Get Updates
Get notified of breaking news, exclusive insights, and must-see stories!

ସଙ୍କଟରେ ଉଦ୍ଧବ ସରକାର : ଛାଡ଼ିଲେ ସରକାରୀ ବାସଭବନ, ଆଜି ଦେଇପାରନ୍ତି ଇସ୍ତଫା

ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧ ଠାକରେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତକାଲି ଫେସବୁକ୍ ଲାଇଭ୍ କରିବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଛାଡ଼ି ନିଜ ଘରୋଇ ବାସଭବନକୁ ସ୍ତାନାନ୍ତ ହୋଇଛନ୍ତି ।

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତି ଦିନକୁ ଦିନ ରୋଚକ ହେବାରେ ଲାଗିଛି । ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧ ଠାକରେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତକାଲି ଫେସବୁକ୍ ଲାଇଭ୍ କରିବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଛାଡ଼ି ନିଜ ଘରୋଇ ବାସଭବନକୁ ସ୍ତାନାନ୍ତ ହୋଇଛନ୍ତି । ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

Uddhav Thackeray

ଶିବ‌ ସେନାରେ ବିଦ୍ରୋହ ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ । ବିଦ୍ରୋହୀ ନେତା ଏକନାଥ ସିନ୍ଦେ ତାଙ୍କ ଜିଦରେ ଅଟଳ ରହିଛନ୍ତି । ଏନ୍‌ସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହିତ ଶିବ ସେନା ପୁଣି ହାତ ମିଳାଇବାକୁ ଦାବି କରିଛନ୍ତି । ତାଙ୍କ ପ୍ରତି ଦଳୀୟ ବିଧାୟକମାନଙ୍କ ସମର୍ଥନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ସୁରତରେ ଡେରା ପକାଇଥିବା ଶିବେସନାର ବିଦ୍ରୋହୀ ବିଧାୟକ ମାନେ ଏକନାଥ ସିନ୍ଦେଙ୍କୁ ନିଜର ନେତା ଦାବି କରି ଗତକାଲି ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ କେତେକ ବିଧାୟକଙ୍କ ହସ୍ତଖତ ରହିଥିବା ଜଣାପଡ଼ିଛି । ସେମାନେ ଦାବି କରିଛନ୍ତି ଯେ ଏନ୍‌ସିପି ଏବଂ କଂଗ୍ରେସ ମେଣ୍ଟରୁ ଓହରି ଶିବସେନା ପୁଣିଥରେ ବିଜେପି ସହ ମେଣ୍ଟ କଲେ ହିଁ ଦଳ ସୁଦୃଢ଼ ହେବ । ଏକନାଥ ସିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ନିକଟରେ 40 ବିଧାୟକଙ୍କ ସମର୍ଥନ ଅଛି । ଯଦି ଏହା ସତ ହୁଏ ତେବେ ଦଳ ଉପରେ ଦଖଲ ବଜାୟ ରଖିବା ଉଦ୍ଧବ ଠାକରେଙ୍କ ପାଇଁ ସହଜ ହେବନାହିଁ । ଶିବସେନାର 55 ବିଧାୟକ ଅଛନ୍ତି । ତେବେ ବିଦ୍ରୋହୀ ନେତାମାନେ ଦଳ ବଦଳ ନିରୋଧ ଆଇନ ପରି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ହେଲେ ସେମାନଙ୍କୁ 37 ସଂଖ୍ୟା ଆବଶ୍ୟକ ।

ଇତିମଧ୍ୟରେ ବିଦ୍ରୋହୀ ଗୋଷ୍ଠୀର 34 ଜଣ ବିଧାୟକ ରାଜ୍ୟପାଳ ଏବଂ ଉପବାଚସ୍ପତିଙ୍କୁ ପତ୍ର ଲେଖି ସିନ୍ଦେଙ୍କୁ ନେତା ନିର୍ବାଚିତ କରିଥିବା ଜଣାଇଛନ୍ତି । ତେବେ ସରକାର ଗଠନ ଲାଗି ସେମାନେ କୌଣସି ଦାବି କରି ନାହାନ୍ତି । କିନ୍ତୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ବିକଳ୍ପ ସରକାର ଗଠନ ଲାଗି ଦଳୀୟ ବିଧାୟକମାନଙ୍କ ସହିତ ବିଚାରବିମର୍ଶ ଚଳାଇଛନ୍ତି ।

ଅପରପକ୍ଷରେ ଏନସିପି ନେତା ଆଜି ସମସ୍ତ ବିଧାୟକ ଏବଂ MLC ଙ୍କ ବୈଠକ ଡାକିଛନ୍ତି । ଏଥସହିତ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ସରକାରୀ ବାସଭବନରେ ବିଧାୟକମାନଙ୍କର ଏକ ବୈଠକ ଡାକିଛନ୍ତି ।ୋ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+