭେଦ ରହିଛି । କିଛି ଦିନ ପୂର୍ବରୁ ଭିନ୍ସେଣ୍ଟ ଏଚ୍ ପାଲାଙ୍କୁ ରାଜ୍ୟ ଅଧ୍ୟକ୍ଷ ଭାବେ ନିଯୁକ୍ତିକୁ ସାଙ୍ଗମା ମଧ୍ୟ ବିରୋଧ କରିଛନ୍ତି । ବର୍ତ୍ତମାନ କୁହାଯାଉଛି ଯେ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ଯୋଗ ଦେଇପାରନ୍ତି । ତାଙ୍କ ନିକଟରେ ଥିବା 12-13 ବିଧାୟକମାନେ ମଧ୍ୟ ତାଙ୍କ ସହିତ କଂଗ୍ରେସ ଛାଡିପାରନ୍ତି ।
ଆପଣଙ୍କୁ କହି ରଖୁଛୁ, ମେଘାଳୟରେ 2018 ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 60 ସିଟ୍ ବିଶିଷ୍ଟ ବିଧାନସଭାରେ ନ୍ୟାସନାଲ ପିପୁଲ୍ସ ପାର୍ଟି 21 ଟି ସିଟ୍ ହାସଲ କରି ବିଜେପି ସହାୟତାରେ ସରକାର ଗଠନ କରିଛି । କଂଗ୍ରେସ ହେଉଛି ମୁଖ୍ୟ ବିରୋଧୀ ଦଳ । 2018 ନିର୍ବାଚନରେ କଂଗ୍ରେସ 17 ଟି ଆସନ ଜିତିଥିଲା । ମୁକୁଲ ସାଙ୍ଗମା ସେଠାରେ କଂଗ୍ରେସର ମୁଖ୍ୟ ଚେହେରା, ଯଦି ସେ ଟିଏମସି ଯାଆନ୍ତି ତେବେ ଏହା ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଏକ ବଡ଼ ଝଟକା ହେବ ।












Click it and Unblock the Notifications