16 ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଉପ ବାଚସ୍ପତିଙ୍କ ନୋଟିସ୍ ! ବାତିଲ ହୋଇପାରେ ସଦସ୍ୟତା

ମହାରାଷ୍ଟ୍ରର ଡେପୁଟି ବାଚସ୍ପତି ନରହରୀ ଜିରୱାଲ 16 ବିଦ୍ରୋହୀ ବିଧାୟକଙ୍କ ନିକଟକୁ ନୋଟିସ ପଠାଇ ପାରନ୍ତି କିମ୍ବା ସେମାନଙ୍କର ସଦସ୍ୟତା ମଧ୍ୟ ବାତିଲ ହୋଇପାରେ ବୋଲି ଖବର ରହିଛି । ବାସ୍ତବରେ, 16 ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶିବସେନା ଦାବି କରିଛି ।

ମୁମ୍ବାଇ : ମହାରାଷ୍ଟ୍ରରେ ଗତ କିଛି ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟର କୌଣସି ସମାଧାନର ବାଟ ବାହାରି ପାରିନାହିଁ । ଶିବସେନାର ବିଦ୍ରୋହୀ ବିଧାୟକମାନେ ବିଜେପି ସହ ମେଣ୍ଟ କରିବାକୁ ଦାବି କରିଥିବାବେଳେ ଉଦ୍ଧବ ଠାକରେ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ପରିସ୍ଥିତିରେ ଆଉ ବିଜେପି ସହ ଯିବେ ନାହିଁ । ଏସବୁ ମଧ୍ୟରେ ମହାରାଷ୍ଟ୍ରର ଡେପୁଟି ବାଚସ୍ପତି ନରହରୀ ଜିରୱାଲ 16 ବିଦ୍ରୋହୀ ବିଧାୟକଙ୍କ ନିକଟକୁ ନୋଟିସ ପଠାଇ ପାରନ୍ତି କିମ୍ବା ସେମାନଙ୍କର ସଦସ୍ୟତା ମଧ୍ୟ ବାତିଲ ହୋଇପାରେ ବୋଲି ଖବର ରହିଛି । ବାସ୍ତବରେ, 16 ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶିବସେନା ଦାବି କରିଥିଲେ । ଏ ବାବଦରେ ଏକ ଆବେଦନ ଉପ ବାଚସ୍ପତିଙ୍କ ନିକଟରେ ପହଞ୍ଚିଛି ଯାହା ଉପରେ ଉପ ବାଚସ୍ପତି ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।

eknath shinde

ଉପ ବାଚସ୍ପତିଙ୍କ ନିକଚଟରେ ଶିବସେନାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ସୋମବାର (ଜୁନ୍ 27) ରେ ଶୁଣାଣି ହୋଇପାରେ । ଏହି ଆବେଦନରେ ଶିବସେନା ବିଦ୍ରୋହୀ ବିଧାୟକଙ୍କ ନିଲମ୍ବନ ଦାବି କରିଛି । ଏହି ଆବେଦନକୁ ନେଇ କୁହାଯାଉଛି ଯେ ଆଜି ଉପ ବାଚସ୍ପତି 16 ବିଦ୍ରୋହୀ ବିଧାୟକଙ୍କ ନିକଟକୁ ନୋଟିସ୍ ପଠାଇ ପାରନ୍ତି । ଖବର ମୁତାବକ, ଶିବସେନାଙ୍କ ଆବେଦନକୁ ବିଚାରକୁ ନେଇ ଉପ ବାଚସ୍ପତି ମଧ୍ୟ ଏ ବାବଦରେ ଆଡଭୋକେଟ୍ ଜେନେରାଲଙ୍କଠାରୁ ପରାମର୍ଶ ଲୋଡିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଶୁକ୍ରବାର ରାତିରେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନିଲମ୍ବନ ଦାବିରେ ବିଧାନସଭା ସଚିବାଳୟରେ ଆଡଭୋକେଟ୍ ଜେନେରାଲ୍ ଆଶୁତୋଷ କୁମ୍ବକୋନିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ଅରବିନ୍ଦ ସାୱନ୍ତ, ଅନିଲ ଦେଶାଇ ମଧ୍ୟ ଉପସ୍ଥିତ ଥିଲେ । ଅନିଲ ଦେଶାଇ କହିଛନ୍ତି ଯେ ବିଦ୍ରୋହୀଙ୍କ ସଦସ୍ୟତା ବାତିଲ ହେବା ନେଇ ଆଇନଗତ ଦିଗ ଉପରେ ଆଲୋଚନା ହେଉଛି । ଏଭଳି ପରିସ୍ଥିତିରେ ସମସ୍ତ ବିଧାୟକଙ୍କ ନିକଟକୁ ନୋଟିସ୍ ପଠାଯିବ, ଆମେ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ବାତିଲ କରିବାକୁ ଉପ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛୁ । ଏପରି ପରିସ୍ଥିତିରେ, ଯଦି ସେମାନଙ୍କର ସଦସ୍ୟତା ବାତିଲ ହୁଏ, ତେବେ ସେମାନେ ଫ୍ଲୋର୍ ଟେଷ୍ଟରେ ସାମିଲ ହୋଇପାରିବେ ନାହିଁ ।

ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଶିବସେନାର ଆବେଦନ ଉପରେ ଏକନାଥ ସିନ୍ଦେଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ସେ କହିଛନ୍ତି ଯେ ବିଧାୟକଙ୍କ ସମର୍ଥନ ନ ଥିବାରୁ ଉଦ୍ଧବ ଠାକରେଙ୍କ ତରଫରୁ ଏଭଳି ଆବେଦନ କରାଯାଇପାରିବ ନାହିଁ, ତେଣୁ ଏପରି ପରିସ୍ଥିତିରେ ଜାରି କରାଯାଇଥିବା ନୋଟିସ କିମ୍ବା ହ୍ୱିପ୍ କୁ ବେଆଇନ ଘୋଷଣା କରାଯାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+