Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ! 30 ବିଧାୟକଙ୍କୁ ନେଇ ବିଜେପି ଯାଇପାରନ୍ତି ଅଜିତ ପାୱାର

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ହଟଚମଟ୍ । ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏନସିପି ନେତା ଅଜିତ୍ ପାୱାର ବିଜେପିରେ ସାମିଲ ହୋଇପାରନ୍ତି । ସେ ଏକାକୀ ନୁହଁ, ଦଳର 30 ରୁ ଅଧିକ ବିଧାୟକଙ୍କୁ ସେ ତାଙ୍କ ସାଥିରେ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହି କବରକୁ ଗୁଜବ ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

Ajit pawar - sharad pawar

ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି ଯେ ଯଦି ଅଜିତ ପାୱାର ଏନସିପି ଛାଡିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ତାଙ୍କ ଦଳ ତାଙ୍କୁ ସ୍ୱାଗତ କରି ଖୁସି ହେବେ । ଅପରପକ୍ଷରେ ଶରଦ ପାୱାର ମଙ୍ଗଳବାର (ଅପ୍ରେଲ 18) ରେ ତାଙ୍କ ପୁତୁରା ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା ଖବରକୁ ଖଣ୍ଡନ କରିଛନ୍ତି । ଶରଦ ପାୱାର କହିଛନ୍ତି ଯେ ଅଜିତ ପାୱାର ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତ ଥିଲେ ଏବଂ ଦଳରେ ଚାଲିଥିବା ସଙ୍କଟ ବିଷୟରେ ସମସ୍ତ ଖବର କେବଳ ଗୁଜବ ଥିଲା ।

ଟିଭି ରିପୋର୍ଟରେ କୁହାଯାଇଛି ଯେ ଯଦି ଅଜିତ ପାୱାର ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବାକୁ ନିଷ୍ପତ୍ତି ନିଅନ୍ତି, ତେବେ 53 ଏନସିପି ବିଧାୟକଙ୍କ ମଧ୍ୟରୁ 34 ଜଣ ତାଙ୍କ ସହ ବିଜେପିରେ ଯୋଗଦେବେ ।

ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ଦ୍ୱାରା ସମର୍ଥିତ ଦୁଇ ଏନସିପି ବିଧାୟକ କହିଛନ୍ତି ଯେ ଆସନ୍ତା ଦିନରେ ସେମାନଙ୍କ ନେତା ଅଜିତ ପାୱାର ଯାହା ବି ନିଷ୍ପତ୍ତି ନେବେ, ସେମାନେ ଅଜିତଙ୍କ ପ୍ରତି ବିଶ୍ୱସ୍ତ ରହିବେ ।

ଅଜିତ ପାଓ୍ୱାରଙ୍କ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ମୋଦୀ ସରକାରରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବୟାନ ପରେ ଏହି ଚର୍ଚ୍ଚା ଜୋର ଧରିଛି । ସୁପ୍ରିୟା କହିଛନ୍ତି ଯେ ଆଗାମୀ 15 ଦିନ ମଧ୍ୟରେ ଦୁଇଟି ବଡ଼ ରାଜନୈତିକ ଧମାକା ହେବ । ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମହାରାଷ୍ଟ୍ରରେ । ଏହା ପରେ ମହାରାଷ୍ଚ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ଆଶଙ୍କା କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+