କଂଗ୍ରେସ ଅଧ୍ୟକ୍ଷ ଦୟିତ୍ୱ ନେଲେ ମଲ୍ଲିକାର୍ଜୁନ
କଂଗ୍ରେସ ଅଧ୍ୟକ୍ଷ ଭାବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖାଡ଼ଗେ । ଆଜି ଅଲ ଇଣ୍ଡିଆ କଂଗ୍ରେସ କାର୍ଯ୍ୟାଳୟ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ ଖାଡ଼ଗେଙ୍କୁ ‘ସାର୍ଟିଫିକେଟ୍' ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ଭାବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖାଡ଼ଗେ । ଆଜି ଅଲ ଇଣ୍ଡିଆ କଂଗ୍ରେସ କାର୍ଯ୍ୟାଳୟ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ ଖାଡ଼ଗେଙ୍କୁ 'ସାର୍ଟିଫିକେଟ୍' ପ୍ରଦାନ କରିଛନ୍ତି ।

24 ବର୍ଷ ପରେ କଂଗ୍ରେସ ଅଣ ଗାନ୍ଧୀ ପରିବାରରୁ ଜଣେ ଅଧ୍ୟକ୍ଷ ପାଇଛି । କଂଗ୍ରେସ ମୁଖ୍ୟରୂପେ ତାଙ୍କର ପ୍ରଥମ ଅଭିଭାଷଣରେ ଖଡ଼ଗେ ଦଳର ନିର୍ବାଚନରେ ତାଙ୍କୁ ଭୋଟ୍ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଜଣାଇଛନ୍ତି ।
ଦାୟିତ୍ବ ଗ୍ରହଣ କରିବା ଲାଗି ଆସିବା ଆଗରୁ ମଲ୍ଲିକାର୍ଜୁନ ଖଡ଼ଗେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହା ସହିତ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନୂତନ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼େଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମଲ୍ଲିକାର୍ଜୁନଙ୍କ ଶପଥ ଗ୍ରହଣ ସମାରୋହରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଦଳର ବିଜୟ ହେଉଛି ଭାରତର ବିଜୟ । ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼େଗେ ଜୀଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମଲ୍ଲିକାର୍ଜୁନ ଦଳର ସଭାପତି ହେବାପରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଖାଡ଼ଗେ ଜୀ ଜଣେ ଅଭିଜ୍ଞ ନେତା, ସେ ଦଳର ଜଣେ ସରଳ କର୍ମୀଙ୍କଠାରୁ ଏଠାରେ ପହଞ୍ଚିଛନ୍ତି, କଠିନ ପରିଶ୍ରମ ହେତୁ ସେ ଏଠାରେ ପହଞ୍ଚିପାରିଛନ୍ତି । ସେ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣା ଉତ୍ସ ବନିବେ । ମୁଁ ବର୍ତ୍ତମାନ ଆରାମ ଅନୁଭବ କରୁଛି ।
ତାଙ୍କ ଅଭିବାଦନରେ ସୋନିଆ ଗାନ୍ଧୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦଳ ଦୁର୍ବଳ ହୋଇଛି ଏବଂ ଏହାକୁ ଠିକ୍ କରିବା ଆବଶ୍ୟକ । ସୋନିଆ କହିଛନ୍ତି ଯେ ଦଳ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । କିନ୍ତୁ କଂଗ୍ରେସ ପରାଜୟକୁ କଦାପି ଗ୍ରହଣ କରିନାହିଁ । ଆମକୁ ଲଢିବାକୁ ହେବ ଏବଂ ଆଗକୁ ବଢିବାକୁ ପଡିବ ।












Click it and Unblock the Notifications