Get Updates
Get notified of breaking news, exclusive insights, and must-see stories!

ସୁରଙ୍କ ଉତ୍ତରାଧିକାରୀ ହେବେ ମନ୍ମଥ, ଜଟଣୀରୁ ପ୍ରାର୍ଥୀ ହେବା ନେଇ କଲେ ଦାବି

ଭୁବନେଶ୍ୱର: ଗତ କିଛି ଦିନ ତଳେ ସୁର ରାଉତରାୟ ପରିବାରରେ ଚାଲିଥିବା ପଲିଟିକାଲ ଡ୍ରାମାରେ ବିରାମ ଟାଣିଛନ୍ତି ସୁର ରାଉତରାୟ । ଜଟଣୀରୁ କିଏ ନିର୍ବାଚନ ଲଢିବ ଓ କିଏ ସୁରଙ୍କ ଉତ୍ତରାଧିକାରୀ ହେବ ସେ ନେଇ ପରିବାରରେ ଲାଗି ରହିଥିଲା ଦ୍ୱନ୍ଦ । ଏଥି ମଧ୍ୟରେ ଆଜି ପୁଣି ସୁର ଏ ନେଇ ନିଜ ଦାବି କରିଛନ୍ତି ।

sura routray - manmath routray

ସୁରଙ୍କ ଉତ୍ତରାଧିକାରୀ ହେବେ ସାନ ରାଉତରାୟ ମନ୍ମଥ । ଜଟଣୀ ଆସନରୁ ମନ୍ମଥ ରାଉତରାୟ ବିଧାୟକ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତୁ ସୁର ।

ମନ୍ମଥ କ୍ୟାପ୍ଟେନ ଚାକିରି ଛାଡ଼ି ଆଜି ଭୁବନେଶ୍ୱର ଫେରିଛନ୍ତି । ବିମାନ ବନ୍ଦରରେ ଆଜି ମନ୍ମଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଭୁବନେଶ୍ୱର ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ଶହ ଶହ ସମର୍ଥକମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ । ସୁର ଓ ତାଙ୍କ ପତ୍ନୀ ମନ୍ମଥଙ୍କୁ ମଧ୍ୟ ସ୍ୱାଗତ କରିଥିଲେ ।

ଭୁବନେଶ୍ୱର ବିମାନ ବନ୍ଦରରେ ପୁଅକୁ ସ୍ୱାଗତ ବେଳେ ସୁର କହିଛନ୍ତି, ଆଜିଠୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ । ମନ୍ମଥ ତମମାନଙ୍କ ପାଇଁ ଚାକିରି ଛାଡ଼ି ଆସିଲେ । ଯେଉଁମାନେ ମୋତେ ଓ ମନ୍ମଥକୁ ଭଲ ପାଉଛନ୍ତି, ଆମେ ପ୍ରତିଜ୍ଞା କରିବା ମନ୍ମଥଙ୍କୁ 2024 ନିର୍ବାଚନରେ ଜିତାଇବା ।

କିନ୍ତୁ 2023 ସେପ୍ଟେମ୍ବରରେ କଂଗ୍ରେସରୁ ନିଲମ୍ବନ ହୋଇଥିଲେ ମନ୍ମଥ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଦଳରୁ ନିଲମ୍ବମ କରାଯାଇଥିଲା । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ ମନ୍ମଥ । ଏହାକୁ ନେଇ ସୋ' କଜ୍‌ ନୋଟିସର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+