ବିଜେଡ଼ିରେ ସାମିଲ ହେବେ ସୁରଙ୍କ ସାନ ପୁଅ ମନ୍ମଥ
Elections 2024: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି । ଏହା ସହ ବିଭିନ୍ନ ଦଳରେ ହେଉଛି ମିଶ୍ରଣ ପର୍ବ । ନିଜ ନିଜ ସମର୍ଥକଙ୍କୁ ନେଇ ଦଳ ବଦଳ କରିବା ସହ ନିଜ ଶକ୍ତି ପ୍ରଦର୍ଶ କରୁଛନ୍ତି ନେତା ।

ଏହି ସମୟରେ ଆଜି ବିଜେଡ଼ିରେ ସାମିଲ ହୋଇପାରନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଦୀର୍ଧ ଦିନ ଧରି ସେ ବିଜେଡ଼ିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କ୍ୟାପଟେନ ମନ୍ମଥ ରାଉତରାୟ ପୁରୁଣା ଭୁବନେଶ୍ୱର ମାଉସୀ ମା ଛକରୁ ସମର୍ଥକ ମାନଙ୍କୁ ଧରି ବିରାଟ ପଟୁଆରରେ ଯାଇ ଶଙ୍ଖ ଭବନରେ ବିଜେଡିରେ ମିଶିବେ ।
କିଛି ମାସ ତଳେ ପାଇଲଟ ଚାକିରୀରୁ ସ୍ୱେଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସେ ସମୟରେ କଂଗ୍ରେସରୁ ଲଢିବେନି ବୋଲି ମନା କରିଥିଲେ ମନ୍ମଥ । ଏବେ ସେ ବିଧିବଦ୍ଧ ଭାବେ ନିଜ ସମର୍ଥକ ମାନଙ୍କୁ ଧରି ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି ।
ଅପରପକ୍ଷରେ ପୁଅ ବିଜେଡିରେ ସାମିଲ ହେଲେ ମଧ୍ୟ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି କହିଛନ୍ତି ସୁର ।












Click it and Unblock the Notifications