ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ମମତାଙ୍କ ଆହ୍ୱାନ, ସୋନିଆ, ପାୱାର ସମେତ ବିରୋଧୀ ଦଳର ନେତାଙ୍କୁ ଲେଖିଲେ ଚିଠି

ବିଜେପି ବିରୋଧୀ ନେତା ସୋନିଆ ଗାନ୍ଧୀ, ଶରଦ ପାୱାର, ଏମ.କେ ଷ୍ଟାଲିନ, ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିୱାଲ ଏବଂ ନବୀନ ପଟ୍ଟନାୟକଙ୍କୁ ମମତା ବାନାର୍ଜୀ ଚିଠି ଲେଖିଛନ୍ତି ।

କୋଲକାତା : ଗୋଟିଏ ପଟେ ପଶ୍ଚିମବଙ୍ଗରେ ନିର୍ବାଚନ ଯୁଦ୍ଧ ଜୋରସୋରରେ ଚାଲିଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ନିର୍ବାଚନରୁ ଦୁଇ ପାଦ ଆଗକୁ ଯାଇ ବିଜେପି ବିରୋଧରେ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛନ୍ତି । ବିଜେପି ବିରୋଧୀ ନେତା ସୋନିଆ ଗାନ୍ଧୀ, ଶରଦ ପାୱାର, ଏମ.କେ ଷ୍ଟାଲିନ, ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିୱାଲ ଏବଂ ନବୀନ ପଟ୍ଟନାୟକଙ୍କୁ ମମତା ବାନାର୍ଜୀ ଚିଠି ଲେଖିଛନ୍ତି ।

Mamata-Banerjee

ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ଆହ୍ୱାନ

ଏହି ଚିଠିରେ ମମତା ବାନାର୍ଜୀ "ଗଣତନ୍ତ୍ର ତଥା ସମ୍ବିଧାନ ଉପରେ ବିଜେପିର ଆକ୍ରମଣ" ବିରୋଧରେ ଲଢେଇ କରିବାକୁ ଏକଜୁଟ ହେବାକୁ ସମସ୍ତ ନେତାଙ୍କୁ ନିବେଦନ କରିଛନ୍ତି । ବିରୋଧୀଦଳର ନେତାମାନଙ୍କୁ ଲେଖିଥିବା ପତ୍ରରେ ମମତା ବାନାର୍ଜୀ ବିଜେପିକୁ ଗଣତନ୍ତ୍ରର କେନ୍ଦ୍ର ତଥା ଭାରତର ସାମ୍ବିଧାନିକ ସଂଘୀୟ ଗଠନ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରି ବିଜେପି ଏବଂ ତାଙ୍କ ସରକାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ବିରୋଧୀ ଦଳ ସେମାନଙ୍କର ସାମ୍ବିଧାନିକ ଅଧିକାର ଏବଂ ସ୍ୱାଧୀନତାକୁ ବ୍ୟବହାର କରିପାରିବେ ନାହିଁ ବୋଲି ବିଜେପି ଲକ୍ଷ୍ୟ ରଖିଛି । ଏହା କରି ବିଜେପି ଏକ ଦଳର ଶକ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ମମତା ।

ରାଜ୍ୟ ସରକାରଙ୍କୁ ନିୟନ୍ତ୍ରଣ କରୁଛି ବିଜେପି

ନିକଟରେ ଦିଲ୍ଲୀରେ ଉପରାଜ୍ୟପାଳ ହେଉଛନ୍ତି ପ୍ରକୃତ ସରକାର ଭଳି କାନୁନକୁ ଦର୍ଶାଇ ମମତା ବାନାର୍ଜୀ ଲେଖିଛନ୍ତି ଯେ , କେନ୍ଦ୍ରରେ ଥିବା ବିଜେପି ସରକାର ରାଜ୍ୟପାଳଙ୍କ ମାଧ୍ୟମରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଏଥିମଧ୍ୟରେ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ରାଜ୍ୟପାଳମାନେ ସାମ୍ବିଧାନିକ ଅଧିକାରୀଙ୍କ ବ୍ୟତୀତ ବିଜେପିର ଦଳୀୟ କର୍ମୀ ଭଳି କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ପ୍ରତିଶୋଧର ଆଭିମୁଖ୍ୟରେ ସିବିଆଇ, ଇଡି ଏବଂ ଅନ୍ୟାନ୍ୟ ଏଜେନ୍ସି ବ୍ୟବହାର କରୁଛନ୍ତି ବୋଲି ମମତା ଅଭିଯଗ କରିଛନ୍ତି । ଟିଏମସି ସୁପ୍ରିମୋ ନିର୍ବାଚନ ସମୟରେ ତାଙ୍କ ଦଳ ତଥା ଡିଏମକେ ନେତାଙ୍କ ଉପରେ ଇଡି ରେଡ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହା ସହିତ ମମତା ବାନାର୍ଜୀ ମଧ୍ୟ ରାଜ୍ୟ ରାଜ୍ୟ ମଧ୍ୟରେ ଅର୍ଥ ଆବଣ୍ଟନରେ ଅସମାନତା, ସରକାରୀ କମ୍ପାନୀଗୁଡିକର ଘରୋଇକରଣ ଏବଂ ଅନୁଷ୍ଠାନଗୁଡିକୁ ଶେଷ କରିବା ଭଳି ପ୍ରସଙ୍ଗ ଉଠାଇଛନ୍ତି ।

'ମିଳିତ ସଂଗ୍ରାମ ପାଇଁ ସମୟ'

ମମତା ବାନାର୍ଜୀ ଲେଖିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ରାଜ୍ୟ ମଧ୍ୟରେ ସମ୍ପର୍କ କେବେ ଏତେ ଖରାପ ହୋଇନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସମୁଦାୟବାଦୀ ମନୋଭାବ ଦାୟୀ । ସେ କହିଛନ୍ତି, ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ ଗଣତନ୍ତ୍ର ତଥା ସମ୍ବିଧାନ ଉପରେ ବିଜେପିର ଆକ୍ରମଣ ବିରୋଧରେ ଏକଜୁଟ ହୋଇ ସଂଗ୍ରାମ କରିବାର ସମୟ ଆସିଛି । ତୃଣମୂଳ କଂଗ୍ରେସ ଚେୟାରମ୍ୟାନ୍ ଭାବରେ ମୁଁ ଏହି ସଂଗ୍ରାମରେ ସମସ୍ତ ସମାନ ଦଳ ସହ କାର୍ଯ୍ୟ କରିବି । ଆମେ କେବଳ ଏକତ୍ର ହୋଇ ଏହି ଯୁଦ୍ଧରେ ଜିତିପାରିବା ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+