Get Updates
Get notified of breaking news, exclusive insights, and must-see stories!

ଶରଦ ପୱାରଙ୍କ ମାଷ୍ଟରଷ୍ଟ୍ରୋକ, ଇସ୍ତଫା ପଛରେ ଏହା ଥିଲା ରାଜନୈତିକ ଖେଳ

sharad pawar

ମୁମ୍ବାଇ : ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରି ଶରଦ ପାୱାର ମହାରାଷ୍ଟ୍ର ରାଜନୀତିକୁ ହଲଚଲ କରିଦେଇଥିଲେ । ଏହା ପରେ ଦଳ ପକ୍ଷରୁ ବୈଠକ କରି ତାଙ୍କ ଇସ୍ତଫା ପ୍ରତ୍ୟାଖାନ କରିବା ସହ ଦଳର କମାଣ ସମ୍ଭାଳିବାକୁ ପ୍ରସ୍ତାବ ପାରିତ କରାଯାଇଛି ।

ହଠାତ୍ ଇସ୍ତଫା ଦେବାକୁ ରାଜନୈତିକ ବିଶ୍ଳେଷକମାନେ ଶରଦ ପାୱାରଙ୍କ ମାଷ୍ଟରଷ୍ଟ୍ରୋକ ଭାବରେ ବିଚାର କରୁଛନ୍ତି । ଏମିତି କରି ଶରଦ ଗୋଟିଏ ଗୁଳିରେ ଅନେକ ଶିକାର କରିଥିବା କୁହାଯାଉଛି । ଯେଉଁମାନେ ପୱାରଙ୍କ ରାଜନୀତିକୁ ଅତି ନିକଟରୁ ଜାଣିଛନ୍ତି ସେମାନେ ପୂର୍ବରୁ ଅନୁମାନ କରୁଥିଲେ ଯେ ଏହି ଇସ୍ତଫା ମଧ୍ୟ ତାଙ୍କ ପ୍ରେସର ପଲିଟିକ୍ସର ଏକ ଚାଲ୍ ହୋଇ ଥାଇପାରେ । ଯାହା ବର୍ତ୍ତମାନ ସତ୍ୟ ବୋଲି ପ୍ରମାଣିତ ହୋଇଛି ।

ପ୍ରେସର ପଲିଟିକ୍ସ ଖେଳିଲେ ଶରଦ

ପାୱାରଙ୍କ ଇସ୍ତଫା ପୂର୍ବରୁ ଅଜିତ ପାୱାର ଦଳ ଛାଡି ପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । କିଛି ବିଧାୟକ ମଧ୍ୟ ତାଙ୍କ ସହ ଯିବାକୁ ସହମତ ଥିଲେ । ଏମିତି ହୋଇଥିଲେ ଦଳ ଦୁଇଭାଗ ହୋଇଥାନ୍ତା, ଯାହାକି ଏନସିପି ପାଇଁ ଏକ ବଡ କ୍ଷତି ହୋଇଥାନ୍ତା । ପାୱାର ଏହାକୁ କୌଣସି ମତେ ଅଟକାଇବାକୁ ଚାହୁଁଥିଲେ । ତେଣୁ ସେ ଏପରି ହଠାତ୍ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ଶରଦ ପାୱାରଙ୍କ ହଠାତ୍ ଇସ୍ତଫା ପରେ ଦଳ ଛାଡିବାକୁ ଚେଷ୍ଟା କରୁଥିବା ଅଜିତ ପାୱାର ଏବଂ ତାଙ୍କ ବିଧାୟକମାନେ ଅଡ଼ୁଆ ରେ ପଡ଼ିଗଲେ । ଏପରିକି କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏଭଳି ପରିସ୍ଥିତିରେ କୌଣସି ନେତା ବିଦ୍ରୋହର ରିସ୍କ ନେବାକୁ ଚାହିଁବେ ନାହିଁ । କାରଣ କର୍ମୀଙ୍କ ଅସନ୍ତୋଷ ବିଦ୍ରୋହୀ ପକ୍ଷକୁ ଭାରୀ ପଡ଼ିପାରେ । ତେଣୁ ଇସ୍ତଫା ଦେଇ ଶରଦ ବିଦ୍ରୋହୀ ଦଳକୁ ଏକ ଶିକ୍ଷା ଦେଇଥାଇପାରନ୍ତି ।

ଇସ୍ତଫା ପରେ ଦଳର ବିଧାୟକ ତଥା ବରିଷ୍ଠ ନେତାମାନେ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିବାକୁ ବିଚାର କରିବେ ବୋଲି ପୂର୍ବରୁ କୁହାଯାଇଥିଲା । ଶେଷରେ, ପାୱାର ସେମାନଙ୍କ କଥା ଶୁଣି ଏନସିପି ମୁଖ୍ୟ ଭାବରେ ଜାରି ରଖିବାକୁ ରାଜି ହେବେ । ଏଥିରୁ ଜଣାପଡ଼ିବ ଶରଦଙ୍କ ପକ୍ଷରେ କେତେ ଜଣ ଅଛନ୍ତି । ଯାହାକି ଆଜିର ବୈଠକରେ ଏସବୁ ଦେଖିବାକୁ ମିଳିଥିଲା । ଏହା ମଧ୍ୟ ପାୱାରଙ୍କ ଏକ ଚାଲ୍ ବୋଲି କୁହାଯାଉଛି ।

ଶରଦ ପାୱାରଙ୍କ ଇସ୍ତଫା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ ସୁପ୍ରିୟା ସୁଲେଙ୍କୁ ଫୋନ୍ କରିଥିଲେ । ଶରଦଙ୍କୁ ଇସ୍ତଫା ପ୍ରତ୍ୟାହାର କରିବାକୁ ମନାଇବା ପାଇଁ ସୁଲେଙ୍କୁ କୁହାଯାଇଥିଲା । ବାସ୍ତବରେ ପାୱାର ମହାରାଷ୍ଟ୍ର ନିର୍ବାଚନ ଏବଂ 2024 ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଯାହାକି ଏଥିରୁ ସ୍ପଷ୍ଟ ହୋଇଛି ।

ମହାବିକାଶ ଅଘାଡ଼ିର ସୂତ୍ରଧର

ଶରଦ ପାୱାର ହେଉଛନ୍ତି ମହାବିକାଶ ଅଘାଡ଼ିର ସୂତ୍ରଧର । ସେ ହିଁ ମହାରାଷ୍ଟ୍ର ରାଜନୀତିରେ ଏଭଳି ସମୀକରଣ ସୃଷ୍ଟି କରିଥିଲେ, ଯାହା କେହି ଆଶା କରିନଥିଲେ । ପାୱାର ଶିବସେନା ଏବଂ କଂଗ୍ରେସକୁ ଗୋଟିଏ ପ୍ଲାଟଫର୍ମରେ ଆଣି ଦେଶକୁ ଏକ ନୂଆ ଗଠବନ୍ଧନ ଦେଇଥିଲେ । କଂଗ୍ରେସ ଏବଂ ଶିବସେନା ସମେତ ବିରୋଧୀ ଦଳ ଚାହୁଁ ନାହାଁନ୍ତି ଯେ ମହାରାଷ୍ଟ୍ରରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଆଗକୁ ବଢୁ । ବର୍ତ୍ତମାନ ପାୱାର ଦଳର ମୁଖ୍ୟ ଭାବରେ ଜାରି ରଖିବାକୁ ରାଜି ହୋଇଛନ୍ତି । ତେଣୁ ଏହା ବିଜେପି ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି ।

ଉତ୍ତରାଧିକାରୀ ଚୟନ

ଶରଦ ପାୱାରଙ୍କ ଇସ୍ତଫା ପରେ ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ତାଙ୍କ ଉତ୍ତରାଧିକାରୀ ଭାବରେ ଅଜିତ ପାୱାର, ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କ ନାମ ସାମ୍ନାକୁ ଆସିଥିଲା । କିନ୍ତୁ ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ପାୱାର ତାଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ସେ ଚାହୁଁଛନ୍ତି ଦଳର କମାଣ ସୁପ୍ରିୟା ସୁଲେଙ୍କୁ ମିଳୁ, କିନ୍ତୁ ଦଳର ବର୍ତ୍ତମାନର ସ୍ଥିତିକୁ ଦେଖି ସେ ଠିକ୍ ସମୟକୁ ଅପେକ୍ଷା କରିଛନ୍ତି ।

ବିପକ୍ଷ ଏକଜୁଟ୍ ରେ ମାହିର ପାୱାର

କଂଗ୍ରେସ 2024 ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାରେ ନିୟୋଜିତ ଅଛି । ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ବିହାର ସିଏମ ନୀତୀଶ କୁମାରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କିନ୍ତୁ ଦିଲ୍ଲୀ ରାଜନୀତିରେ ନୀତୀଶଙ୍କ ଅପେକ୍ଷା ପାୱାର ଅଧିକ ପ୍ରଭାବଶାଳୀ । ପାର୍ଟି ଏକାଠି କରିବାରେ ସେ ନୀତୀଶଙ୍କ ଅପେକ୍ଷା ଅଧିକ ପାରଦର୍ଶୀ ବିବେଚିତ ହୋଇଛନ୍ତି । ଆହୁରି ମଧ୍ୟ ସେ ଅନେକ ଦଳ ସହିତ ଘନିଷ୍ଠତା ବଜାୟ ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+