• search
For Quick Alerts
Turn On Notification  
For Daily Alerts

West Benagal Assemby Election : ଲୋକଙ୍କ ଅସୁବିଧା ମୋ ଯନ୍ତ୍ରଣା ସାମ୍ନାରେ କିଛି ନୁହେଁ : ମମତା ବାନାର୍ଜୀ

|

କୋଲକାତା : ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତକ ଦଳ ନିଜ ନିଜର ରାଲି କରିବା ସହ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସୋମବାର ଦିନ ପୁରୁଲିଆରେ ଆୟୋଜିତ ଏକ ସଭାରେ ଭାରତୀୟ ଜନତା ପାର୍ଟି ଏବଂ ଅନ୍ୟ ଦଳକୁ ଆକ୍ଷେପ କରିବା ସହ ଦୋଷାରୋପ କରିଛନ୍ତି । ଏଠାରେ ରାଲିକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଯେ, ମୋର ଗୋଡରେ ଆଘାତ ଲାଗିଛି, ମୁଁ ମୋର ପାଦକୁ ମଧ୍ୟ ଭୂମିରେ ରଖି ପାରୁ ନାହିଁ, କିନ୍ତୁ ଏହି ଯନ୍ତ୍ରଣା କିଛି ନୁହେଁ । ଏହା ଠାରୁ କେତେ ଅଧିକ ସମସ୍ୟାର ସମ୍ମୁଖୀନ ସାଧାରଣ ଲୋକ ସାମ୍ନା କରୁଛନ୍ତି । ଏଭଳି ପରିସ୍ଥିତିରେ ମୁଁ ମୋର ଯନ୍ତ୍ରଣାକୁ ଖାତିର ନକରି ଲୋକଙ୍କ ପାଇଁ ଏଠାକୁ ଆସିଛି ।

Mamata-Banerjee

ମମତା ବାନାର୍ଜୀ ଆହୁର୍ ମଧ୍ୟ କହିଛନ୍ତି, ଏହି ଲଢେଇ ଏକାଠି ହୋଇ ଲଢିବା ଉଚିତ୍ । ଯଦି ମୁଁ ଭଙ୍ଗା ଗୋଡ଼ରେ ଲଢେଇ କରିପାରୁଛି, ତେବେ ଆପଣମାନେ କାହିଁକି ଲଢିପାରିବେ ନାହିଁ ? ଆମକୁ ଏକାଠି ହୋଇ ଏହି ସଂଗ୍ରାମ କରିବାକୁ ହେବ । ଏଥିସହିତ ' ନା ବିଜେପି, ନା କଂଗ୍ରେସ, ନା ସିପିଏମ ଦରକାର' ଏବଂ 'ଖେଳ ହେବ, ଦେଖା ହେବ, ଜିତ୍ ହେବ' ବୋଲି ସ୍ଲୋଗାନ ମଧ୍ୟ ଦେଇଛନ୍ତି ।

ପୁରୁଲିଆରେ ଆୟୋଜିତ ରାଲିକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେଇ 2019 ରେ ବିଜେପି ଭୋଟ୍ ନେଇଛି ଏବଂ ଲୋକଙ୍କୁ ଠକିଛି । ନିରିବାଚନ ଜିତିବା ପରେ ଲୋକଙ୍କ ପାଇଁ କାମ କରିବା ପରିବର୍ତ୍ତେ ସେ ସମସ୍ତ ସରକାରୀ ସମ୍ପତ୍ତି ବିକ୍ରି କରୁଛନ୍ତି । ଏଥିସହିତ ସେ ପେଟ୍ରୋଲ ଡିଜେଲ ଏବଂ ଏଲପିଜି ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବିଜେପି ସରକାର ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛନ୍ତି । ଉଜ୍ୱାଳା ଯୋଜନା ଅଧୀନରେ ସିଲିଣ୍ଡର ଦେବା କଥା ଏକ ଘୋଟାଲା । ବିଜେପି, କଂଗ୍ରେସ, ବାମପନ୍ଥୀ ସମସ୍ତେ ଭାଇ ଓ ଭାଇ, ସେମାନଙ୍କୁ ଭୋଟ୍ ଦିଅ ନାହିଁ ବୋଲି କହିଛନ୍ତି ମମତା ।

ମାଗଣା ରାସନ ନେଇ ଦେଇ ଦେଲେ ପ୍ରତିଶ୍ରୁତି

ମମତା ବାନାର୍ଜୀ ମଧ୍ୟ ଏଠାରେ ଥିବା ଲୋକଙ୍କୁ ମାଗଣା ରାସନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଟିଏମସି ସରକାର ରହିବ ତେବେ, ଆପଣ ମାଗଣା ରାସନ ମଧ୍ୟ ପାଇବେ । ଆମେ ଲୋକଙ୍କ ଧର ନିକଟରେ ରାସନ ଯୋଗାଇବୁ, ଏଥିପାଇଁ ଆପଣଙ୍କୁ ଦୋକାନ ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mamata Banerjee Targets BJP, Congress and Left at Purulia Rally.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X