ଚାପୁଡ଼ା ବିବୃତ୍ତି : ମହାରାଷ୍ଟ୍ର ସରକାର କହିଛନ୍ତି - କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ କରାଯିବନି ଗିରଫ, ଜବାବ ଦେଲେ ନାରାୟଣ
ମହାରାଷ୍ଟ୍ର ସରକାର ବୁଧବାର କୋର୍ଟଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ସେମାନେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ କୌସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ।
ମୁମ୍ବାଇ : କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ନାରାୟଣ ରାଣେଙ୍କ 'ଚାପୁଡ଼ା ମାରିବା' ବକ୍ତବ୍ୟକୁ ନେଇ ମହାରାଷ୍ଟ୍ରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏପରିକି ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନଦେବା ପରେ ନାରାୟଣ ରାଣେ ଗିରଫଦାରୀର ସମ୍ମୁଖୀନ ହୋଇଥିଲେ । ତେବେ ମଙ୍ଗଳବାର ରାତିରେ ସେ ମହାଡ କୋର୍ଟରୁ ଜାମିନ ପାଇଛନ୍ତି । ବର୍ତ୍ତମାନ ମାମଲା ବମ୍ବେ ହାଇକୋର୍ଟରେ ଅଛି ଯେଉଁଠାରେ ମହାରାଷ୍ଟ୍ର ସରକାର ବୁଧବାର କୋର୍ଟଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ସେମାନେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ କୌସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ଏହା ସହିତ କୋର୍ଟ ନାରାୟଣ ରାଣେଙ୍କ ଗିରଫଦାରୀକୁ ମଧ୍ୟ ସ୍ଥଗିତ ରଖିଛନ୍ତି ।

ନାରାୟଣ ରାଣେଙ୍କ ଆବେଦନ ଉପରେ ଶୁଣାଣି ପାଇଁ ହାଇକୋର୍ଟ ବର୍ତ୍ତମାନ ସେପ୍ଟେମ୍ବର 17 ସ୍ଥିର କରିଛନ୍ତି । ନାରାୟଣ ରାଣେଙ୍କ ଓକିଲ ସିଏମ୍ ଉଦ୍ଧବଙ୍କୁ ଚାପୁଡ଼ା ମାରିବା ବୟାନ ଅଭିଯୋଗରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ରଦ୍ଦ କରିବାକୁ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯାହା ଆଜି କୋର୍ଟଙ୍କ ଦ୍ୱାରା ଶୁଣାଣି ହୋଇଥିଲା । ସେପଟେ କେନ୍ଦ୍ର ମନ୍ତ୍ରୀ ରାଣେଙ୍କ ବାସଭବନ ବାହାରେ ସୁରକ୍ଷା କଡାକଡି କରାଯାଇଛି । କୋର୍ଟ ଶୁଣାଣି ପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ।
ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀ କରି ନାରାୟଣ ରାଣେ କହିଛନ୍ତି, "ମୋ ଦଳର ନେତାମାନେ ମୋ ସହ ଛିଡା ହୋଇଛନ୍ତି ଏବଂ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଜନ ଆଶିର୍ବାଦ୍ ଯାତ୍ରା ପହରଦିନ ପୁଣି ଆରମ୍ଭ ହେବ । ବମ୍ବେ ହାଇକୋର୍ଟରେ (ଶିବସେନାଙ୍କ ଦ୍ୱାରା ଦାଖଲ) ମୋ ବିରୋଧରେ ସମସ୍ତ ମାମଲାର ରାୟ ମୋ ସପକ୍ଷରେ ଆସିଛି । ଦେଶ ଆଇନ୍ ଦ୍ୱାରା ପରିଚାଳିତ ହେଉଛି ଏହା ଏକ ସଙ୍କେତ । ମୁଁ ହୃଦୟଙ୍ଗମ କରିଛି ଯେ କିଛି ଲୋକ ମୋର ବନ୍ଧୁତା ଏବଂ ବିଶ୍ୱାସର ଅପବ୍ୟବହାର କରିଥିଲେ । ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ବିସ୍ତାର କରିବା ପାଇଁ ଜନ ଆଶିର୍ବାଦ୍ ଯାତ୍ରା ଆୟୋଜିତ ହୋଇଥିଲା ।"
The verdict in all cases (by Shiv Sena) filed against me in Bombay High Court has come in my favour. This is an indication that the country is run by laws: Union Minister and BJP leader Narayan Rane in Mumbai pic.twitter.com/9YlKVFOrWr
— ANI (@ANI) August 25, 2021
ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ କ'ଣ କହିଲି ଯାହା ସେମାନଙ୍କୁ କ୍ରୋଧିତ କଲା ? କୋର୍ଟର ମାମଲା ଶେଷ ନହେବା ପର୍ଯ୍ୟନ୍ତ ମୁଁ ଆଉ କହିବି ନାହିଁ । ଯଦି କେହି ଅତୀତରେ ଘଟିଥିବା କିଛି ବିଷୟରେ କହନ୍ତି ତେବେ ଏହା କିପରି ଅପରାଧ ହୋଇପାରେ ? ମୁଁ କହିଥିଲି, ଯିଏ ନିଜ ଦେଶ ପାଇଁ ଗର୍ବ କରେ ନାହିଁ, ସେ ଜାତୀୟ ପର୍ବକୁ ମନେ ରଖେ ନାହିଁ । ମୁଁ ଯାହା କହିଥିଲି ତାହା ରେକର୍ଡରେ ଆସିଲା । ଏହି ମହାଶୟ (ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ) କ'ଣ କହିଥିଲେ ? ଯିଏ ମାତାଶ୍ରୀଙ୍କ ବିରୁଦ୍ଧରେ କହେ, ତା ମୁହଁ ଭାଙ୍ଗିଦିଅ, ଏହା ଅପରାଧ ନୁହେଁ କି ? "












Click it and Unblock the Notifications