For Quick Alerts
Turn On Notification  
For Daily Alerts
Oneindia App Download

ଶିବସେନା ସଙ୍କଟ : ଗୌହାଟୀରୁ ଗୋଆ ଯିବେ ଶିବସେନା ବାଗୀ ବିଧାୟକ, ବିଧାୟକଙ୍କ ବୈଠକ ଡାକିଲା ବିଜେପି

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକମାନେ ସିଧାସଳଖ ଗୌହାଟୀରୁ ଗୋଆକୁ ଯାଉଛନ୍ତି । ସୂଚନାନୁସାରେ, ଗୋଆର ତାଜ ରିସର୍ଟ ଏବଂ କନଭେନସନ୍ ସେଣ୍ଟରରେ ବିଧାୟକଙ୍କ ପାଇଁ 70 ରୁମ୍ ବୁକ୍ କରାଯାଇଛି ।

|

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକମାନେ ସିଧାସଳଖ ଗୌହାଟୀରୁ ଗୋଆକୁ ଯାଉଛନ୍ତି । ସୂଚନାନୁସାରେ, ଗୋଆର ତାଜ ରିସର୍ଟ ଏବଂ କନଭେନସନ୍ ସେଣ୍ଟରରେ ବିଧାୟକଙ୍କ ପାଇଁ 70 ରୁମ୍ ବୁକ୍ କରାଯାଇଛି । ବିଦ୍ରୋହୀ ବିଧାୟକମାନେ ଗୁରୁବାର ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ ଏବଂ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବା ପାଇଁ ସିଧା ଗୃହକୁ ଯିବେ ।

eknath shinde

ଅନ୍ୟପକ୍ଷରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ମୁମ୍ବାଇରେ ତାଙ୍କ ବାସଭବନରେ ବିଜେପି ନେତାଙ୍କ ଏକ ବୈଠକ ଡାକିଛନ୍ତି ।

ଗୌହାଟୀର ରେଡିସନ୍ ବ୍ଲୁ ହୋଟେଲରେ ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବରାଓ ପାଟିଲ କହିଛନ୍ତି ଲୋକମାନେ ଆମ ସହ ଅଛନ୍ତି ଏବଂ ଆସନ୍ତାକାଲି ଆମେ ଫ୍ଲୋର୍ ଟେଷ୍ଟରେ ଜିତି ସରକାର ଗଠନ କରିବୁ । ଚିନ୍ତା କରିବାର କିଛି ନାହିଁ ।

ଆପଣଙ୍କୁ କହି ରଖୁଛୁ ମହାରାଷ୍ଟ୍ର ରାଜ୍ୟପାଳ ଭବତ ସିଂବ କୋଶ୍ୟାରୀ ଗୁରୁବାର, ଜୁନ୍ 30 ରେ ବିଧାନସଭାରେ ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିଛନ୍ତି । ଏହି ଅଧିବେଶନ ସକାଳ 11 ଟାରୁ ଅନୁଷ୍ଠିତ ହେବ ଏବଂ ଏହା ସିଧା ପ୍ରସାରଣ ହେବ ।

ଆସନ୍ତାକାଲି ଗୃହରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଶିବସେନାକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଆଜି ଅପରାହ୍ନ 5 ଟା ରେ ଏହି ଆବେଦନର ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ରାଜି ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
maharashtra political crisis : Rebel Shiv Sena MLAs to shift goa from Guwahati, BJP calls MLAs Meeting
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X