Get Updates
Get notified of breaking news, exclusive insights, and must-see stories!

ଆଜି ‘ଫ୍ଲୋର୍ ଟେଷ୍ଟ' ଦେବେ ଏକନାଥ ସିନ୍ଦେ, ଶରଦ ପାୱାର କହିଲେ - ଖୁବ୍ ଶୀଘ୍ର ହୋଇପାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ

ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପରେ ଏକନାଥ ସିନ୍ଦେଙ୍କୁ ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁକୀନ ହେବାକୁ ପଡ଼ିବ । ନୂତନ ବାଚସ୍ପତି ଚୟନ ଏବଂ ଫ୍ଲୋର୍ ଟେଷ୍ଟ ପାଇଁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।

ମୁମ୍ବାଇ : ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପରେ ଏକନାଥ ସିନ୍ଦେଙ୍କୁ ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁକୀନ ହେବାକୁ ପଡ଼ିବ । ନୂତନ ବାଚସ୍ପତି ଚୟନ ଏବଂ ଫ୍ଲୋର୍ ଟେଷ୍ଟ ପାଇଁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ରବିବାର ଦିନ ବିଜେପିର ରାହୁଲ ନାର୍ଭେକର ବିଧାନସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ସମୟରେ ଆଜି ଗୃହରେ ଏକନାଥ ସିନ୍ଦେ ସରକାରଙ୍କ ଫ୍ଲୋର ଟେଷ୍ଟ ରହିଛି ।

eknath shinde

ଏବେ 39 ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମେତ 50 ବିଧାୟକ ସିନ୍ଦେ କ୍ୟାମ୍ପରେ ଅଛନ୍ତି । ବିଜେପି ମଧ୍ୟ ସିନ୍ଦେ ସରକାର ସହ ଅଛି । ତେଣୁ ସିନ୍ଦେ -ବିଜେପି ନିକଟରେ ବହୁମତ ରହିଛି । ଯଦି କିଛି ଆଇନଗତ ସମସ୍ୟା ନ ଉପୁଜେ, ତେବେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟୀ ହେବା ନିଶ୍ଚିତ ।
ଗତକାଲି ବାଚସ୍ପତି ନିର୍ବାଚନରେ ଜେପି ଓ ଶିବସେନାର ସିନ୍ଦେ ଗୋଷ୍ଠୀର ମିଳିତ ପ୍ରାର୍ଥୀ ରାହୁଲ ନାର୍ଭେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ରାହୁଲଙ୍କୁ 164 ଟି ଭୋଟ୍ ମିଳିଥିଲା ବେଳେ ମହାବିକାଶ ଅଘାଡିର ସାଲଭୀ ପାଇଥିଲେ 107 ଭୋଟ୍ । ଏଣୁ ସଂଖ୍ୟା ଦୃଷ୍ଟିରେ ସିନ୍ଦେ ଢେର ଆଗରେ ଅଛନ୍ତି । ସେପଟେ ବିଧାନସଭା ଅଧିବେଶନ ଓ ବାଚସ୍ପତି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଶିବସେନାର ଉଦ୍ଧବ ଗୋଷ୍ଠୀ ଓ କଂଗ୍ରେସ । ସିନ୍ଦେ ଗୋଷ୍ଠୀର ବିଧାୟକମାନେ ବାଚସ୍ପଚି ନିର୍ବାଚନରେ ଭାଗ ନେବା ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଟିମ୍ ଉଦ୍ଧବ ପକ୍ଷରୁ କୁହାଯାଇଛି ।

ଏହି ସମୟରେ ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ଏକ ବଡ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଏକନାଥ ସିନ୍ଦେ ସରକାର 6 ମାସ ମଧ୍ୟରେ ଭାଙ୍ଗିଯିବ ଏବଂ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ ।

ଶରଦ ପାୱାର କହିଛନ୍ତି ଯେ ଆସନ୍ତା 6 ମାସ ମଧ୍ୟରେ ଏହି ନୂତନ ସରକାର ଭାଙ୍ଗିପାରେ, ତେଣୁ ସମସ୍ତେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ଉଚିତ୍ । ଶରଦ ପାୱାରଙ୍କ ସହ ବୈଠକରେ ଯୋଗ ଦେଇଥିବା ଏନସିପି ନେତା କହିଛନ୍ତି ଯେ ଏହି ସଭାରେ ଶରଦ ପାୱାର କହିଛନ୍ତି ଯେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ଅନେକ ବିଦ୍ରୋହୀ ବିଧାୟକ ନୂତନ ସରକାରରେ ଖୁସି ନୁହଁନ୍ତି । ମନ୍ତ୍ରିମଣ୍ଡଳ ବିଭାଜିତ ହେବା ପରେ ସେମାନଙ୍କ ବିଦ୍ରୋହ ସାମ୍ନାକୁ ଆସିବ, ଯାହା ଶେଷରେ ଏହି ସରକାରକୁ ହଟାଇବା ପାଇଁ କାର୍ଯ୍ୟ କରିବ । କେବଳ ଏତିକି ନୁହେଁ ଶରଦ ପାୱାର କହିଛନ୍ତି ଯେ ନୂତନ ସରକାର ଗଠନ ପାଇଁ ପରୀକ୍ଷଣ ବିଫଳ ହେବା ପରେ ଅନେକ ବିଦ୍ରୋହୀ ବିଧାୟକ ନିଜ ମୂଳ ଦଳକୁ ଫେରିବେ । ଯଦି ଆମ ହାତରେ ମାତ୍ର 6 ମାସ ଅଛି ତେବେ ଆମେ ପ୍ରସ୍ତୁତ ହେବା ଆବଶ୍ୟକ, ସର୍ବାଧିକ ବିଧାୟକମାନେ ସେମାନଙ୍କ ବିଧାନସଭା କ୍ଷେତ୍ରରେ ସମୟ ବିତାଇବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+