Get Updates
Get notified of breaking news, exclusive insights, and must-see stories!

ମଣିପୁର ବିଧାନସଭା ନିର୍ବାଚନ LIVE : ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ 67.53 ପ୍ରତିଶତ ମତଦାନ

ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା କାଲି (ସୋମବାର) ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ 38 ଆସନ ପାଇଁ ମତଦାନ କରିବେ ଭୋଟର । 38 ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମୋଟ 173 ଜଣ ପ୍ରାର୍ଥୀ ।

manipur

ଇମ୍ଫାଲ୍ : ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ 38 ଆସନ ପାଇଁ ମତଦାନ କରିବେ ଭୋଟର । 38 ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମୋଟ 173 ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ଅଛନ୍ତି 15 ଜଣ ମହିଳା ପ୍ରାର୍ଥୀ । ସକାଳ 7 ଟା ରୁ ସନ୍ଧ୍ୟା 64 ଟା ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ମୋଟ 20 ଲକ୍ଷ ଭୋଟର୍ 173 ଜଣ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କ ମଧ୍ୟରେ 10.49 ଲକ୍ଷ ପୁରୁଷ ଥିବାବେଳେ 9.58 ଲକ୍ଷ ଅଛନ୍ତି ମହିଳା । ମାର୍ଚ୍ଚ 10 ରେ ପ୍ରକାଶ ପାଇବ ଫଳାଫଳ ।

ନିର୍ବାଚନ ସମ୍ପର୍କିତ ଖବର ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...

Feb 28, 2022, 5:47 pm IST

ଦିଲ୍ଲୀ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଦ୍ୱାରା ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ହୋଇଥିବା ଭାରତୀୟ ନାଗରିକଙ୍କୁ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନାକଭି ସ୍ୱାଗତ କରିଛନ୍ତି ।
Feb 28, 2022, 4:15 pm IST

ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି 38 ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି, କୋଭିଡ ନିର୍ଦ୍ଦେଶାବଳୀ ସହିତ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।
Feb 28, 2022, 4:11 pm IST

ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ 61.35 ପ୍ରତିଶତ ମତଦାନ |
Feb 28, 2022, 4:11 pm IST

ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ 76.74 ପ୍ରତିଶତ ମତଦାନ |
Feb 28, 2022, 4:11 pm IST

ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ 67.42 ପ୍ରତିଶତ ମତଦାନ |
Feb 28, 2022, 4:11 pm IST

ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ 70.21 ପ୍ରତିଶତ ମତଦାନ
Feb 28, 2022, 4:10 pm IST

ମଣିପୁରର ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ 67.53 ପ୍ରତିଶତ ମତଦାନ, ପ୍ରଥମ ପର୍ଯ୍ୟାୟରେ 38 ଟି ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି ।
Feb 28, 2022, 4:06 pm IST

ଚୁରନଚାଁଦପୁର ଜିଲ୍ଲାରେ ହିଂସାକାଣ୍ଡ ଯୋଗୁ ଇଭିଏମ କ୍ଷତିଗ୍ରସ୍ତ ହୋଇଥିଲା।
Feb 28, 2022, 4:05 pm IST

ମଣିପୁରର ବିଭିନ୍ନ ଆସନରେ ନିର୍ବାଚନୀ ହିଂସା

ରାଜ୍ୟର ଏକାଧିକ ବିଧାନସଭା ଆସନରେ ନିର୍ବାଚନୀ ହିଂସା ଘଟିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। କେତେକ ସ୍ଥାନରେ ଏଥିପାଇଁ ନିର୍ବାଚନ ସାମୟିକ ବନ୍ଦ କରିବାକୁ ପଡିଛି।
Feb 28, 2022, 1:53 pm IST

ବୁଥ କ୍ୟାପଚରିଙ୍ଗ ମାମଲାରେ ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟର ସଂଗଠିତ ଝଗଡା ଯୋଗୁ କିଛି ସମୟ ପାଇଁ ମତଦାନ ବନ୍ଦ ହେଲା।
Feb 28, 2022, 1:51 pm IST

କଂଗ୍ରେସ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ନିର୍ବାଚନୀ ହିଂସା ହୋଇଥିବା ଖବର ମିଳିଛି।
Feb 28, 2022, 1:51 pm IST

ମଣିପୁରର କଇରାବ ବିଧାନସଭା କ୍ଷେତ୍ରରେ ପଥର ଫୋପାଡିବା ଏବଂ ଫାୟରିଂ ହୋଇଥିବା ସୂଚନା ମିଳିଛି।
Feb 28, 2022, 12:30 pm IST

ପ୍ରଥମ ଥର ମତଦାନ କରିଥିବା ଭୋଟର ନିଜର ଅଭିଜ୍ଞତା ଜଣାଇବା ସହ ସମସ୍ତ ମତଦାତାଙ୍କୁ ବୋଚ୍ ଦେବାକୁ ଅପିଲ୍ କରିଛନ୍ତି ।
Feb 28, 2022, 12:27 pm IST

ପୂର୍ବାହ୍ନ 11 ଟା ସୁଦ୍ଧା ପୂର୍ବ ଇମ୍ଫାଲରେ 26.66 ପ୍ରତିଶତ, ପଶ୍ଚିମ ଇମ୍ଫାଲରେ 31.6 ପ୍ରତିଶତ , ବିଷ୍ଣୁପୁରରେ 29.66 ପ୍ରତିଶତ, କାଙ୍ଗପୋକ୍ପିରେ 32.16 ପ୍ରତିଶତ, ଚୁରାଚନ୍ଦ୍ରପୁରରେ 16.68 ପ୍ରତିଶତ ମତଦାନ ହୋଇଛି ।
Feb 28, 2022, 12:23 pm IST

ସକାଳ 11 ଟା ସମୟରେ ଚାକ ମଣିପୁରର ଇମ୍ଫାଲ ଇଷ୍ଟ ଜିଲ୍ଲାରେ 26.66 ପ୍ରତିଶତ ମତଦାନ, ଅପରାହ୍ନ 4 ଟା ପର୍ଯ୍ୟନ୍ତ ମତଦାନ ହେବ |
Feb 28, 2022, 12:18 pm IST

ପ୍ରଥମ ପର୍ଯ୍ୟାୟରେ ମଣିପୁରରେ 38 ଟି ସିଟ୍ ପାଇଁ ଭୋଟ୍ ଜାରି ରହିଛି, ସକାଳ 11 ଟା ପର୍ଯ୍ୟନ୍ତ 27.34 ପ୍ରତିଶତ ମତଦାନ
Feb 28, 2022, 11:45 am IST

ମଣିପୁରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି, ସକାଳ 10 ଟା ପର୍ଯ୍ୟନ୍ତ 38 ଟି ବିଧାନସଭା ଆସନରେ 11.68 ପ୍ରତିଶତ ମତଦାନ ହୋଇଛି ।
Feb 28, 2022, 11:37 am IST

ମଣିପୁରର ଷ୍ଟେଟ୍ ଆଇକନ୍ ଅଦାଫ୍ରୋ ସିଲଭିଆ ତାଙ୍କ ଭୋଟ୍ ଦେଇଛନ୍ତି, ସର୍ବାଧିକ ସଂଖ୍ୟକ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି
Feb 28, 2022, 11:05 am IST

ଆଜି ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 38 ଟି ଆସନରେ ମତଦାନ ଚାଲିଛି, ଆପଣଙ୍କର ଗୋଟିଏ ଭୋଟ୍ ଆପଣଙ୍କ ରାଜ୍ୟ ଏବଂ ଦେଶର ଭବିଷ୍ୟତ ସ୍ଥିର କରିବ- ଜେପି ନଡ୍ଡା
Feb 28, 2022, 10:32 am IST

ମଣିପୁରର ଷ୍ଟେଟ ଆଇକନ୍ ରୋବର୍ଟ ନୋରେମ୍ ନିଜର ଭୋଟ୍ ଦେଇଛନ୍ତି, ଭୋଟ୍ ଦେବା ପରେ ସର୍ବାଧିକ ସଂଖ୍ୟକ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।
Feb 28, 2022, 10:01 am IST

ମଣିପୁରର ଲୋକଙ୍କୁ, ବିଶେଷକରି ଯୁବକମାନଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ । ଆପଣଙ୍କ ଗୋଟିଏ ଭୋଟ୍ ଏହି ସୁନ୍ଦର ରାଜ୍ୟକୁ ବିଦ୍ରୋହ, ଅବରୋଧ ଏବଂ ଦୁର୍ନୀତିରୁ ମୁକ୍ତ ରଖିବ । ତେଣୁ ବାହାରକୁ ଆସି ଏକ ସମୃଦ୍ଧ ମଣିପୁର ପାଇଁ ଭୋଟ୍ ଦିଅନ୍ତୁ ।
Feb 28, 2022, 9:57 am IST

ମଣିପୁରରେ ସକାଳ 9:30 ପର୍ଯ୍ୟନ୍ତ 8.94 ପ୍ରତିଶତ ମତଦାନ, ପ୍ରଥମ ପର୍ଯ୍ୟାୟରେ ଆଜି 38 ଟି ବିଧାନସଭା ଆସନରେ ଭୋଟ୍ ଗେରହଣ ହେଉଛି ।
Feb 28, 2022, 9:48 am IST

ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବହୁ ବଡ ଚେହେରାଙ୍କ ହେଉଛି ଭାଗ୍ୟ ପରୀକ୍ଷା । କ୍ୟାବିନେଟ ମନ୍ତ୍ରୀ ଥୋଙ୍ଗମ ବିଶ୍ୱଜିତ ସିଂହଙ୍କ ଆସନରେ ମଧ୍ୟ ହେଉଛି ମତାଦନ ।
Feb 28, 2022, 9:36 am IST

ପ୍ରଥମ ପର୍ଯ୍ୟାୟରେ ନାମ୍ବୋଲରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡେପୁଟି ସିଏମ୍ ୟୁମ୍ନାମ୍ ଜୋକୁମାର ଏବଂ ମଣିପୁର କଂଗ୍ରେସ ସଭାପତି ଏନ ଲୋକେଶ ସିଂଙ୍କ ଆସନରେ ହେଉଛି ମତଦାନ
Feb 28, 2022, 9:25 am IST

ମଣିପୁରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି । ଜାଣନ୍ତୁ କଣ ରହିଛି ସମୀକରଣ
Feb 28, 2022, 9:15 am IST

ମଣିପୁରର ଡେପୁଟି ସିଏମ୍ ଏବଂ ଉରିପୋକର ଏନପିପି ପ୍ରାର୍ଥୀ ଯୁମ୍ନାମ୍ ଜୟକୁମାର ସିଂହ ଇମ୍ଫାଲର ନାଓରେମଥଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି
Feb 28, 2022, 9:11 am IST

କୋଭିଡ୍ କଟକଣା ମାନି ମଣିପୁରରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ ।
Feb 28, 2022, 8:41 am IST

ଭୋଟ୍ ଦେବା ପାଇଁ ବୃଦ୍ଧ ଭୋଟରଙ୍କ ମଧ୍ୟରେ ଉତ୍ସାହ । ବୃଦ୍ଧ ଭୋଟରମାନେ ବହୁ ସଂଖ୍ୟାରେ ଭୋଟ୍ ଦେବା ପାଇଁ ମତଦାନ ବୁଥ୍ ରେ ପହଞ୍ଚୁଛନ୍ତି ।
Feb 28, 2022, 8:18 am IST

ଇମ୍ଫାଲର ଏକ ମତଦାନ କେନ୍ଦ୍ରର ଫଟୋ, କଡା ସୁରକ୍ଷା ମଧ୍ୟରେ ମଣିପୁରରେ ହେଉଛି ମତଦାନ ।
Feb 28, 2022, 8:11 am IST

173 ଜଣ ପ୍ରାର୍ଥୀ ମଧ୍ୟରେ ଅଛନ୍ତି 15 ଜଣ ମହିଳା ପ୍ରାର୍ଥୀ । ସକାଳ 7 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+