Get Updates
Get notified of breaking news, exclusive insights, and must-see stories!

ଦୁଇଥର ଇସ୍ତଫା ଦେବାକୁ ଚେଷ୍ଟା କରିଥିଲେ ଉଦ୍ଧବ, ଅଟକାଇଥିଲେ ଏହି ନେତା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦୁଇଥର ଇସ୍ତଫା ଦେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ମହା ବିକାଶ ଅଘାଡ଼ିର ଜଣେ ବରିଷ୍ଠ ନେତା ଉଭୟ ଥର ଅଟକାଇଥିଲେ ।

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ଏହି ସମୟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦୁଇଥର ଇସ୍ତଫା ଦେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ମହା ବିକାଶ ଅଘାଡ଼ିର ଜଣେ ବରିଷ୍ଠ ନେତା ଉଭୟ ଥର ଅଟକାଇଥିଲେ ।

ଏକନାଥ ସିନ୍ଦେ ଯେଉଁଦିନ ନିଜ ସମର୍ଥକଙ୍କ ସହ ସୁରଟ ଯାଇଥିଲେ, ସେହିଦିନ ସନ୍ଧ୍ୟା 5ଟାରେ ଫେସବୁକ ଲାଇଭରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ । କିନ୍ତୁ ମହାବିକାଶ ଅଘାଡି ସରକାରର ନେତାଙ୍କ ଅନୁରୋଧ ପରେ ଇସ୍ତଫା ଦେଇନଥିଲେ । ଏହି କାରଣରୁ ଫେସବୁକ୍ ଲାଇଭ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ।

Uddhav Thackeray

ପୁଣିଥରେ ଦ୍ୱିତୀୟ ଦିନ ସନ୍ଧ୍ୟା 4 ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ । ଏଥିପାଇଁ ସେ ସଚିବଙ୍କ ବୈଠକ ଡକାଇଥିଲେ, ଯାହାଫଳରେ ସେମାନଙ୍କୁ ଅନ୍ତିମ ଧନ୍ୟବାଦ ଦେଇପାରିବେ । କିନ୍ତୁ ମହାବିକାଶ ଅଘାଡିର ସେହି ନେତାଙ୍କୁ ଏବିଷୟରେ ଜଣାପଡିବା କ୍ଷଣି ସେ ବୁଝାଇଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାରୁ ଅଟକାଇଥିଲେ । ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ନେଇ ଦୁଇ ଦୁଇ ଥର ମନାଇଥିବା ନେତା ହେଉଛନ୍ତି ମହା ବିକାଶ ଅଘାଡ଼ି ସରକାରରେ ଥିବା ଏନସିପି ମୁଖ୍ୟ ଶରଦ ପାୱାର ।

ଗତ ସପ୍ତାହରେ, ସିଏମ୍ ଉଦଭ ଠାକରେ କହିଥିଲେ ଯେ ଶିବସେନାର ବିଦ୍ରୋହୀ ବିଧାୟକମାନେ ଚାହିଁଲେ ସେ ସିଏମ୍ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଦାବି କରିଛନ୍ତି ଯେ ଯଦି ବିଧାୟକମାନେ ଏହା ଚାହାଁନ୍ତି ତେବେ ସେ ଶିବସେନା ମୁଖ୍ୟ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ।

ଆପଣଙ୍କୁ କହି ରଖୁଛୁ ମହାରାଷ୍ଟ୍ର ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ତାଙ୍କ ସହ 40-50 ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଏକନାଥ ସିନ୍ଦେଙ୍କ ସହ ଅନ୍ୟାନ୍ୟ ବିଧାୟକ ଦଳ ବିରୁଦ୍ଧରେ ବିଦ୍ରୋହ କରିବା ପରେ ଶିବସେନା, ଏନସିପି ଏବଂ କଂଗ୍ରେସ ସମେତ MVA ସରକାର ସଙ୍କଟରେ ପଡ଼ିଛନ୍ତି । ଏଥି ସହିତ, ଉଦ୍ଧବ ଠାକରେଙ୍କ ଇସ୍ତଫା ବିବୃତ୍ତି ଯୋଗୁଁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଆହୁରି ଗଭୀର ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+