'ଶିବସେନା ବାଲାସାହେବ' ନାମରେ ନୂଆ ଦଳ ଗଢିବେ ସିନ୍ଦେ ! ନିଶ୍ଚିତ କଲେ ବିଦ୍ରୋହୀ ବିଧାୟକ ଦୀପକ କେସରକର
ଶିବସେନାର ବିଦ୍ରୋହୀ ମନ୍ତ୍ରୀ ତଥା ନେତା ଏକନାଥ ସିନ୍ଦେ ଏକ ନୂତନ ଦଳ ଗଠନ କରିଛନ୍ତି । ଯାହା ସେ (ଏକନାଥ ସିନ୍ଦେ) ଗୌହାଟିର ରେଡିସନ୍ ବ୍ଲୁ ହୋଟେଲରେ ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା କରିପାରନ୍ତି ।
ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ସଙ୍କଟ ଧିରେ ଧିରେ ବଢିବାରେ ଲାଗିଛି । ଏହି ସମୟରେ ଶିବସେନାର ବିଦ୍ରୋହୀ ମନ୍ତ୍ରୀ ତଥା ନେତା ଏକନାଥ ସିନ୍ଦେ ଏକ ନୂତନ ଦଳ ଗଠନ କରିଛନ୍ତି । ଯାହା ସେ (ଏକନାଥ ସିନ୍ଦେ) ଗୌହାଟିର ରେଡିସନ୍ ବ୍ଲୁ ହୋଟେଲରେ ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା କରିପାରନ୍ତି । ଏହା କୁହାଯାଉଛି ଯେ ବିଦ୍ରୋହୀ ବିଧାୟକଙ୍କ ବୈଠକ ପରେ ଏକନାଥ ସିନ୍ଦେ ନୂତନ ଦଳର ନାମ ମଧ୍ୟ ସ୍ଥିର କରିଛନ୍ତି । ଶିବସେନା ବିଦ୍ରୋହୀ ବିଧାୟକ ଦୀପକ କେସରକର ଏହା ନିଶ୍ଚିତ କରିଛନ୍ତି ।

ଖବର ସରବରାହ ସଂସ୍ଥା ANI ସହିତ ଏକ ବାର୍ତ୍ତାଳାପରେ ପୂର୍ବତନ ଗୃହମନ୍ତ୍ରୀ ତଥା ବିଦ୍ରୋହୀ ବିଧାୟକ ଦୀପକ କେସରକର କହିଛନ୍ତି ଯେ ଏକନାଥ ସିନ୍ଦେ କ୍ୟାମ୍ପ ଦ୍ୱାରା 'ଶିବସେନା ବାଲାସାହେବ' ନାମକ ଏକ ନୂତନ ଦଳ ଗଠନ କରାଯାଇଛି । ସେ କହିଛନ୍ତି ଯେ ଆମେ କୌଣସି ଦଳ ସହ ମିଶିବୁ ନାହିଁ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକନାଥ ସିନ୍ଦେଙ୍କ ଦ୍ୱାରା ନୂତନ ଦଳ ଗଠନ ହେବା ପରଠାରୁ ଶିବସେନା ନେତାମାନେ ଏହି ନାମକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଠାକରେଙ୍କ ସମର୍ଥକ ନେତାମାନେ କହିଛନ୍ତି ଯେ ବାଲାସାହେବ ଠାକରେଙ୍କ ନାମ ନେବାକୁ ଏକନାଥ ସିନ୍ଦେଙ୍କର ଅଧିକାର ନାହିଁ ।
ଏକନାଥ ସିନ୍ଦେ କ୍ୟାମ୍ପ ଦ୍ୱାରା ଗଠିତ ନୂତନ ଦଳ 'ଶିବସେନା ବାଲାସାହେବ'କୁ ନେଇ ମହାରାଷ୍ଟ୍ର କଂଗ୍ରେସ ନେତା ଅଶୋକ ଚହ୍ୱାନ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଏହା ବାଚସ୍ପତିଙ୍କଠାରୁ ଆଇନଗତ ଅନୁମତି ନ ପାଇଛି, ତେବେ ସେପରି ଗୋଷ୍ଠୀ ଅନୁମୋଦିତ ହେବେ ନାହିଁ । ଏଥି ସହିତ, ଏହି ଉତ୍ତେଜନା ମଧ୍ୟରେ ଶିବସେନା ଆସାମ ରାଜ୍ୟ ୟୁନିଟ୍ ମୁଖ୍ୟ ରାମ ନାରାୟଣ ସିଂହ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫେରିବା ପାଇଁ ଏକ ଚିଠି ଲେଖିଛନ୍ତି ।












Click it and Unblock the Notifications