ମଲ୍ଲିକାର୍ଜୁନ ଖଡ଼ଗେ ହେବେ ରାଜ୍ୟସଭା ବିରୋଧୀଦଳ ନେତା
ଆଜାଦଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ରାଜ୍ୟସଭାର ବିରୋଧୀ ଦଳ ନେତା ହେବେ । ତାଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ଦେବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କାୟା ନାଇଡ଼ୁଙ୍କୁ କଂଗ୍ରେସ ପତ୍ର ଲେଖିଛି ।
ନୂଆଦିଲ୍ଲୀ : ଗୁଲାମ ନବି ଆଜାଦ୍ ରାଜ୍ୟସଭାରୁ ବିଦାୟ ନେବା ପରେ ଏବେ ରାଜ୍ୟସଭାର ବିରୋଧା ଦଳ ନେତା ପାଇଁ ଚର୍ଚ୍ଚା ଲାଗି ରହିଥିଲା । ଆଜାଦଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ରାଜ୍ୟସଭାର ବିରୋଧୀ ଦଳ ନେତା ହେବେ । ତାଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ଦେବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କାୟା ନାଇଡ଼ୁଙ୍କୁ କଂଗ୍ରେସ ପତ୍ର ଲେଖିଛି ।

କଂଗ୍ରେସର ବରିଷ୍ଠ ନେତା ଆନ୍ଦ ଶର୍ମା, ଦିଗବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କ ମଧ୍ୟରୁ ଜଣେ ରାଜ୍ୟସଭା ବିରୋଧୀ ଦଳ ନେତା ହେବା ନେଇ କଂଗ୍ରେସ ପକ୍ଷୁ ସୂଚନା ଥିଲା । ଏହାପରେ ଖଡ଼ଗେଙ୍କୁ ଚୟନ କରିଛି କଂଗ୍ରେସ ।
78 ବର୍ଷିୟ କର୍ଣ୍ଣାଟକର କଂଗ୍ରେସ ନେତା ଖଡ଼ଗେ 2014 ରୁ 2019 ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ନେତା ଥିଲେ । ପୂର୍ବ ଏବଂ ଚଳିତ ଲୋକସଭାରେ ସମୁଦାୟ ଆସନ ସଂଖ୍ୟାର 10% ଜନାଦେଶ ପାଇ ନ ଥିବାରୁ କଂଗ୍ରେସ ନିମ୍ନ ସଦନରେ ବିରୋଧୀ ଦଳ ନେତା ପଦବୀ ପାଇବାରୁ ବଞ୍ଚିତ ହୋଇଛି ।
ପୂର୍ବରୁ କ୍ରମାଗତ 9ଥର ବିଧାନସଭା ଆସନରେ ବିଜୟୀ ହୋଇଥିବା ଖଡ଼ଗେ 2019 ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଗୁଲ୍ବର୍ଗା ଆସନରୁ ଉମେଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲେ । ପରେ ତାଙ୍କୁ କଂଗ୍ରେସର ରାଜ୍ୟସଭା ସାଂସଦ ଭାବେ ଚୟନ କରାଯାଇଥିଲା । ଜୁନ୍ 2020 ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।












Click it and Unblock the Notifications