Get Updates
Get notified of breaking news, exclusive insights, and must-see stories!

ନ୍ୟାୟିକ ହେପାଜତକୁ ଗଲେ ମନୀଷ, ମାର୍ଚ୍ଚ 20 ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ସିସୋଦିଆ

ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ 20 ପର୍ଯ୍ୟନ୍ତ ରାଉସ୍ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

Manish Sisodia

ନୂଆଦିଲ୍ଲୀ : ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ 20 ପର୍ଯ୍ୟନ୍ତ ରାଉସ୍ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ମନୀଷଙ୍କୁ ବର୍ତ୍ତମାନ ତିହାର ଜେଲକୁ ନିଆଯିବ । ଦିଲ୍ଲୀ ମଦ ନୀତିରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଫେବୃଆରୀ 26 ରେ ଗିରଫ କରାଯାଇଥିଲା । ଏହାପୂର୍ବରୁ ସିବିଆଇ ସିସୋଦିଆଙ୍କୁ ପ୍ରଥମେ 5 ଦିନ, ପରେ 2 ଦିନ ପାଇଁ ହେପାଜତକୁ ନେଇଥିଲା ।

ସିବିଆଇ ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ମନୀଷ ସିସୋଦିଆଙ୍କୁ ହାଜର କରିଥିଲା । ସିବିଆଇ ମନୀଷଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା । ସିବିଆଇ କହିଛି ଯେ ଆମେ ବର୍ତ୍ତମାନ ଅଧିକ ପୋଲିସ ହେପାଜତ ଚାହୁଁ ନାହୁଁ, କିନ୍ତୁ ଭବିଷ୍ୟତରେ ଏହା ଆବଶ୍ୟକ ପଡ଼ିପାରେ । ସିବିଆଇ କହିଛି ଯେ ସେ ତଦନ୍ତରେ ସହଯୋଗ କରୁନାହାଁନ୍ତି । ଏହା ସହିତ ସିବିଆଇ କହିଛି ଯେ ସିସୋଦିଆ ମଧ୍ୟ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ।

ସିବିଆଇ ସ୍ୱତନ୍ତ୍ର ଜଜ୍ ଏମ.କେ ନାଗପାଲଙ୍କୁ ସିବିଆଇ କହିଛି ଯେ ମନୀଷ ଏହି ମାମଲାରେ ସାକ୍ଷୀମାନଙ୍କୁ ଡରାଉଛନ୍ତି । ଏହା ସହିତ ସେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ରଙ୍ଗ ଦେଉଛନ୍ତି । ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଭଳି ଦର୍ଶାଯାଉଛି । ସିବିଆଇ କହିଛି ଯେ କୋର୍ଟ ୱାରେଣ୍ଟ ଜାରି କରିବା ପରେ ହିଁ ଆମେ ଏହି ଚଢାଉ କରିଛୁ । ଏହି ପ୍ରସଙ୍ଗରେ ସିବିଆଇ ଦ୍ୱାରା ଯେ କୌଣସି ପଦକ୍ଷେପ ନିଆଯାଇଛି, ସବୁକିଛି କୋର୍ଟଙ୍କ ନୋଟିସରେ ଅଛି ।

ଏଥି ସହିତ, ଗତ ଶୁଣାଣି ସମୟରେ ମନୀଷ ସିସୋଦିଆ ଜାମିନ ଆବେଦନ ଉପରେ ସେ କୋର୍ଟରେ କହିଥିଲେ ଯେ ସିବିଆଇ ତାଙ୍କୁ ବାରମ୍ବାର ସମାନ ପ୍ରଶ୍ନ ପଚାରୁଛି । ଏହି ଉପାୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ସିସୋଦିଆ ଦାବି କରିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିବିଆଇ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଅଣ-ବିଜେପି ସରକାରକୁ ରାଜ୍ୟରେ ସୁରୁଖୁରୁରେ କାର୍ଯ୍ୟ କରିବାକୁ ନ ଦେବାକୁପ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+