Get Updates
Get notified of breaking news, exclusive insights, and must-see stories!

'ବଙ୍ଗଳାରେ ବିଜେପି କାରଣରୁ ବଢୁଛି କରୋନା, ବାହାର ଲୋକ ଆସି କରୋନା ବିସ୍ତାର କରୁଛନ୍ତି'

ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଠାତ୍ ବଙ୍ଗଳାର କରୋନା ମାମଲାରେ ବୃଦ୍ଧି ପାଇଁ ବିଜେପିକୁ ଦାୟୀ କରିଛନ୍ତି ।

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ମଧ୍ୟରେ ବଢିବାରେ ଲାଗିଛି କରୋନା ପ୍ରଭାବ । ବଢୁଥିବା କରୋନା ମାମଲାକୁ ଦର୍ଶାଇ ବଙ୍ଗଳା ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଭୋଟ୍ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । ଏଥି ସହିତ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଠାତ୍ ବଙ୍ଗଳାର କରୋନା ମାମଲାରେ ବୃଦ୍ଧି ପାଇଁ ବିଜେପିକୁ ଦାୟୀ କରିଛନ୍ତି ।

Mamata-Banerjee

ପଶ୍ଚିମବଙ୍ଗର ନୋଆପାରା ଠାରେ ଅନୁଷ୍ଠିତ ଏହି ସମାବେଶକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି ଯେ, ଯେତେବେଳେ କଂଗ୍ରେସ, ଟିଏମସି ଏବଂ ଅନ୍ୟାନ୍ୟ ଦଳ ରାଲି କରିଥିଲେ, ସେତେବେଳେ ପାଞ୍ଚ ମାସ ପର୍ଯ୍ୟନ୍ତ ବଙ୍ଗଳାରେ କରୋନା ବଢିନଥିଲା । ବର୍ତ୍ତମାନ ସେମାନେ (ବିଜେପି) ବାହାରୁ ଲୋକଙ୍କୁ ଆଣିଛନ୍ତି ଏବଂ କାହାରିକୁ ପରୀକ୍ଷା କରାଯାଉ ନାହିଁ , ଯେଉଁଥିପାଇଁ କରୋନା ଦ୍ରୁତ ଗତିରେ ବ୍ୟାପୁଛି । ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ଯିଏ ବାହାରୁ ଆସୁଛନ୍ତି, ସେମାନଙ୍କର ପରୀକ୍ଷା କରାଯିବା ଉଚିତ୍ । ବିଜେପିକୁ ଚାର୍ଗେଟ୍ କରି ମମତା କହିଛନ୍ତି, ବାହାର ଲୋକ ଆସୁଛନ୍ତି ଏବଂ କରୋନା ବିସ୍ତାର କରୁଛନ୍ତି । ଯେତେବେଳେ ଆମର ଲୋକମାନେ ମରିବେ, ସେମାନେ ଆମକୁ ଦୋଷ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+