ମୁମ୍ବାଇରେ ଗୁଜାରାଟୀ ଓ ରାଜସ୍ଥାନୀଙ୍କ ଉପରେ ବୟାନକୁ ସଫେଇ ଦେଲେ ରାଜ୍ୟପାଳ
ରାଜ୍ୟପାଳ କୋଶ୍ୟାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫେଇ ଦେଇ କୁହାଯାଇଛି, "ମୋର ମରାଠୀମାନଙ୍କୁ କମ୍ ମୂଲ୍ୟାୟନ କରିବା ନେଇ ମୋର କୌଣସି ଉଦ୍ଦେଶ୍ୟ ନଥିଲା ।
ମୁମ୍ବାଇ : ମହାରାଷ୍ଟ୍ରରେ ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ନେଇ ଦେଇଥିବା ବୟାନ ଉପରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ସଫେଇ ଦେଇଛନ୍ତି । ରାଜ୍ୟପାଳ କୋଶ୍ୟାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫେଇ ଦେଇ କୁହାଯାଇଛି, "ମୋର ମରାଠୀମାନଙ୍କୁ କମ୍ ମୂଲ୍ୟାୟନ କରିବା ନେଇ ମୋର କୌଣସି ଉଦ୍ଦେଶ୍ୟ ନଥିଲା । ମରାଠୀ ଲୋକ କଠିନ ପରିଶ୍ରମ କରି ମହାରାଷ୍ଟ୍ର ନିର୍ମାଣ କରିଛନ୍ତି ଏବଂ ବର୍ତ୍ତମାନ ଅନେକ ପ୍ରସିଦ୍ଧ ମରାଠୀ ଉଦ୍ୟମୀ ରହିଛନ୍ତି ।
ଏଥିସହିତ ସେ କହିଛନ୍ତି, ମହାରାଷ୍ଟ୍ରକୁ ଆଣିବାରେ ମରାଠୀ ଲୋକଙ୍କର ଯୋଗଦାନ ରହିଛି । ମୁମ୍ବାଇ ମହାରାଷ୍ଟ୍ରର ଗୌରବ । ଏହା ଦେଶର ଅର୍ଥନୈତିକ ରାଜଧାନୀ ।

ରାଜ୍ୟପାଳଙ୍କ ଏହି ବୟାନକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, 'ମୁଁ ରାଜ୍ୟପାଳଙ୍କ ଆସନରେ ବସିଥିବା କାହାକୁ ଅପମାନ କରିବାକୁ ଚାହେଁ ନାହିଁ । ମୁଁ ଚେୟାରକୁ ସମ୍ମାନ ଦିଏ କିନ୍ତୁ ଭଗତ୍ ସିଂହ କୋଶ୍ୟାରୀ ମରାଠୀଙ୍କୁ ଅପମାନିତ କରିଛନ୍ତି ଏବଂ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଅଛି । ଧର୍ମ ଆଧାରରେ ସମାଜକୁ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି । ସେ ସମସ୍ତ ସୀମା ଅତିକ୍ରମ କରୁଛନ୍ତି ।'
ସେହିପରି ଏହି ସ୍ପଷ୍ଟୀକରଣ ପରେ ରାଜ ଠାକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆପଣ କାହାକୁ ମୂର୍ଖ ବୋଲି ଭାବୁଛନ୍ତି । ଯଦି ଆପଣ ରାଜ୍ୟପାଳ ଅଛନ୍ତି, ତେଣୁ ଆପଣଙ୍କୁ କେହି ବି ଅସମ୍ମାନ କରିପାରିବେ ନାହିଁ, କିନ୍ତୁ ମରାଠୀଙ୍କ ଇତିହାସ ନ ଜାଣି ଏପରି ବିବୃତ୍ତି ଦିଆଯିବା ଉଚିତ୍ ନୁହେଁ ।
ଆପଣଙ୍କୁ କହି ରଖୁଛୁ, ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ୱର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍ଜୀ କୋଠାରୀଙ୍କ ନାମରେ ଏକ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ବି.ଏସ୍. କୋଶ୍ୟାରୀ କହିଥିଲେ ଯେ, 'ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ରହିବ ନାହିଁ । ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ । ଏହା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି ।












Click it and Unblock the Notifications