Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ: 106 ଆସନ ହାତେଇବା ସହ 26 ରେ ଆଗୁଆ ରହିଛି ଆମ୍ ଆଦମୀ

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଆମ୍ ଆଦମୀ ପାର୍ଟି ଶହେରୁ ଅଧିକ ଆସନରେ ବିଜୟ ହାସଲ କରିସାରିଛି । ଏହା ବ୍ୟତୀତ 26 ଟି ଆସନରେ ଆଗୁଆ ରହିଛି ଦଳ ।

ଦିଲ୍ଲୀ: ଦିଲ୍ଲୀ MCD ନିର୍ବାଚନର ଫଳାଫଳ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଆମ୍ ଆଦମୀ ପାର୍ଟି ଶହେରୁ ଅଧିକ ଆସନରେ ବିଜୟ ହାସଲ କରିସାରିଛି । ଏହା ବ୍ୟତୀତ 26 ଟି ଆସନରେ ଆଗୁଆ ରହିଛି ଦଳ ।

ଅପରପକ୍ଷରେ ବିଜେପି 84 ଆସନରେ ଜିତିବା ସହ ମାତ୍ର 20 ଟି ଆସନରେ ଆଗୁଆ ରହିଛି । ସେହିପରି କଂଗ୍ରେସ ମାତ୍ର 5 ଟି ସିଟ୍ ଜିତିଛି ଏବଂ 5 ଟି ଆସନରେ ଆଗୁଆ ରହିଛି । ଏହା ବ୍ୟତୀତ ଗୋଟିଏ ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି ଏବଂ ଅନ୍ୟ 3 ଜଣ ଆଗୁଆ ଅଛନ୍ତି ।

MCD election

ସୂଚନାଯୋଗ୍ୟ, ଡିସେମ୍ବର 4 ରେ ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏମସିଡିରେ ବିଜେପି ସରକାର ଥିଲା, କିନ୍ତୁ ଏଥର ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ଚଳିତ ନିର୍ବାଚନରେ ଏମସିଡିରେ ଆମ୍ ଆଦମୀ ସରକାର ଗଠନ କରିବ ।

ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ ପାଇଁ 4 ଡିସେମ୍ବରରେ ମତଦାନ ହୋଇଥିଲା । ଏଥର ନିର୍ବାଚନରେ ମୋଟ 1349 ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି । ସେଥିମଧ୍ୟରୁ 709 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ 2022 ର ଫଳାଫଳ ନେଇ ଆଜି ଭୋଟ୍ ଗଣତି ହେଉଛି । ଫଳାଫଳ ଅନୁଯାୟୀ ଏପର୍ଯ୍ୟନ୍ତ AAP 75 ୱାର୍ଡରେ ଏବଂ 55 ଟି ୱାର୍ଡରେ ବିଜେପି ଜିତିଥିବାବେଳେ କଂଗ୍ରେସ ଖାତାରେ ମାତ୍ର 4 ଟି ଆସନ ଯାଇଛି । ଏହା ସହିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । 42 ଟି କେନ୍ଦ୍ରରେ ଭୋଟ୍ ଗଣନା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+