Get Updates
Get notified of breaking news, exclusive insights, and must-see stories!

ଶକ୍ତି ପ୍ରଦର୍ଶନ ମଧ୍ୟରେ ଅଜିତଙ୍କୁ ଝଟକା, ଶରଦ ପାୱାରଙ୍କ କ୍ୟାମ୍ପକୁ ଫେରିଲେ ବରିଷ୍ଠ ନେତା ଅଶୋକ

ଏନସିପି ରାଜନୈତିକ ସଙ୍କଟ: ମହାରାଷ୍ଟ୍ରରେ ଚାଲିଥିବା ଏନସିପିର ରାଜନୈତିକ ସଙ୍କଟରେ ନୂଆ ମୋଡ଼ ଆସିଛି । 40 ବିଧାୟକଙ୍କ ସମର୍ଥନ ସାବ୍ୟସ୍ତ କରିବା ପୂର୍ବରୁ ବିଦ୍ରୋହୀ ଅଜିତଙ୍କୁ ଲାଗିଛି ବଡ଼ ଝଟକା ।

ଶକ୍ତି ପ୍ରଦର୍ଶନ ପାଇଁ ଅଜିତଙ୍କ ଗୋଷ୍ଠୀ ବାନ୍ଦ୍ରାଠାରେ ବୈଠକ କରୁଥିବାବେଳେ ଶରଦ ପାୱାରଙ୍କ ଗୋଷ୍ଠୀକୁ ମିଳିଛି ଶକ୍ତି । ଏହି ସମୟରେ ଅଜିତ ଦଳର ବରିଷ୍ଠ ନେତା ଅଶୋକ ପାୱାର ପୁଣି ଶରଦ ପାୱାରଙ୍କ ଶିବିରରେ ଯୋଗ ଦେଇଥିବା ଖବର ଆସିଛି ।

ncp crisis

ଶରଦ ପାୱାରଙ୍କ ଦଳ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହ୍ୱିପ୍ ଜାରି କରିଛି । ଏଥିରେ ସମସ୍ତ ବିଧାୟକ, ଏମଏଲସି, ଜିଲ୍ଲା ବ୍ଲକ ସଭାପତି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶରଦ ପାୱାରଙ୍କ ସହ କେତେଜଣ ବିଧାୟକ ଅଛନ୍ତି ସେ ନେଇ ଏହି ବୈଠକରୁ ଏହା ସ୍ପଷ୍ଟ ହେବ ।

ଏନସିପି କାର୍ଯ୍ୟରତ ସଭାପତି ସୁପ୍ରିୟା ସୁଲେ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି । ଯେଉଁଥିରେ ସେ ସମସ୍ତ ନେତାଙ୍କୁ ଶରଦ ପାୱାର ଦଳର ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ । କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଶରଦ ପାୱାର ନିଜେ ଫୋନ୍ ମାଧ୍ୟମରେ ବିଧାୟକଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସମର୍ଥନ ଲୋଡିଥିଲେ ।

ରବିବାର ଦିନ ଅଜିତ ପାୱାର ଅନେକ ବିଧାୟକଙ୍କ ସହ ରାଜ ଭବନରେ ପହଞ୍ଚିଥିଲେ । ସେଠାରେ ସେ ଏନଡିଏ ସରକାରଙ୍କୁ ସମର୍ଥନ କରି ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ ଅନ୍ୟ 8 ଏନସିପି ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଅଜିତ ଦଳ ଦାବି କରିଛନ୍ତି ଯେ 53 ଏନସିପି ବିଧାୟକଙ୍କ ମଧ୍ୟରୁ 40 ଜଣଙ୍କ ସମର୍ଥନ ରହିଛି । ଏହା ବ୍ୟତୀତ 6 ଜଣ ଏମଏଲସି ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଶରଦ ପାୱାରଙ୍କ ଦଳ ଦାବି କରିଛି ଯେ 44 ଜଣ ବିଧାୟକ ସେମାନଙ୍କ ସହ ଅଛନ୍ତି । ରବିବାର ଦିନ ଶପଥ ନେଇଥିବା 9 ଜଣ ବିଧାୟକ କେବଳ ଅଜିତ ଗୋଷ୍ଠୀରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+