ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷ୍ଟାର୍ ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ବରୁଣ ଏବଂ ମେନକା ଗାନ୍ଧୀ
ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ।ବରୁଣ ଗାନ୍ଧୀ ଏବଂ ତାଙ୍କ ମାତା ମେନକା ଗାନ୍ଧୀଙ୍କ ନାମ ଏହି ତାଲିକାରେ ନାହିଁ ।
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ 30 ଜଣ ନେତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ ବରୁଣ ଗାନ୍ଧୀ ଏବଂ ତାଙ୍କ ମାତା ମେନକା ଗାନ୍ଧୀଙ୍କ ନାମ ଏହି ତାଲିକାରେ ନାହିଁ । ବରୁଣ ଗାନ୍ଧୀ ପିଲିଭିତରୁ ସାଂସଦ ହୋଇଥିବାବେଳେ ତାଙ୍କ ମାତା ମେନକା ଗାନ୍ଧୀ ସୁଲତାନପୁରରୁ ସାଂସଦ ଅଟନ୍ତି ।

ଆପଣଙ୍କୁ କହିରଖୁଛୁ, 2017 ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ବରୁଣ ଗାନ୍ଧୀଙ୍କ ନାମ ବିଜେପି ତାଲିକାରେ ଅନ୍ତର୍ଭୂକ୍ତ କରାଯାଇ ନଥିଲା । ତେବେ, ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ଏହି ଷ୍ଟାର୍ ପ୍ରଚାରକ ତାଲିକାରେ ବରୁଣଙ୍କ ନାମ ସାମିଲ କରାଯାଇଥିଲା । ତାଙ୍କ ମା ମେନକା ଗାନ୍ଧୀଙ୍କୁ ସେହି ସମୟରେ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳି ନଥିଲା ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ବିଜେପି ବୁଧବାର 30 ନେତାଙ୍କ ତାଲିକା ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ମୋଦୀ, ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ସିଏମ ଯୋଗୀ ଆଦିତ୍ୟନାଥ, ଦଳର ସାଂସଦ ହେମା ମଲିନୀଙ୍କ ସମେତ ପ୍ରାୟ 30 ଜଣ ବିଜେପି ନେତା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରଚାର କରିବେ । ବରୁଣ ଗାନ୍ଧୀ, ମେନକା ଗାନ୍ଧୀଙ୍କ ନାମ ପ୍ରଚାରକ ତାଲିକାରେ ନାହିଁ । ଏହା ବ୍ୟତୀତ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ନାମ ତାରକା ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଛି ।
ଆପଣଙ୍କୁ କହି ରଖୁଛୁ ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ଦଳ ବିରୋଧରେ ସ୍ୱର ଉତ୍ତୋଳନ ଜାରି ରଖିଛନ୍ତି । ଅନେକ ଥର ପାର୍ଟି ଲାଇନ ବାହାରେ ବିବୃତ୍ତି ଦେଉଥିବାର ନଜର ଆସିଛନ୍ତି । କୃଷକଙ୍କ ପ୍ରସଙ୍ଗରେ ବରୁଣ ଗାନ୍ଧୀ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଥିଲେ । ବରୁଣ ଗାନ୍ଧୀ ଏମଏସପି ପ୍ରସଙ୍ଗରେ ଏବଂ ବେଳେବେଳେ ଆଖୁ ଚାଷୀଙ୍କ ଦେୟ ପ୍ରଦାନ ନକରିବା ଅଭିଯୋଗରେ ବିଜେପିର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣକାରୀ ହୋଇଆସୁଛନ୍ତି । ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନେକ ଚିଠି ଲେଖିଛନ୍ତି । ଏହା ବ୍ୟତୀତ ରାତ୍ରୀକାଳୀନ କର୍ଫ୍ୟୁ, ବେକାରୀ ସମସ୍ୟା, ଆଇନ ଶୃଙ୍ଖଳା ଭଳି ପ୍ରସଙ୍ଗରେ ବରୁଣ ଗାନ୍ଧୀ ମଧ୍ୟ ସରକାରଙ୍କୁ ଘେରିଥିଲେ ।












Click it and Unblock the Notifications