West Bengal Aseembly Elections: ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ, ବଙ୍ଗଳାରେ ଲାଗୁ ହେବାକୁ ଦେବିନି ଏନଆରସି
"ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ନାମରେ ବିଜେପି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଁଛି । ମୁଁ ପଶ୍ଚିମବଙ୍ଗରେ NRC କାର୍ଯ୍ୟକାରୀ କରିବାକୁ କେବେ ବି ଅନୁମତି ଦେବି ନାହିଁ।"
କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଦଳର ସଦସ୍ୟ ଦଙ୍ଗା ସୃଷ୍ଟି କରିଥିବା ସେ ଅଭିଯୋଗ କରିଛନ୍ତି । ବୁଧବାର ପଶ୍ଚିମବଙ୍ଗର ଆଲିପୁରଦାର ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି, "ଦୁର୍ନୀତିଗ୍ରସ୍ତ ଲୋକଙ୍କ ପାଇଁ ତୃଣମୂଳ କଂଗ୍ରେସରେ ସ୍ଥାନ ନାହିଁ । ଯେଉଁମାନେ ଲୋଭୀ, ସେମାନେ ଦଳ ଛାଡ଼ିଛନ୍ତି । ଏପର୍ ଲୋକଙ୍କ ପାଇଁ ଟିଏମସିରେ ସ୍ଥାନ ନାହିଁ । ଆମ ଦଳ ଟିକେଟ୍ ବିକ୍ରି ପାଇଁ ନୁହେଁ । ଯେଉଁମାନେ ଜନସାଧାରଣଙ୍କ ସହ ଅଛନ୍ତି ସେମାନେ ନିଜେ ଟିକେଟ୍ ପାଇବେ । ଆମର ବୁଥ୍ କର୍ମଚାରୀମାନେ ଆମର ନେତା ।"

ମମତା ଆହୁରି ମଧ୍ୟ କହିଛନ୍ତି, "ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ନାମରେ ବିଜେପି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଁଛି । ମୁଁ ପଶ୍ଚିମବଙ୍ଗରେ NRC କାର୍ଯ୍ୟକାରୀ କରିବାକୁ କେବେ ବି ଅନୁମତି ଦେବି ନାହିଁ।"
ଏଥିସହିତ ସେ କହିଛନ୍ତି, ଟିଏମସିରେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ପାଇଁ ସ୍ଥାନ ନାହିଁ ଏବଂ ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ଶୀଘ୍ର ଛାଡ଼ିଦେବା ଉଚିତ୍ । ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଯେଉଁମାନେ ଟିଏମସି ଛାଡିଛନ୍ତି ସେମାନେ ନିର୍ବାଚନ ଜିତିପାରିବେ ନାହିଁ । ବଙ୍ଗଳାରେ ବିଧାନସଭା ନିର୍ବାଚନ ପରେ ସେମାନଙ୍କ ଦୋକାନ ବନ୍ଦ ହୋଇଯିବ । ବଜେଟକୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ମମତା କହିଛନ୍ତି ଯେ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ର 74 ପ୍ରତିଶତ ବିକ୍ରି ହେଉଛି ।
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ମମତା କହିଛନ୍ତି , ସେମାନେ ସବୁ କିଛି ବିକ୍ରି କରୁଛନ୍ତି । ୧ ଫେବୃଆରୀରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ଏଲଆଇସିର ପ୍ରଥମ ଜନ ପ୍ରସ୍ତାବ (ଆଇପିଓ) ମଧ୍ୟ ଅଣାଯିବ ।
ସୂଚନାଯୋଗ୍ୟ, ମମତା ବାନାର୍ଜୀ ଚାରି ଦିନିଆ ଉତ୍ତର ବଙ୍ଗଳା ଗସ୍ତରେ ଅଛନ୍ତି । ପଶ୍ଚିମବଙ୍ଗର ଉତ୍ତର ଭାଗରୁ ଅନେକ ବିଜେପି ସାଂସଦ ଥିଲେ ମଧ୍ୟ ସେହି ଅଞ୍ଚଳ ପାଇଁ କିଛି କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଉତ୍ତର ଭାଗରେ କ୍ଷତିଗ୍ରସ୍ତ ଚା 'ବଗିଚାର ପୁନରୁଦ୍ଧାର ପାଇଁ ବିଜେପି ପ୍ରତିଶୃତି ଦେଉଛି, କିନ୍ତୁ ନିର୍ବାଚନ ପରେ ଏହା ପ୍ରତି ଆଉ ଧ୍ୟାନ ଦେଉନାହାନ୍ତି ବୋଲି କହି ବିଜେପି ଉପରେ ଅଭିଯୋଗ କରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications