Get Updates
Get notified of breaking news, exclusive insights, and must-see stories!

ମମତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ଆଜି ନେବେ ଶପଥ : କ୍ୟାବିନେଟରେ ଭେଟେରାନ ନେତାଙ୍କ ସହ 18 ନୂଆ ଚେହେରା ସାମିଲ

ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଯୋଗ ଦେବେ 43 ମନ୍ତ୍ରୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରୁଛନ୍ତି । 43 ମନ୍ତ୍ରୀଙ୍କ ମଧ୍ୟରେ 25 ଟି ପୁରୁଣା ଚେହେରା ଅଛି ଏବଂ 18 ଜଣ ନୂଆ ଚେହେରାକୁ ସାମିଲ କରାଯାଇଛି

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଆଜି । ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଯୋଗ ଦେବେ 43 ମନ୍ତ୍ରୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରୁଛନ୍ତି । 43 ମନ୍ତ୍ରୀଙ୍କ ମଧ୍ୟରେ 25 ଟି ପୁରୁଣା ଚେହେରା ଅଛି ଏବଂ 18 ଜଣ ନୂଆ ଚେହେରାକୁ ସାମିଲ କରାଯାଇଛି । ଏଥି 43 ଜଣ ମଧ୍ୟରୁ 24 ଜଣ କ୍ୟାବିନେଟ ମନ୍ତ୍ରୀ, 10 ଜଣ ସ୍ୱତନ୍ତ୍ର (ରାଜ୍ୟ ମନ୍ତ୍ରୀ) ଏବଂ 9 ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ, ଶଶି ପାଞ୍ଜା, ଫରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ସୁଜିତ ବୋଷ ଏବଂ ଅରୁପ ବିଶ୍ୱ ପୁଣିଥରେ ମନ୍ତ୍ରୀ ପଦ ସମ୍ଭାଳିବେ । ଶପଥ ଗ୍ରହଣ ସକାଳ 10.45 ରେ ରାଜ ଭବନରେ ଅନୁଷ୍ଠିତ ହେବ । ଅମିତ ମିତ୍ରାଙ୍କ ସମେତ ଦୁଇ ମନ୍ତ୍ରୀ ସୋମବାର (ମଇ 10) ଏକ ଭର୍ଚୁଆଲ୍ ଶପଥ ଗ୍ରହଣ କରିବେ । ଅମିତ ମିତ୍ର ଅସୁସ୍ଥ ଥିବାବେଳେ ବ୍ରତ୍ୟା ବୋଷ୍ କରୋନା ସଂକ୍ରମିତ ହୋଇଥିଲେ ।

Mamata-Banerjee

24 କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକା

ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଡଃ ମାନସ ଭୁୟାଁ, ସୋମେନ ମହାପାତ୍ର, ଅମିତ ମିତ୍ରା, ସପନ ଦେବନାଥ, ସିଦ୍ଦିକୁଲ୍ଲା ଚୌଧୁରୀ, ରଥିନ ଘୋଷ, ଶଶି ପଞ୍ଜା, ଅରୁପ ବିଶ୍ୱାସ, ମଳୟ ଘଟକ, ବ୍ରାତ୍ୟ ବସୁ, ଗୁଲାମ ରବାନୀ, ସାଧନ ପାଣ୍ଡେ, ଉଜ୍ୱଳ ବିଶ୍ୱାସ, ଚନ୍ଦ୍ରନାଥ ସିଂହ, ପୁଲକ ରାୟ, ଜାଭେଦ ଖାନ, ବାଙ୍କିମ ଚନ୍ଦ୍ର ହାଜରା, ଶୋଭନଦେବ ଚଟ୍ଟୋପାଧ୍ୟାୟ, ଜ୍ୟୋତିପ୍ରିୟା ମଲିକ, ଅରୁପ ରାୟ, ବିପ୍ଳବ ମିତ୍ର, ଫିରହାଦ ହାକିମଙ୍କୁ ମିଳିବ କ୍ୟାବିନେ୍ଟ ପାହ୍ୟା ।

ରାଜ୍ୟ ମନ୍ତ୍ରୀଙ୍କ ତାଲିକା

ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ନେତାଙ୍କ ମଧ୍ୟରେ ମନୋଜ ତିୱାରୀ, ପରେଶ ଚନ୍ଦ୍ର ଅଧିକାରୀ, ବିରବାବା ହାଂସଦା, ଦିଲୀପ ମଣ୍ଡଳ, ଜସ୍ମିନ ଶବିନା, ଶିଉଲି ସାହା, ଜ୍ୟୋତ୍ସା ମଣ୍ଡି, ଶ୍ରୀକାନ୍ତ ମହତୋ, ଏବଂ ଅଖରୁଜମାନଙ୍କ ନାମ ସାମିଲ ରହିଛି ।

ସ୍ୱତନ୍ତ୍ର ପାହ୍ୟା (ରାଜ୍ୟ ମନ୍ତ୍ରୀ)

ଇନ୍ଦ୍ରନୀଲ ସେନ୍, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ସୁଜିତ ବୋଷ, ସୁବ୍ରତ ଶାହା, ଅଖିଲ ଗିରି, ବେଚାରାମ ମନ୍ନା, ସନ୍ଧ୍ୟାରାଣୀ ଟୁଡୁ, ବୁଲୁ ଚିକ ବରାଇ, ହୁମାୟୁନ କବୀର ଏବଂ ରତ୍ନା ଦେ ନାଗଙ୍କୁ ମିଳିବ ରାଜ୍ୟ ମନ୍ତ୍ରୀର ସ୍ୱତନ୍ତ୍ର ପାହ୍ୟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+