Get Updates
Get notified of breaking news, exclusive insights, and must-see stories!

କାଳୀଙ୍କ ବିଷୟରେ ବିବାଦୀୟ ବିବୃତ୍ତି ପରେ କହିଲେ ମହୁଆ - 'ମୁଁ ଏପରି ଏକ ଭାରତରେ ରହିବାକୁ ଚାହେଁ ନାହିଁ, ଯେଉଁଠାରେ...'

ମୋହୁଆ ମୋଇତ୍ରା ବିଜେପି ନେତାଙ୍କ ଉପରେ ପାଲଟା ଆକ୍ରମଣ କରିଛି । ମହୁଆ କହିଛନ୍ତି ଯେ ସେ ଏପରି ଏକ ଭାରତରେ ରହିବାକୁ ଚାହାଁନ୍ତି ନାହିଁ ଯେଉଁଠାରେ ହିନ୍ଦୁ ଧର୍ମ ବିଷୟରେ ବିଜେପିର ପିତୃସତ୍ତାତ୍ମକ ବ୍ରାହ୍ମଣବାଦ ଚିନ୍ତାଧାରା ପ୍ରାଧାନ୍ୟ ଦେଇଥାଏ ।

ନୂଆଦିଲ୍ଲୀ : ଦେବୀ କାଳୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେବା ପରେ ଟିଏମସି ସାଂସଦ ମହୁଆ ମୋଇତ୍ରା ବର୍ତ୍ତମାନ ବିବାଦରେ ଅଛନ୍ତି । ଦେବୀ କାଳୀଙ୍କୁ ମାଂସ ଏବଂ ମଦ ଭୋଗ ଲାଗୁଥିବା ନେଇ ଏକ ଟିଭି କାର୍ଯ୍ୟକ୍ରମରେ ସେ ବୟାନ ଦେବା ପର ଠାରୁ ସେ ବିରୋଧର ସାମ୍ନା କରୁଛନ୍ତି । ତେବେ ତାଙ୍କ ବିବୃତ୍ତିକୁ ସ୍ପଷ୍ଟ କରି ମହୁଆ କହିଛନ୍ତି ଯେ ଏହା ଏକ ସ୍ଥାନୀୟ ପରମ୍ପରା ଏବଂ କାଳୀ ଚଳଚ୍ଚିତ୍ରର ବିବାଦୀୟ ପୋଷ୍ଟର ଏହି ବିବୃତ୍ତି ସହିତ ଯୋଡ଼ା ହେବା ଉଚିତ ନୁହେଁ । ମହୁଆ ମୋଇତ୍ରାଙ୍କ ଏହି ବିବୃତ୍ତି ପରେ ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛି । ପଶ୍ଚିମବଙ୍ଗରେ ବିଜେପିର ବରିଷ୍ଠ ନେତାମାନେ ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ବିରୋଧ କରୁଛନ୍ତି ।

Mahua Moitra

କିନ୍ତୁ ବର୍ତ୍ତମାନ ମୋହୁଆ ମୋଇତ୍ରା ବିଜେପି ନେତାଙ୍କ ଉପରେ ପାଲଟା ଆକ୍ରମଣ କରିଛି । ମହୁଆ କହିଛନ୍ତି ଯେ ସେ ଏପରି ଏକ ଭାରତରେ ରହିବାକୁ ଚାହାଁନ୍ତି ନାହିଁ ଯେଉଁଠାରେ ହିନ୍ଦୁ ଧର୍ମ ବିଷୟରେ ବିଜେପି ପିତୃସତ୍ତାତ୍ମକ ବ୍ରାହ୍ମଣବାଦ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଥାଏ । ଏହା ସହିତ ମହୁଆ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି । ଏକ ଟ୍ୱିଟ୍ ରେ ମହୁଆ କହିଛନ୍ତି ଯେ ତୁମେ ମୋ ବିରୋଧରେ ଏଫ୍ଆଇଆର୍ ଦାଖଲ କର, ମୁଁ ଦେଶର କୌଣସି କୋର୍ଟରେ ସାମ୍ନା କରିବାକୁ ପ୍ରସ୍ତୁତ । ସୂଚନାଯୋଗ୍ୟ ଯେ ଟିଏମସିର ଜଣେ ବରିଷ୍ଠ ନେତା ନିଜକୁ ମହୁଆ ମୋଇତ୍ରାଙ୍କ ବିବୃତ୍ତିରୁ ଦୂରେଇ ରହି କହିଛନ୍ତି ଯେ ଏହା ହେଉଛି ମହୁଆଙ୍କ ବ୍ୟକ୍ତିଗତ ବିବୃତ୍ତି, ଯାହାକୁ ଦଳ ସମର୍ଥନ କରୁନାହିଁ ।

ବିଜେପି ଅଭିଯୋଗ କରିଛି ଯେ ମହୁଆ ମୋଇତ୍ରା ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି । ମା କାଳୀଙ୍କ ବିଷୟରେ ସେ ଯେଉଁଭଳି ଭାବରେ ବିବୃତ୍ତି ଦେଇଛନ୍ତି ତାହା ଆଦୌ ଗ୍ରହଣ କରାଯାଇପାରିବ ନାହିଁ । ବାସ୍ତବରେ, ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଭୋପାଳରେ ମହୁଆ ମୋଇତ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଆମେ ଆମର ଦେବତାଙ୍କ ପ୍ରତି ଅପମାନକୁ ବରଦାସ୍ତ କରିବୁ ନାହିଁ, ଭୋପାଳରେ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି, ଆମେ ସେମାନଙ୍କୁ ଛାଡ଼ିବୁ ନାହିଁ ।
ଆପଣଙ୍କୁ କହି ରଖୁଛୁ ବୁଧବାର ଦିନ ପଶ୍ଚିମବଙ୍ଗର ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ମହୁଆ ମୋଇତ୍ରାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ମା କାଳୀଙ୍କ ସମ୍ପର୍କରେ ମହୁଆଙ୍କ ବିବୃତ୍ତି ଉପରେ ସୁଭେନ୍ଦୁ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ପଶ୍ଚିମବଙ୍ଗ ପୋଲିସ ନୁପୁର ଶର୍ମାଙ୍କ ବିରୋଧରେ ଯେପରି କାର୍ଯ୍ୟ କରିଥିଲା ସେହିପରି ମହୁଆ ମୋଇତ୍ରାଙ୍କ ବିରୋଧରେ ପଦ7େପ ନେବ । ଆମେ କିଛି ସମୟ ଅପେକ୍ଷା କରିବୁ ଏବଂ ଯଦି ଏହା ପରେ ମଧ୍ୟ ପୋଲିସ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆମେ ପଶ୍ଚିମବଙ୍ଗ ପୋଲିସ ବିରୋଧରେ କଲିକତା ହାଇକୋର୍ଟଙ୍କ ନିକଟକୁ ଯିବୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+