For Quick Alerts
Turn On Notification  
For Daily Alerts
Oneindia App Download

West Bengal Assembly Election : ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ରେ ଟିଏମସିରୁ ଲଢିବେ ମମତା ବାନାର୍ଜୀ

ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଏହି ଆସନରୁ ଟିଏମସି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ୱନ୍ଦିତା କରୁଥିଲେ ।

|

କୋଲକାତା : ଚଳିତ ବର୍ଷ ମଧ୍ୟ ଭାଗରେ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏ ନେଇ ଏବେଠୁ ଆରମ୍ଭ ହୋଇଯାଇଛି ରାଜନୈତି ଦଳ ମଧ୍ୟରେ ଅଙ୍କ କଷାକଷି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଏହି ଆସନ ପୂର୍ବରୁ ଟିଏମସି ଅଧିନରେ ଥିଲା । ଏହି ଆସନରୁ ଟିଏମସି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ୱନ୍ଦିତା କରୁଥିଲେ । ସେ କିଛି ଦିନ ପୂର୍ବରୁ ମମତାଙ୍କ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

Mamat-Banerjee

ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମରେ ଏକ ନିର୍ବାଚନ ସଭା କରିଛନ୍ତି । ଏହି ସଭାରେ ସେ ନନ୍ଦିଗ୍ରାମରୁ ଆସନ୍ତା ନିର୍ବାଚନରେ ଲଢିବେ ବୋଲି ଘୋଷଣା କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ଏଥର ମଧ୍ୟ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ଗଠନ କରିବ ଏବଂ ଟିଏମସି 200 ରୁ ଅଧିକ ସିଟ୍ ପାଇବ । ସେ ଆହୁରି ମଧ୍ୟ କହିଛନ୍ତି, ନନ୍ଦିଗ୍ରାମ ତାଙ୍କୁ ଅନେକ କିଛି ଦେଇଛି, ଏପରିକି ସେ 2016 ରେ ନନ୍ଦିଗ୍ରାମରୁ ନିର୍ବାଚନୀ ଯାତ୍ରା ଆରମ୍ଭ କରିଥିଲେ, ନନ୍ଦିଗ୍ରାମ ତାଙ୍କ ପାଇଁ ଭାଗ୍ୟବାନ । ତେଣୁ ସେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ବୋଲି ଆଜିର ନିର୍ବାଚନୀ ସଭାରେ ଘୋଷଣା କରିଛନ୍ତି ।

ଏଥିସହିତ ସେ କହିଛନ୍ତି ଯେ, ନନ୍ଦିଗ୍ରାମ ବ୍ୟତୀତ ସେ ତାଙ୍କ ପାରମ୍ପାରିକ ଆସନ ଭବାନୀପୁରରୁ ମଧ୍ୟ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ସଭାରେ ଟିଏମସି ଛାଡ଼ି ବିଜେପି ହାତ ଧରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ମମତା ବାନାର୍ଜୀ କଡ଼ା ସମାଲୋଚନା କରିଛନ୍ତି । ନନ୍ଦିଗ୍ରାମରେ ରାଲି କରିବାବେଳେ ମମତା ବାନାର୍ଜୀ କହିଥିଲେ, 'ମୋର ପୂର୍ବ ଦିନଗୁଡିକ ମନେ ଅଛି । ତେଣୁ ମୁଁ କାହାରିଠାରୁ ଜ୍ଞାନ ଆବଶ୍ୟକ ନାହିଁ । ନନ୍ଦିଗ୍ରାମ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ, ଆମେ ସମସ୍ତେ ଜାଣୁ ।'

Mamata-Banerjee

ଆଜିର ଏହି ରାଲିରେ ଟିଏମସି ସାଂସଦ ତଥା ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ଏବଂ ତାଙ୍କ ଭାଇମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏଥି ସହ ସେ କହିଛନ୍ତି ଯେ ଦେଶବ୍ୟାପୀ ଆଜି କୃଷକମାନେ ମଧ୍ୟ ଆନ୍ଦୋଳନ କରୁଛନ୍ତି ଏବଂ ବିଜେପିକୁ ତୁରନ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଉଚିତ୍ ।

ବିଜେପିକୁ ନେଇ ଦେଲେ ଆକ୍ରୋଶମୂଳକ ମନ୍ତବ୍ୟ

ବିଜେପିକୁ କଡ଼ାସମାଲୋଚନା କରି ମମତା କହିଛନ୍ତି, ବିଜେପି ହେଉଛି ଏକ ୱାଶିଂ ମେସିନ୍, କଳାକୁ ଧଳା କରିବା ପାଇଁ ବିଜେପି ହେଉଛି ୱାଶିଂ ପାଉଡର । ଏଥିସହିତ ଖବରକାଗଜ, ଗଣମାଧ୍ୟମକୁ ଭୟଭୀତ କରି ନିଜ ଅନୁସାରେ ସର୍ଭେ କରାଯାଉଛି ଏବଂ ମୁଁ ସବୁକିଛି ଜାଣିଛି । ଭିଡିଓ ଏବଂ ହ୍ୱାଟସ୍ଆପକୁ ବିଶ୍ୱାସ କରନ୍ତୁ ନାହିଁ, ଏହା ସବୁ ମିଥ୍ୟା । ବିଜେପି ମିଥ୍ୟା ଖବର ପ୍ରଚାର କରୁଛି । ସେମାନେ ଧଳାକୁ କଳା କରିବା ଲୋକ ବୋଲି ଆରୋପ୍ ଲଗାଇଛନ୍ତି ମମତା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mamata Banerjee announces she will contest from Nandigram in coming assembly election which is the home ground of Suvendu Adhikari.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X