Get Updates
Get notified of breaking news, exclusive insights, and must-see stories!

MCD ନିର୍ବାଚନରେ ବିଜୟରେ ଉତ୍ସାହିତ ସଞ୍ଜୟ ସିଂହ କହିଲେ - ‘2024 ମସିହାରେ କେଜ୍ରିୱାଲ ବନାମ ନରେନ୍ଦ୍ର ମୋଦୀ'

ସାଂସଦ ଆହୁରି କହିଛନ୍ତି ଯେ 2024 ମସିହାରେ କେଜ୍ରିୱାଲ ବନାମ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଲଢେଇ ହେବ ।

MCD ନିର୍ବାଚନ ଫଳାଫଳ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ 2022ରେ ଆମ୍ ଆଦମୀ ପାର୍ଟି ବିଜୟ ହାସଲ କରିଛି । 15 ବର୍ଷ ଧରି ଶାସନ କରୁଥିବା ବିଜେପି ହାତରୁ ଗଡ଼ ଛଡ଼ାଇ ନେଇଛି ଆମ୍ ଆଦମୀ ପାର୍ଟି । କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି 134 ଟି ସିଟ୍ ଜିତିଛି । ଅନ୍ୟପକ୍ଷରେ ବିଜେପି 104 ଆସନରେ ବିଜୟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବାଦ୍ କଂଗ୍ରେସ 9 ଆସନରେ ଏବଂ ସ୍ୱାଧୀନ ପ୍ରାର୍ଥୀ 3 ଟି ଆସନ ଅକ୍ତିଆର କରିଛନ୍ତି ।

sanjay singh

ଐତିହାସିକ ବିଜୟ ପରେ AAP ନେତାମାନେ ଖୁସି ବ୍ୟକ୍ତ କରିଛନ୍ତି । ସାଂସଦ ସଞ୍ଜୟ ସିଂହ, ଯିଏକି ସର୍ବଦା ବିଜେପିକୁ ଟାର୍ଗେଟ୍ କରି ଆସନ୍ତି ଆମ୍ ଆଦମୀ ପାର୍ଟିର ଏହି ବିଜୟକୁ ନେଇ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା ।

AAP ର ବିଜୟକୁ ନେଇ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି କହୁଥିଲା ଯେ AAP କେବଳ କଂଗ୍ରେସକୁ ପରାସ୍ତ କରିପାରିବ, କିନ୍ତୁ ଆଜି ଅରବିନ୍ଦ କେଜ୍ରିୱାଲ ଏହି ଯନ୍ତ୍ରଣା ପାଇଁ ଔଷଧ ଦେଇଛନ୍ତି । ଆଜି ଆମ୍ ଆଦମୀ ପାର୍ଟି ବିଜେପିକୁ ପରାସ୍ତ କରିଛି । ଯେଉଁଠାରେ ବିଜେପି 15 ବର୍ଷ ଶାସନ କରିଥିଲା ସେହି ଦୁର୍ଗକୁ କେଜ୍ରିୱାଲ ଭାଙ୍ଗି ଦେଇଛନ୍ତି । ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିର 17 କେନ୍ଦ୍ର ମନ୍ତ୍ରୀ, 8 ମୁଖ୍ୟମନ୍ତ୍ରୀ ଏବଂ 100 ସାଂସଦ ନିଜର ସବୁ ଶକ୍ତି ଲଗାଇଥିଲେ, ତଥାପି AAP ଜିତିଛି । ସାଂସଦ ଆହୁରି କହିଛନ୍ତି ଯେ 2024 ମସିହାରେ କେଜ୍ରିୱାଲ ବନାମ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଲଢେଇ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+