For Quick Alerts
Turn On Notification  
For Daily Alerts
Oneindia App Download

'MCD ନିର୍ବାଚନରେ AAP ଜିତିଲେ, ସମସ୍ତଙ୍କୁ ଅଯୋଧ୍ୟା ବୁଲାଇନେବୁ', ରୋଡ ଶୋ' ରେ କେଜ୍ରିୱାଲଙ୍କ ବଡ ଘୋଷଣା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଯଦି AAP ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ଜିତେ ତେବେ ସମସ୍ତଙ୍କୁ ଅଯୋଧ୍ୟାକୁ ବୁଲାଇ ନିଆଯିବ ।

|

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଡିସେମ୍ବର 4 ତାରିଖରେ MCD ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଯଦି AAP ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ଜିତେ ତେବେ ସମସ୍ତଙ୍କୁ ଅଯୋଧ୍ୟାକୁ ବୁଲାଇ ନିଆଯିବ ।

arvind kejriwal

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ଦିଲ୍ଲୀରେ ଏକ ନିର୍ବାଚନୀ ରୋଡ୍ ଶୋ' କରୁଥିଲେ । ଏହି ସମୟରେ ସେ କହିଥିଲେ ଯେ ଗତ ବିଧାନସଭା ନିର୍ବାଚନରେ ଜିତିବା ପରେ ରମେଶ୍ୱରମ୍ ଦର୍ଶନ କରାଯାଇଥିଲା, ସେହିଭଳି ଏମସିଡି ନିର୍ବାଚନରେ ଜିତିବା ପରେ ସମସ୍ତଙ୍କୁ ଅଯୋଧ୍ୟା ଦର୍ଶନ କରାଯିବ ।

ରୋଡ୍ ଶୋ ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିଜେପି ଉପରେ ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ବିଜେପି ଏକ ଭିଡିଓ କମ୍ପାନୀରେ ପରିଣତ ହୋଇଛି । ବିଜେପି ସକାଳେ ଗୀତ ଏବଂ ନୃତ୍ୟ ବିନା ଫିଲ୍ମ ରିଲିଜ୍ କରେ, କିନ୍ତୁ ସନ୍ଧ୍ୟା ସୁଦ୍ଧା ଏହା ଫ୍ଲପ୍ ହୋଇଯାଏ । କେଜ୍ରିୱାଲଙ୍କ ବିଜେପି ଉପରେ ଏହି ଟାର୍ଗେଟ୍ ଜେଲରେ ଥିବା ଏଏପି ନେତା ସତ୍ୟେନ୍ଦ୍ର ଜୈନାଙ୍କୁ ନେଇ ବିଜେପିର ଭିଡିଓକୁ ନେଇ ହୋଇଥିଲା ।

କେବଳ ଏତିକି ନୁହଁ, କେଜ୍ରିୱାଲ ଆହୁରି କହିଛନ୍ତି ଯେ ବିଜେପି ମୋତେ ସବୁବେଳେ ଗାଳଇ ଦେଉଛି । ମୋତେ ଗାଳି ଦେଲେ ଦିଲ୍ଲୀର ଅଳିଆ ସଫା ହୋଇଯିବ ନାହିଁ ବୋଲି କହିଛନ୍ତି କେଜ୍ରିୱାସ । ଏହା ସହିତ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ ବିଜେପି ପକ୍ଷରୁ କୌଣସି କାମ ହୋଇନାହିଁ । ଏହି କାରଣରୁ ଦିଲ୍ଲୀ ଅଳିଆ ଗଦା ପାଲଟିଛି ।

ଆପଣଙ୍କୁ କହି ରଖୁଛୁ, ଦିଲ୍ଲୀ MCD ପାଇଁ ଡିସେମ୍ବର 4 ରେ ଭୋଟ୍ ଗ୍ରହଣ ହେବ । ଏହାର ଫଳାଫଳ 8 ଡିସେମ୍ବରରେ ଘୋଷଣା କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
MCD Election : AAP Leader Arvind Kejriwal Announcement, If AAP wins Everyone will Taken To Ayodhya
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X