West Bengal Assembly Election : ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ରେ ଟିଏମସିରୁ ଲଢିବେ ମମତା ବାନାର୍ଜୀ

ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଏହି ଆସନରୁ ଟିଏମସି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ୱନ୍ଦିତା କରୁଥିଲେ ।

କୋଲକାତା : ଚଳିତ ବର୍ଷ ମଧ୍ୟ ଭାଗରେ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏ ନେଇ ଏବେଠୁ ଆରମ୍ଭ ହୋଇଯାଇଛି ରାଜନୈତି ଦଳ ମଧ୍ୟରେ ଅଙ୍କ କଷାକଷି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଏହି ଆସନ ପୂର୍ବରୁ ଟିଏମସି ଅଧିନରେ ଥିଲା । ଏହି ଆସନରୁ ଟିଏମସି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ୱନ୍ଦିତା କରୁଥିଲେ । ସେ କିଛି ଦିନ ପୂର୍ବରୁ ମମତାଙ୍କ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

Mamat-Banerjee

ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମରେ ଏକ ନିର୍ବାଚନ ସଭା କରିଛନ୍ତି । ଏହି ସଭାରେ ସେ ନନ୍ଦିଗ୍ରାମରୁ ଆସନ୍ତା ନିର୍ବାଚନରେ ଲଢିବେ ବୋଲି ଘୋଷଣା କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ଏଥର ମଧ୍ୟ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ଗଠନ କରିବ ଏବଂ ଟିଏମସି 200 ରୁ ଅଧିକ ସିଟ୍ ପାଇବ । ସେ ଆହୁରି ମଧ୍ୟ କହିଛନ୍ତି, ନନ୍ଦିଗ୍ରାମ ତାଙ୍କୁ ଅନେକ କିଛି ଦେଇଛି, ଏପରିକି ସେ 2016 ରେ ନନ୍ଦିଗ୍ରାମରୁ ନିର୍ବାଚନୀ ଯାତ୍ରା ଆରମ୍ଭ କରିଥିଲେ, ନନ୍ଦିଗ୍ରାମ ତାଙ୍କ ପାଇଁ ଭାଗ୍ୟବାନ । ତେଣୁ ସେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ବୋଲି ଆଜିର ନିର୍ବାଚନୀ ସଭାରେ ଘୋଷଣା କରିଛନ୍ତି ।

ଏଥିସହିତ ସେ କହିଛନ୍ତି ଯେ, ନନ୍ଦିଗ୍ରାମ ବ୍ୟତୀତ ସେ ତାଙ୍କ ପାରମ୍ପାରିକ ଆସନ ଭବାନୀପୁରରୁ ମଧ୍ୟ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ସଭାରେ ଟିଏମସି ଛାଡ଼ି ବିଜେପି ହାତ ଧରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ମମତା ବାନାର୍ଜୀ କଡ଼ା ସମାଲୋଚନା କରିଛନ୍ତି । ନନ୍ଦିଗ୍ରାମରେ ରାଲି କରିବାବେଳେ ମମତା ବାନାର୍ଜୀ କହିଥିଲେ, 'ମୋର ପୂର୍ବ ଦିନଗୁଡିକ ମନେ ଅଛି । ତେଣୁ ମୁଁ କାହାରିଠାରୁ ଜ୍ଞାନ ଆବଶ୍ୟକ ନାହିଁ । ନନ୍ଦିଗ୍ରାମ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ, ଆମେ ସମସ୍ତେ ଜାଣୁ ।'

Mamata-Banerjee

ଆଜିର ଏହି ରାଲିରେ ଟିଏମସି ସାଂସଦ ତଥା ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ଏବଂ ତାଙ୍କ ଭାଇମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏଥି ସହ ସେ କହିଛନ୍ତି ଯେ ଦେଶବ୍ୟାପୀ ଆଜି କୃଷକମାନେ ମଧ୍ୟ ଆନ୍ଦୋଳନ କରୁଛନ୍ତି ଏବଂ ବିଜେପିକୁ ତୁରନ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଉଚିତ୍ ।

ବିଜେପିକୁ ନେଇ ଦେଲେ ଆକ୍ରୋଶମୂଳକ ମନ୍ତବ୍ୟ

ବିଜେପିକୁ କଡ଼ାସମାଲୋଚନା କରି ମମତା କହିଛନ୍ତି, ବିଜେପି ହେଉଛି ଏକ ୱାଶିଂ ମେସିନ୍, କଳାକୁ ଧଳା କରିବା ପାଇଁ ବିଜେପି ହେଉଛି ୱାଶିଂ ପାଉଡର । ଏଥିସହିତ ଖବରକାଗଜ, ଗଣମାଧ୍ୟମକୁ ଭୟଭୀତ କରି ନିଜ ଅନୁସାରେ ସର୍ଭେ କରାଯାଉଛି ଏବଂ ମୁଁ ସବୁକିଛି ଜାଣିଛି । ଭିଡିଓ ଏବଂ ହ୍ୱାଟସ୍ଆପକୁ ବିଶ୍ୱାସ କରନ୍ତୁ ନାହିଁ, ଏହା ସବୁ ମିଥ୍ୟା । ବିଜେପି ମିଥ୍ୟା ଖବର ପ୍ରଚାର କରୁଛି । ସେମାନେ ଧଳାକୁ କଳା କରିବା ଲୋକ ବୋଲି ଆରୋପ୍ ଲଗାଇଛନ୍ତି ମମତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+