Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ରର ରାଜନୈତିକ ସଙ୍କଟ, ଆଜି ହେବ ଶୁଣାଣି

ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ତାଙ୍କୁ ଏବଂ 15 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ତାଙ୍କୁ ଏବଂ 15 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ଅଜୟ ଚୌଧୁରୀଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିବା ନିଷ୍ପତ୍ତିକୁ ନେଇ ଶିବସେନା ମଧ୍ୟ ଚ୍ୟାଲେଞ୍ଜ କରିଛି । ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଯେ ଉପ ବାଚସ୍ପତି ଏହି ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ଅଯୋଗ୍ୟତା ପ୍ରକ୍ରିୟା ଜାରି ନକରନ୍ତୁ । କେବଳ ଏତିକି ନୁହେଁ, ବିଧାୟକଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ।

Shiv Sena

ଏକନାଥ ସିନ୍ଦେ ନିଜ ତଥା ଅନ୍ୟ ବିଧାୟକଙ୍କ ବିରୋଧରେ ଶିବସେନା ଗ୍ରହଣ କରିଥିବା କାର୍ଯ୍ୟକୁ ବେଆଇନ ବୋଲି କହିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜେବି ପାରଦୀୱାଲାଙ୍କ ଅବକାଶକାଳୀନ ବେଞ୍ଚ ଆଜି ସିନ୍ଦେଙ୍କ ଆବେଦନ ଶୁଣାଣି କରିବ । ବରିଷ୍ଠ ଓକିଲ ହରିଶ ସାଲଭେ ଏକନାଥ ସିନ୍ଦେଙ୍କ ପକ୍ଷ ରଖିବା ବେଳେ ଅନ୍ୟ ପଟେ ଶିବସେନା ପକ୍ଷ ରଖିବେ ଅଭିଷେକ ମନୁ ସିଂଭି । ମହାରାଷ୍ଟ୍ର ସରକାରଙ୍କ ତରଫରୁ ଦେବଦତ୍ତ କାମତ ପକ୍ଷ ରଖିବେ । କେବଳ ଏତିକି ନୁହେଁ ରବି ଶଙ୍କର ଜନ୍ଧ୍ୟାଲା ଉପ ବାଚସ୍ପତିଙ୍କ ପକ୍ଷରୁ ଓକିଲାତି କରିବେ ।

ଆପଣଙ୍କୁ କହି ରଖୁଛୁ ଶିବସେନା ମହାବିକାଶ ଆଘାଡ଼ି ଠାରୁ ଅଲଗା ହେଉ ବୋଲି ଦାବି କରିଛି ସିନ୍ଦେ କ୍ୟାମ୍ପ । କିନ୍ତୁ ଉଦ୍ଧବ ଠାକରେ ଏହା କରିବାକୁ ମନା କରି ଦେଇଛନ୍ତି । ବିଦ୍ରୋହୀ ବିଧାୟକ ଶିବସେନାରୁ ଇସ୍ତଫା ଦେଇ ପୁନର୍ବାର ନିର୍ବାଚନ ଲଢନ୍ତୁ ବୋଲି ଶିବସେନା ଦାବି କରିଛି । ସୂଚନାଯୋଗ୍ୟ ଯେ ଶନିବାର ଦିନ 16 ବିଦ୍ରୋହୀ ବିଧାୟକଙ୍କୁ ସମନ ଜାରି କରାଯାଇଥିଲା, ସେମାନଙ୍କୁ ଜୁନ୍ 27 ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+