କେନ୍ଦ୍ର ସହିତ ତିକ୍ତତା ମଧ୍ୟରେ ବାଜି ମାରିନେଲେ ମମତା, ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ କଲେ ମୁଖ୍ୟ ପରାମର୍ଶଦାତା

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଅଲପନ୍ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । 60 ବର୍ଷ ବୟସ ହେବା ପରେ ଆଜି (31 ମଇ)ରେ ସେ ଅବସର ନେଇଛନ୍ତି ।

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଅଲପନ୍ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି । 60 ବର୍ଷ ବୟସ ହେବା ପରେ ଆଜି (31 ମଇ)ରେ ସେ ଅବସର ନେଇଛନ୍ତି । 24 ମେ ରେ, ତାଙ୍କର କାର୍ଯ୍ୟକାଳ ତିନିମାସ ବୃଦ୍ଧି କରାଯାଇଥିଲା ।

Mamata-Banerjee

କେନ୍ଦ୍ରରୁ ତାଙ୍କୁ ବଦଳି ନେଇ ବିବାଦ ହେବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ସହ ମୁହାଁମୁହିଁ ହେବା ପରେ ସେ ତିନି ମାସର ସେବା ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଅବସର ନେଇଛନ୍ତି । ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି । ସେ ଜୁନ୍ ମାସରୁ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ । ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ଏଥି ସହ ଏଚ୍.କେ ଦ୍ୱିବେଦୀଙ୍କୁ ବଙ୍ଗଳାର ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି ।

ପଶ୍ଚିମବଙ୍ଗ କ୍ୟାଡରର 1987-ବ୍ୟାଚ୍ ଆଇଏଏସ୍ ଅଧିକାରୀ ବନ୍ଦୋପାଧ୍ୟାୟ 60 ବର୍ଷ ପୂରଣ କରିବା ପରେ ମେ 31 ରେ ଅବସର ନେବାକୁ ସ୍ଥିର ହୋଇଥିଲା । ମେ 24 ରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ତାଙ୍କୁ ତିନିମାସ ସେବା ବୃଦ୍ଧି କରାଯାଇଥିଲା । ମେ 24 ରେ ମମତା ବାନାର୍ଜୀ କହିଛନ୍ତି ଯେ ଆମର ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ତିନିମାସ ବୃଦ୍ଧି କରାଯାଇଛି । ଆମେ ଖୁସି କାରଣ ଆମ୍ଫାନ୍ ବାତ୍ୟା ସମୟରେ ତଥା ଗତ ବର୍ଷ କୋଭିଡ ମହାମାରୀ ସମୟରେ ତାଙ୍କର କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ।

ଗତ ସପ୍ତାହରେ ବଦଳିଥିଲା ରାଜନୈତିକ ପରିବେଶ

ଗତ ଶୁକ୍ରବାର ୟାସ୍ ବାତ୍ୟା କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଳମ୍ବରେ ପହଞ୍ଚିବା ପରେ କେନ୍ଦ୍ର ପକ୍ଷରୁ ଏ ନେଇ ଜବାବ ମଗାଯାଇଥିଲା । ଏହା ସହିତ 31 ମେ ପୂର୍ବାହ୍ନ 10ଟା ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କୁ କାର୍ଯ୍ୟରୁ ରିଲିଜ୍ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ । ତେବେ ପଶ୍ଚିମବଙ୍ଗ ସରକାର ବନ୍ଦୋପାଧ୍ୟାୟଙ୍କୁ ଡ୍ୟୁଟିରୁ ମୁକ୍ତ କରିନାହାଁନ୍ତି । ଏପରିକି ସୋମବାର ସେ ମମତାଙ୍କ ସହ ବୈଠକ କରୁଥିବା ଦେଖିବାକୁ ମିଳିଥିଲା । ଯାହା ପରେ ସେ କେନ୍ଦ୍ରରୁ ପାଇଥିବା ସେବା ସମ୍ପ୍ରସାରଣକୁ ଗ୍ରହଣ ନକରି ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୋମବାର ଅପରାହ୍ନରେ ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟରେ ସାଇକ୍ଲୋଥନ୍ ୟାସ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ବୈଠକ ପରେ ଆମେ ବନ୍ଦୋପାଧ୍ୟାୟଙ୍କୁ ରିଲିଜ୍ ନେଇ କେନ୍ଦ୍ରର ଚିଠି ପାଇଛୁ, ଆମେ ଏହାର ଜବାବ ମଧ୍ୟ ଦେଇଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+