ପୁଣି ମୁଖ୍ୟମନ୍ତ୍ରା ଆସନରେ ବସିବେ ମାଣିକ ସାହା
ତ୍ରିପୁରାରେ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମାଣିକ ସାହାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତ୍ରିପୁରାରେ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମାଣିକ ସାହାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଅନୁଷ୍ଠିତ ବିଜେପି ବିଧାୟକଙ୍କ ବୈକରେ ସେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ମାର୍ଚ୍ଚ 8 ତାରିଖରେ ସେ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ।
ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ମାର୍ଚ୍ଚ 2 ରେ ଘୋଷଣା ହୋଇଥିଲା । ରାଜ୍ୟରେ ମୋଟ 60 ଟି ବିଧାନସଭା ଆସନରୁ ବିଜେପି ମିଳିତ ମଞ୍ଚ 32 ଟି ସିଟ୍ ପାଇଛି । ଏହା ପର ଠାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନେତାଙ୍କ ନାମ ଉପରେ ଆଲୋଚନା ହୋଇଥିଲା । ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅନେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ଯାହା ପରେ ମାଣିକ ସାହାଙ୍କ ନାମ ଚୂଡାନ୍ତ ହୋଇଥିଲା । ଅନ୍ୟପକ୍ଷରେ ସୋମବାର ବିଧାୟକ ଦଳ ବୈଠକରେ ତାଙ୍କ ନାମ ପଠାଯାଇଥିଲା ଯେଉଁଥିରେ ସମସ୍ତ ବିଧାୟକ ସହମତି ପ୍ରକାଶ କରିଛନ୍ତି ।












Click it and Unblock the Notifications